ଭାଙ୍ଗିଗଲା ପ୍ରେମ, ରହିଗଲା ସ୍ମୃତି: ଝୁରି ହେଲେ ପିନ୍ଧି ଦିଅନ୍ତି ଏକ୍ସ ବୟଫ୍ରେଣ୍ଡଙ୍କ ଜ୍ୟାକେଟ୍

ମୁମ୍ବାଇ-ବଲିଉଡରୁ ଆରମ୍ଭ କରି ହଲିଉଡ୍ ପର୍ଯ୍ୟନ୍ତ। ଚାରିଆଡ଼େ ଚର୍ଚ୍ଚାରେ ପିସି। ନିଜ ଷ୍ଟାଇଲ ଏବଂ ଆକ୍ଚିଂକୁ ନେଇ ସେ ଏବେ ତାରିଫ ଲୁଟୁଛନ୍ତି। ସେ ରେଡ୍ କାର୍ପେଟ ହେଉ ଅବା କେଉଁ ଟିଭି ଶୋ। ସବୁଠି ତାଙ୍କର ପ୍ରଶଂସା। ନିକଟରେ ଆମେରିକାର ଏକ ଟିଭି ଶୋରେ ସେ ଖୁଲାସା କରିଛନ୍ତି ପୁରୁଣା ପ୍ରେମର ଗହନ କଥା। ନିକଟରେ ହଲିଉଡରେ ରିଲିଜ ହୋଇଥିବା ଫିଲ୍ମ ବେୱଚ ପାଇଁ ଆମେରିକାର ଏକ ଟିଭି ଶୋ ଡାର୍ଟି ଲଣ୍ଡ୍ରିରେ ନଜର ଆସିଥିଲେ […]

Black-leather-jacket-Priyanka-Chopra-red-roses-640x920

Black-leather-jacket-Priyanka-Chopra-red-roses-640x920

Rakesh Mallick
  • Published: Saturday, 27 May 2017
  • Updated: 27 May 2017, 05:53 PM IST

Sports

Latest News

ମୁମ୍ବାଇ-ବଲିଉଡରୁ ଆରମ୍ଭ କରି ହଲିଉଡ୍ ପର୍ଯ୍ୟନ୍ତ। ଚାରିଆଡ଼େ ଚର୍ଚ୍ଚାରେ ପିସି। ନିଜ ଷ୍ଟାଇଲ ଏବଂ ଆକ୍ଚିଂକୁ ନେଇ ସେ ଏବେ ତାରିଫ ଲୁଟୁଛନ୍ତି। ସେ ରେଡ୍ କାର୍ପେଟ ହେଉ ଅବା କେଉଁ ଟିଭି ଶୋ। ସବୁଠି ତାଙ୍କର ପ୍ରଶଂସା। ନିକଟରେ ଆମେରିକାର ଏକ ଟିଭି ଶୋରେ ସେ ଖୁଲାସା କରିଛନ୍ତି ପୁରୁଣା ପ୍ରେମର ଗହନ କଥା।

ନିକଟରେ ହଲିଉଡରେ ରିଲିଜ ହୋଇଥିବା ଫିଲ୍ମ ବେୱଚ ପାଇଁ ଆମେରିକାର ଏକ ଟିଭି ଶୋ ଡାର୍ଟି ଲଣ୍ଡ୍ରିରେ ନଜର ଆସିଥିଲେ ପ୍ରିୟଙ୍କା। ହେଲେ କଥାଛଳରେ କହି ଦେଇଥିଲେ ପୁରୁଣା ପ୍ରେମର କଥା। ଖୋଲି ଦେଲେ ନିଜ ପୁରୁଣା ଲଭଷ୍ଟୋରୀର ସିକ୍ରେଟ । ଏହି ଶୋରେ ପ୍ରିୟଙ୍କା କହିଥିଲେ ଯେ ତାଙ୍କୁ ଏମିତି ଏକ ଜ୍ୟାକେଟ ପସନ୍ଦ, ଯାହାକୁ ସେ ପିନ୍ଧିବାକୁ ବହୁତ ଭଲ ପାଆନ୍ତି। କିନ୍ତୁ ସେ ଜ୍ୟାକେଟ ତାଙ୍କର ନୁହେଁ, ସେ ଜ୍ୟାକେଟ ତାଙ୍କ ଏକ୍ସ ବୟଫ୍ରେଣ୍ଡଙ୍କର। ଏହି ଜ୍ୟାକେଟ ତାଙ୍କ ଏକ୍ସ ବୟଫ୍ରେଣ୍ଡ ତାଙ୍କ ଘରେ ଛାଡି ପଳେଇଥିଲେ। ପ୍ରିୟଙ୍କାଙ୍କୁ ଏହି ଜ୍ୟାକେଟ ଏତେ ପସନ୍ଦ ଆସିଲା ଯେ ସେ ଏହାକୁ ନିଜ ପାଖରେ ରଖିଦେଲେ। ଏମିତି କି ବ୍ରେକଅପ୍ ପରେ ଯେତେବେଳ ତାଙ୍କ ଏକ୍ସ ବୟଫ୍ରେଣ୍ଟ ତାଙ୍କୁ ଏହି ଜ୍ୟାକେଟ ଫେରାଇବାକୁ କହିଲେ ସେ ତାଙ୍କୁ ଜ୍ୟାକେଟ ଫେରାଇବାକୁ ମନା କରି ଦେଇଥିଲେ। ଇଟାଲିଆନ ରେଷ୍ଟୁରାଣ୍ଟରୁ ଆରମ୍ଭ ହୋଇଥିବା ପ୍ରଥମ ଡେଟରୁ ଆରମ୍ଭ କରି ବ୍ରେକଅପ୍ ପର୍ଯ୍ୟନ୍ତ ଅନେକ ସିକ୍ରେଟକୁ ଏହି ଟିଭି ଶୋରେ ଖୋଲି ଦେଇଛନ୍ତି ପ୍ରିୟଙ୍କା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos