କାହିଁକି ଜଣେ ବିଦେଶୀଙ୍କୁ ଜୀବନସାଥୀ ଭାବେ ବାଛିଲେ ? ମୁହଁ ଖୋଲିଲେ ପ୍ରିୟଙ୍କା

ମୁମ୍ବାଇ:ଆଉ କିଛି ଦିନ ପରେ ହାତକୁ ଦିହାତ ହେବାକୁ ଯାଉଛନ୍ତି ପ୍ରିୟଙ୍କା ଚୋପ୍ରା। ପ୍ରିୟଙ୍କା ଆମେରିକା ପପ୍‌ ସିଙ୍ଗର ନିକ୍‌ ଜୋନସ୍‌ଙ୍କୁ ବିବାହ କରିବାକୁ ଯାଉଛନ୍ତି। ଏହାରି ଭିତରେ ଉଭୟଙ୍କ ନିର୍ବନ୍ଧ ମଧ୍ୟ ସରିଛି। ଆସନ୍ତା ଡିସେମ୍ବରରେ ବିବାହ ସ୍ଥିର ହୋଇଛି। ହେଲେ ଜଣେ ବିଦେଶୀଙ୍କୁ ବିବାହକୁ ନେଇ ପ୍ରିୟଙ୍କାଙ୍କ ନାମରେ ଅନେକ ଚର୍ଚ୍ଚା ହୋଇଥିଲା। ଏନେଇ ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି ପ୍ରିୟଙ୍କା। ନ୍ୟୁୟର୍କରେ ଦେଇଥିବା ଏକ ଇଣ୍ଟର୍ଭ୍ୟୁରେ ପ୍ରିୟଙ୍କା କହିଛନ୍ତି ଯେ, “ସେ ଏମିତି […]

priyanka

priyanka

Tapas Behera
  • Published: Tuesday, 30 October 2018
  • Updated: 30 October 2018, 07:24 PM IST

Sports

Latest News

ମୁମ୍ବାଇ:ଆଉ କିଛି ଦିନ ପରେ ହାତକୁ ଦିହାତ ହେବାକୁ ଯାଉଛନ୍ତି ପ୍ରିୟଙ୍କା ଚୋପ୍ରା। ପ୍ରିୟଙ୍କା ଆମେରିକା ପପ୍‌ ସିଙ୍ଗର ନିକ୍‌ ଜୋନସ୍‌ଙ୍କୁ ବିବାହ କରିବାକୁ ଯାଉଛନ୍ତି। ଏହାରି ଭିତରେ ଉଭୟଙ୍କ ନିର୍ବନ୍ଧ ମଧ୍ୟ ସରିଛି। ଆସନ୍ତା ଡିସେମ୍ବରରେ ବିବାହ ସ୍ଥିର ହୋଇଛି। ହେଲେ ଜଣେ ବିଦେଶୀଙ୍କୁ ବିବାହକୁ ନେଇ ପ୍ରିୟଙ୍କାଙ୍କ ନାମରେ ଅନେକ ଚର୍ଚ୍ଚା ହୋଇଥିଲା। ଏନେଇ ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି ପ୍ରିୟଙ୍କା।

ନ୍ୟୁୟର୍କରେ ଦେଇଥିବା ଏକ ଇଣ୍ଟର୍ଭ୍ୟୁରେ ପ୍ରିୟଙ୍କା କହିଛନ୍ତି ଯେ, “ସେ ଏମିତି ଜଣେ ମଣିଷଙ୍କୁ ଜୀବନସାଥୀ ଭାବେ ଚୟନ କରିବାକୁ ଚାହୁଁଥିଲେ ଯିଏ ତାଙ୍କୁ ସମ୍ମାନ ଦେଉଥିବ। ଏହାର ଅର୍ଥ ନୁହେଁ ଯେ, ମୋର ସବୁ କଥାକୁ ସେ ମାନିବେ। କିନ୍ତୁ ସେ ଏମିତି ଜଣେ ବ୍ୟକ୍ତି ହୋଇଥିବ ଯିଏ ଆପଣଙ୍କ ସବୁ ପରିସ୍ଥିତିକୁ ଅନୁଭବ କରିପାରୁଥିବ ଏବଂ ସମ୍ମାନ ଦେଉଥିବ। ପ୍ରିୟଙ୍କା କହିଛନ୍ତି ଯେ, ମୋର ପସନ୍ଦ ଅନୁଯାୟୀ ସେମିତି ଜଣେ ବ୍ୟକ୍ତିଙ୍କୁ ମୁଁ ପାଇଛି। ସେମିତି ମଣିଷର ଠିକଣା ଯେଉଁଠି ବି ହୋଇ ଥାଉନା କାହିଁକି।”

ମିଳିଥିବା ଖବର ଅନୁଯାୟୀ ଦୁହିଁଙ୍କ ବିବାହ ଆସନ୍ତା ଡିସେମ୍ବରରେ ହୋଇପାରେ। ପ୍ରିୟଙ୍କା ଓ ନିକ୍‌ ଅଗଷ୍ଟରେ ଏକ କାର୍ଯ୍ୟକ୍ରମରେ ନିଜର ସମ୍ପର୍କକୁ ନେଇ ଅଫିସିଆଲ ଭାବେ ଘୋଷଣା କରିଥିଲେ। ଭାରତୀୟ ପରମ୍ପରା ଅନୁସାରେ ପ୍ରିୟଙ୍କା ଓ ନିକ୍‌ଙ୍କ ମଧ୍ୟରେ ଗତ ଅଗଷ୍ଟ ୧୮ତାରିଖରେ ନିର୍ବନ୍ଧ ସମ୍ପନ୍ନ ହୋଇଥିଲା। ସେପଟେ ଶୁଣିବାକୁ ମିଳୁଛି ଦୁହେଁ ଏକ ସନ୍ତାନ ଜନ୍ମ ପାଇଁ ମଧ୍ୟ ଉତ୍ସୁକ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos