ଶେଷରେ ତନୁଶ୍ରୀଙ୍କୁ ଭୁଲ୍‌ ମାଗିଲେ ରାକ୍ଷୀ

ମୁମ୍ୱାଇ:  #metoo ଅଭିଯାନକୁ ନେଇ ଅଭିନେତ୍ରୀ ତନୁଶ୍ରୀ ଦତ୍ତ ଓ ବଲିଉଡ୍‌ କଣ୍ଟ୍ରୋଭର୍ସି କୁଇନ୍‌ ରାକ୍ଷୀ ସାୱନ୍ତଙ୍କ ମଧ୍ୟରେ ଜୋର୍ ଧରିଥିବା ଆରୋପ ପ୍ରତ୍ୟାରୋପର ଝଗଡ଼ାରେ ଏକପ୍ରକାର ପୂର୍ଣ୍ଣଛେଦ ପଡ଼ିଛି। ସୋଶାଲ୍‌ ମିଡିଆରେ ରାକ୍ଷୀ ତନୁଶ୍ରୀଙ୍କୁ ଭୁଲ୍‌ ମାଗିବା ସହ ଏହି ବିବାଦକୁ ଆଉ ଆଗକୁ ନ ନେବା ପାଇଁ ଅନୁରୋଧ କରିଛନ୍ତି। କଥା କଥାରେ ବାଘୁଣୀଙ୍କ ପରି ଲଢ଼େଇ କରୁଥିବା ରାକ୍ଷୀ ତନୁଶ୍ରୀଙ୍କୁ ଭୁଲ୍‌ ମାଗିଲେ, ଏହା ଶୁଣିବା ପରେ ନିଶ୍ଚୟ ଆପଣ ଆଶ୍ଚର୍ଯ୍ୟ ହେଉଥିବେ। ଅବଶ୍ୟ […]

puspa-rakhi

puspa-rakhi

Puspanjali Panda
  • Published: Wednesday, 21 November 2018
  • Updated: 21 November 2018, 05:44 PM IST

Sports

Latest News

ମୁମ୍ୱାଇ:  #metoo ଅଭିଯାନକୁ ନେଇ ଅଭିନେତ୍ରୀ ତନୁଶ୍ରୀ ଦତ୍ତ ଓ ବଲିଉଡ୍‌ କଣ୍ଟ୍ରୋଭର୍ସି କୁଇନ୍‌ ରାକ୍ଷୀ ସାୱନ୍ତଙ୍କ ମଧ୍ୟରେ ଜୋର୍ ଧରିଥିବା ଆରୋପ ପ୍ରତ୍ୟାରୋପର ଝଗଡ଼ାରେ ଏକପ୍ରକାର ପୂର୍ଣ୍ଣଛେଦ ପଡ଼ିଛି। ସୋଶାଲ୍‌ ମିଡିଆରେ ରାକ୍ଷୀ ତନୁଶ୍ରୀଙ୍କୁ ଭୁଲ୍‌ ମାଗିବା ସହ ଏହି ବିବାଦକୁ ଆଉ ଆଗକୁ ନ ନେବା ପାଇଁ ଅନୁରୋଧ କରିଛନ୍ତି।

କଥା କଥାରେ ବାଘୁଣୀଙ୍କ ପରି ଲଢ଼େଇ କରୁଥିବା ରାକ୍ଷୀ ତନୁଶ୍ରୀଙ୍କୁ ଭୁଲ୍‌ ମାଗିଲେ, ଏହା ଶୁଣିବା ପରେ ନିଶ୍ଚୟ ଆପଣ ଆଶ୍ଚର୍ଯ୍ୟ ହେଉଥିବେ।

ଅବଶ୍ୟ ଦୁହିଁଙ୍କ ଭିତରେ ଝଗଡ଼ା ଏପରି ବଢି ଯାଇଥିଲା ଯେ, ତନୁଶ୍ରୀ ରାକ୍ଷୀଙ୍କ ନାଁରେ ୧୦ କୋଟି ଟଙ୍କାର ମାନହାନି ମୋକଦ୍ଦମା କରିଥିଲେ। ଏପରିକି ରାକ୍ଷୀ ମଧ୍ୟ ତନୁଶ୍ରୀଙ୍କ ବିରୋଧରେ ୨୫ ପଇସାର ମାନହାନି କେଶ୍ କରିଥିଲେ।

ତେବେ ଆପଣ ଭାବୁଥିବେ, ଯେଉଁ ରାକ୍ଷୀ ଦିନେ ତନୁଶ୍ରୀଙ୍କୁ ଲେସ୍‌ବିଆନ୍ କହି ତାଙ୍କ ବିରୋଧରେ ବଳାତ୍କାରର ସଙ୍ଗିନ୍‌ ଅଭିଯୋଗ ଆଣିଥିଲେ, ତାଙ୍କର ଏମିତି କ'ଣ ହେଲା ଯେ, ସେ ତନୁଶ୍ରୀଙ୍କୁ ଭୁଲ୍‌ ମାଗିବାକୁ ବାଧ୍ୟ ହେଲେ।
ତେବେ ପ୍ରକୃତ କଥା ହେଉଛି, ରାକ୍ଷୀ ତନୁଶ୍ରୀଙ୍କ ଉପରେ ଯେଉଁସବୁ ଅଭିଯୋଗ ଲଗାଇଥିଲେ, ସେଥିରେ ତନୁଶ୍ରୀ ଖୁବ୍‌ ରାଗି ଯାଇଥିଲେ। ଏକ ଟିଭି ଶୋ'ରେ ତନୁଶ୍ରୀ କହିଥିଲେ, “ରାକ୍ଷୀ ସାୱନ୍ତ #metoo ଅଭିଯାନକୁ ମିଛ ବୋଲି କହି ସମସ୍ତ ଝିଅଙ୍କ ପ୍ରତି ହୋଇଥିବା ଅତ୍ୟାଚାରକୁ ମିଛ ବୋଲି ପ୍ରମାଣିତ କରୁଛନ୍ତି।"
ଏହା ସହ ତନୁଶ୍ରୀ ରାକ୍ଷୀଙ୍କ ଅନେକ ସିକ୍ରେଟ୍‌ ମଧ୍ୟ ଏହି ଟିଭି ଶୋ'ରେ ଶେୟାର୍‌ କରିଥିଲେ।

ଏହା ପରେ ପରେ ପଞ୍ଚକୁଲାରେ ଆମେରିକାର ରେସ୍‌ଲର୍‌ ରିବେଲ୍‌ଙ୍କ ସହ କୁସ୍ତି କରିବାକୁ ଯାଇ ରାକ୍ଷୀ ଅଣ୍ଟାରେ ଆଘାତ ପାଇଥିଲେ। ତେବେ ଏହି ଘଟଣା ପାଇଁ ରାକ୍ଷୀ ତନୁଶ୍ରୀଙ୍କୁ ମଧ୍ୟ ଦାୟୀ କରିଥିଲେ।

ପରସ୍ପରଙ୍କ ମଧ୍ୟରେ ଏଭଳି ଆକ୍ଷେପ ପ୍ରତିଆକ୍ଷେପ ଜାରି ରହିଥିବାବେଳେ ତନୁଶ୍ରୀ ରାକ୍ଷୀଙ୍କୁ ଟାର୍ଗେଟ୍‌ କରି କହିଥିଲେ, “ଯେ ପର୍ଯ୍ୟନ୍ତ ରାକ୍ଷୀ ନିଜ ସମସ୍ତ କାମ ପାଇଁ ତାଙ୍କୁ କ୍ଷମା ମାଗି ନାହାନ୍ତି, ସେ ଯାଏ ସେ ଚର୍ଚ୍ଚ, ଗୁରୁଦ୍ୱାରା, ମସଜିଦ୍‌ କିମ୍ୱା ମନ୍ଦିର ଯିବେ ନାହିଁ।"
ଏହା ପରେ ରାକ୍ଷୀ ସୋଶାଲ୍‌ ମିଡିଆରେ ତନୁଶ୍ରୀଙ୍କୁ କ୍ଷମା ମାଗିଛନ୍ତି ଏବଂ ତାଙ୍କ ଦୁହିଁଙ୍କ କଳି ଭିତରକୁ ଜେସସ୍‌ଙ୍କୁ ନ ଟାଣିବା ପାଇଁ ଅନୁରୋଧ କରିଛନ୍ତି।
ଦେଖନ୍ତୁ ସୋଶାଲ୍‌ ମିଡିଆରେ ରାକ୍ଷୀ ଶେୟାର୍ କରିଥିବା ଭିଡିଓରେ କ’ଣ କହୁଛନ୍ତି।

 

View this post on Instagram

 

Today my faith has been broken.My spiritual journey started in 2009 with a vision of Jesus Christ and henceforth I experienced different religions,yoga,meditation and Buddhism,scientology,Islam etc but I always held my faith in God through Jesus in the highest esteem,I never wanted to be a religious person but rather I had a spiritual bent of mind and hence whenever there was an opportunity to learn something new I took it.I believed God loved me and I believed Jesus loved me.Today I see a liar like Rakhi Sawant being prayed for by priests after her injury.Couldn't they also reprimand her for bearing false testimony?? Is this what they teach you in church?? To say horrible things about someone just because you don't agree to what they stand for..to attack people?? to speak shit about ppl for your own gains?? To lie blatantly??I hear her talk about her Christian faith.And I along with the whole country heard her mouth vile,vicious,damming lies about me in full public display without any remorse or fear of God.She wanted to silence me from the #metoo while getting some mileage and providing laughworthy entertainment.She could not achieve my silence but she has achieved what I thought was unachievable..to break my faith in Jesus.I declare today that I will never step foot inside a church ever again untill Rakhi Sawant confesses to her lies about me and apologises in Public.You become what you worship and if Rakhi can lie through her teeth and profess being a believer in Christ then perhaps her Jesus must be a liar too!! I'm glad I didn't get baptised when I had a chance.It would be like marrying someone who allows liars,cheats and mudslingers,so called churchgoers to throw venom at you all the while telling you that he loves you.Jesus you have disappointed me..It's either Rakhi or me.Choose!!-Tanushree Dutta

A post shared by Rakhi Sawant (@rakhisawant2511) on Nov 19, 2018 at 5:43am PST

ରାକ୍ଷୀ କହିଛନ୍ତି, “ଜେସସ୍‌ ସମସ୍ତଙ୍କ ପିତା। ତେଣୁ ଆମ ଦୁହିଁଙ୍କ କଳିରେ, ତନୁଶ୍ରୀ ତୁମେ ତାଙ୍କୁ ଟାଣ ନାହିଁ। ତୁମକୁ ଯଦି ଲାଗୁଛି ମୁଁ ଭୁଲ୍‌ ମାଗିଲେ, ତୁମେ ଭଗବାନଙ୍କ ପାଖକୁ ଯିବ, ତେବେ ମୁଁ ମୋର ସମସ୍ତ କାମ ପାଇଁ ତୁମକୁ ଭୁଲ୍ ମାଗୁଛି।"

ଏହା ସହିତ ଉଭୟଙ୍କ ମଧ୍ୟରେ ଚାଲିଥିବା ସମସ୍ତ ଝଗଡ଼ାକୁ ଏହିଠାରେ ହିଁ ଶେଷ କରିବାକୁ ରାକ୍ଷୀ ତନୁଶ୍ରୀଙ୍କୁ ଅନୁରୋଧ କରିଛନ୍ତି। କ୍ଷମା ମାଗିଲେ ସେ କାହା ପାଖରେ ଛୋଟ ହୋଇଯିବେ ନାହିଁ ବୋଲି ରାକ୍ଷୀ ସାୱନ୍ତ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos