ପ୍ରିୟଙ୍କାଙ୍କୁ ଦରକାର ପାଗଳ ସ୍ୱାମୀ; କାହିଁକି ଜାଣିଛନ୍ତି?

ମୁମ୍ବାଇ: ଝିଅଟିର ବୟସ ହୋଇଗଲେ ସବୁ ବାପାମାଆ ଚାହାଁନ୍ତି ବହାଘର କରିଦେବାକୁ। ଏଥିରୁ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବା କେମିତି ବାଦ୍‌ ପଡ଼ିବେ। ତାଙ୍କ କ୍ଷେତ୍ରରେ ଏମିତି ଘଟିବା ବି ସ୍ୱାଭାବିକ। ପ୍ରିୟଙ୍କାଙ୍କୁ ବି ତାଙ୍କ ପରିବାର ଲୋକ ବାହାହେବାକୁ ବାଧ୍ୟ କରୁଛନ୍ତି। ଅବଶ୍ୟ  ପ୍ରିୟଙ୍କା ବି ଚାହୁଁଛନ୍ତି ବାହାହେବାକୁ। କିନ୍ତୁ କ’ଣ ହେବ, ପ୍ରିୟଙ୍କାଙ୍କୁ ତାଙ୍କ ମନପସନ୍ଦର ପୁଅ ମିଳୁ ନାହାନ୍ତି। ଏକଥା ଆମେ କହୁନୁ। ଏକଥା ନିଜେ ପ୍ରିୟଙ୍କା ଏକ ସାକ୍ଷତକାରରେ କହିଛନ୍ତି। ଏହି […]

priyanka

priyanka

Rakesh Mallick
  • Published: Saturday, 12 May 2018
  • Updated: 12 May 2018, 01:56 PM IST

Sports

Latest News

ମୁମ୍ବାଇ: ଝିଅଟିର ବୟସ ହୋଇଗଲେ ସବୁ ବାପାମାଆ ଚାହାଁନ୍ତି ବହାଘର କରିଦେବାକୁ। ଏଥିରୁ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବା କେମିତି ବାଦ୍‌ ପଡ଼ିବେ। ତାଙ୍କ କ୍ଷେତ୍ରରେ ଏମିତି ଘଟିବା ବି ସ୍ୱାଭାବିକ। ପ୍ରିୟଙ୍କାଙ୍କୁ ବି ତାଙ୍କ ପରିବାର ଲୋକ ବାହାହେବାକୁ ବାଧ୍ୟ କରୁଛନ୍ତି। ଅବଶ୍ୟ  ପ୍ରିୟଙ୍କା ବି ଚାହୁଁଛନ୍ତି ବାହାହେବାକୁ। କିନ୍ତୁ କ’ଣ ହେବ, ପ୍ରିୟଙ୍କାଙ୍କୁ ତାଙ୍କ ମନପସନ୍ଦର ପୁଅ ମିଳୁ ନାହାନ୍ତି। ଏକଥା ଆମେ କହୁନୁ। ଏକଥା ନିଜେ ପ୍ରିୟଙ୍କା ଏକ ସାକ୍ଷତକାରରେ କହିଛନ୍ତି।

ଏହି ସାକ୍ଷତକାରରେ ପ୍ରିୟଙ୍କାଙ୍କୁ ଯେତେବେଳେ ତାଙ୍କ ମନର ମଣିଷ ବିଷୟରେ ପଚାରାଯାଇଥିଲା, ସେ କହିଥିଲେ, ‘‘ମୁଁ ଏମିତି ପୁଅ ଚାହେଁ,  ଯିଏ ମୋତେ ପୂରା ନିୟନ୍ତ୍ରଣରେ ରଖିବ। ମୋତେ ନେଇ ପୂରା ପଜେସିଭ୍‌ ଥିବ। କେଉଁଠିକି ଗଲି ଆସିଲି, ସେ ବିଷୟରେ ସେ ଖବର ରଖୁଥିବେ ଓ ମୋତେ ପଚାରୁଥିବେ। ମୋତେ କିଛି ଫରକ ପଡ଼େନାହିଁ ମୋ ଭାବୀ ସ୍ୱାମୀ ବଲିଉଡ୍‌ର କଳାକାର ହୁଅନ୍ତୁ ବା ନ ହୁଅନ୍ତୁ। କିନ୍ତୁ ମୋ ଭାବୀ ସ୍ୱାମୀ ମୋତେ  ନେଇ  ପୂରା ପାଗଳ ହେବା ଦରକାର। ସେ ମୋତେ ପାଗଳ ପରି ଭଲ ପାଇବା ସହ ଖୁବ୍‌  ଶ୍ରଦ୍ଧା କରିବା ଦରକାର। ସେ ତାଙ୍କ ମନର ସବୁ କଥା  ମୋତେ ଖୋଲିକି କହି ପାରୁଥିବା ଦରକାର।’’

ପ୍ରିୟଙ୍କା ଆହୁରି କହିଥିଲେ ଯେ ସେ ନିବିଡ ପ୍ରେମରେ ବିଶ୍ୱାସ ରଖନ୍ତି। ଏମିତିସେମିତି ଲୋକଙ୍କ ସହ ଟାଇମ୍‌ପାସ୍‌ କରିବା ଅପେକ୍ଷା ସିଙ୍ଗଲ୍‌ ରହିବା ଓ ନିଜ ପରିବାର ସହ ସମୟ ବିତାଇବା ଭଲ।

ପ୍ରିୟଙ୍କାଙ୍କ ପସନ୍ଦର ଲମ୍ବା ତାଲିକା ଦେଖିଲେ ଲାଗୁନି ଏତେ ସହଜରେ ତାଙ୍କ ମନପସନ୍ଦର ପୁଅ ମିଳିବ।  କିନ୍ତୁ ତାଙ୍କର ବିଶ୍ୱାସ ଦୁନିଆରେ କେଉଁଠି ନା କେଉଁଠି ତାଙ୍କ ମନ ପସନ୍ଦ ପୁଅ ଅଛି। କେବେ ନା କେବେ ସେ ତାଙ୍କ ପାଖରେ ପହଞ୍ଚିଯିବେ। ଦେଖିବା ବାକି ରହିଲା ସେଥିପାଇଁ ତାଙ୍କୁ କେତେ ସମୟ ଲାଗୁଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos