ବାହୁବଳୀ ହିରୋଙ୍କ ଉପରେ ପଡିଲା କରୋନା ଚଡକ

ହାଇଦ୍ରାବାଦ: ଜଙ୍ଗଲରେ ନିଆଁ ଲାଗିଲା ଭଳି ଏବେ ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ି ଚାଲିଛି। ମନ୍ତ୍ରୀ, ବିଧାୟକ, ବଡ ବଡ ସେଲେବ୍ରିଟି ମଧ୍ୟ କରୋନାର ବୁଢ଼ିଆଣୀ ଜାଲରେ ପଡିଛନ୍ତି। ଗୋଟିକ ପରେ ଗୋଟିଏ ଫିଲ୍ମ ଉପରେ ମଧ୍ୟ କରୋନା ଗ୍ରହଣ ଲାଗୁଛି। ଫିଲ୍ମ ଆର୍‌ଆର୍‌ଆର୍‌ ପରେ ଏବେ ବହୁବଳୀ ଷ୍ଟାର ପ୍ରଭାସଙ୍କ ଉପରେ କରୋନା ଚଡକ ପଡିଛି। ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅନେକ ରାଜ୍ୟରେ କଡା କଟକଣା ପୁଣି ଲାଗୁ […]

Prabhas

Madhupriya Mistry
  • Published: Wednesday, 05 January 2022
  • , Updated: 05 January 2022, 02:05 PM IST

ହାଇଦ୍ରାବାଦ: ଜଙ୍ଗଲରେ ନିଆଁ ଲାଗିଲା ଭଳି ଏବେ ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ି ଚାଲିଛି। ମନ୍ତ୍ରୀ, ବିଧାୟକ, ବଡ ବଡ ସେଲେବ୍ରିଟି ମଧ୍ୟ କରୋନାର ବୁଢ଼ିଆଣୀ ଜାଲରେ ପଡିଛନ୍ତି। ଗୋଟିକ ପରେ ଗୋଟିଏ ଫିଲ୍ମ ଉପରେ ମଧ୍ୟ କରୋନା ଗ୍ରହଣ ଲାଗୁଛି। ଫିଲ୍ମ ଆର୍‌ଆର୍‌ଆର୍‌ ପରେ ଏବେ ବହୁବଳୀ ଷ୍ଟାର ପ୍ରଭାସଙ୍କ ଉପରେ କରୋନା ଚଡକ ପଡିଛି।

ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅନେକ ରାଜ୍ୟରେ କଡା କଟକଣା ପୁଣି ଲାଗୁ ହୋଇଛି। ସପିଂ ମଲ୍‌ ଓ ଫିଲ୍ମ ସବୁ ବନ୍ଦ କରାଯାଇଛି। ଏଥିଯୋଗୁଁ ଆଗକୁ ରିଲିଜ ଅପେକ୍ଷାରେ ଥିବା ଫିଲ୍ମଗୁଡିକର ରିଲିଜ ତାରିଖ ଏବେ ଘୁଞ୍ଚାଇବାକୁ ପଡୁଛି। ଏହି ଲିଷ୍ଟରେ ଏବେ ପ୍ରଭାସଙ୍କ ଅପ୍‌କମିଂ ଫିଲ୍ମ 'ରାଧେ ଶ୍ୟାମ୍‌' ସାମିଲ ହୋଇଛି। ଏହି ଫିଲ୍ମର ରିଲିଜ ଡେଟ୍‌କୁ ଘୁଞ୍ଚାଇ ଦିଆଯାଇଛି।

ଏନେଇ ଫିଲ୍ମ ନିର୍ମାତା ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, 'କରୋନା ସ୍ଥିତି ଲାଗି ଆମକୁ ଫିଲ୍ମ 'ରାଧେଶ୍ୟାମ'ର ରିଲିଜକୁ ଘୁଞ୍ଚାଇବାକୁ ପଡୁଛି। ଫ୍ୟାନ୍‌ମାନଙ୍କ ସମର୍ଥନ ପାଇଁ ଧନ୍ୟବାଦ। ଖୁବଶୀଘ୍ର ସିନେମା ହଲ୍‌ରେ ଦେଖା ହେବ।'

ଏହି ଟ୍ୱିଟ୍‌ ସହ ଫିଲ୍ମ ନିର୍ମାତା ଏକ ଫଟୋକୁ ମଧ୍ୟ ଶେଆର କରିଛନ୍ତି। ଏହି ଫଟୋରେ ଲେଖା ଅଛି,'ଗତ କିଛି ଦିନ ହେବ ଆମେ ଚେଷ୍ଟା କରୁଥିଲୁ, କିନ୍ତୁ ଓମିକ୍ରନ୍ ଭାରିଏଣ୍ଟ ବୃଦ୍ଧି ପାଉଥିବା ମାମଲାକୁ ଦେଖିଲେ ଏହା ଲଗୁଛି ଯେ ବଡ ପରଦାରେ ଆସିବା ପାଇଁ ଆମକୁ ଅପେକ୍ଷା କରିବାକୁ ପଡିବ। ଏଥିପାଇଁ ଆମେ ନିଶ୍ଚିତ ଆପଣମାନଙ୍କ ଭଲପାଇବା ଏହି କଷ୍ଟ ସମୟରେ ଏକାଠି ଉଠିବାରେ ସାହାଯ୍ୟ କରିବ।'

ସୂଚନା ମୁତାବକ, ବହୁବଳୀ ଷ୍ଟାର୍‌ ପ୍ରଭାସ ଓ ପୂଜା ହେଗଡେ ଷ୍ଟାରର ଏହି ବିଗ୍‌ ବଜେଟ୍‌ ଫିଲ୍ମ ଜାନୁଆରୀ ୧୪ରେ ରିଲିଜ ହୋଇଥା'ନ୍ତା। କିନ୍ତୁ ଏବେ ଏହାକୁ ଘୁଞ୍ଚାଇ ଦିଆଯାଇଛି। ଏହି ଫିଲ୍ମରେ ପ୍ରଭାସଙ୍କୁ ଜଣେ ହସ୍ତ ଜ୍ୟୋତିଷ ଭୂମିକାରେ ଦେଖିବାକୁ ମିଳିବ। ଏଥିସହ ସେ ଏଥିରେ ଆକ୍ସନ ଷ୍ଟାର୍‌ରୁ ଲଭବର ବଏ ପାଲଟିଛନ୍ତି। ପୂର୍ବରୁ ଏହି ଫିଲ୍ମର ଟ୍ରେଲର ଓ ଗୀତ ରିଲିଜ ହୋଇସାରିଛି, ଯାହାକୁ ଲୋକେ ଖୁବ୍‌ ପସନ୍ଦ କରିଛନ୍ତି।

https://twitter.com/UV_Creations/status/1478604121179492354?s=20

Related story