ଅରୁଣ ଜେଟଲୀଙ୍କ ସଂପର୍କରେ ମିଛ ଖବର ଦେଇ ଟ୍ରୋଲ୍‌ ହେଲେ ରାକ୍ଷୀ

ମୁମ୍ବାଇ: ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପ-ରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହିତ ବିଜେପିର ବହୁ ବଡ଼ ବଡ଼ ନେତା ଏମ୍ସ ଯାଇ ଜେଟଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ବାବଦରେ ପଚାରି ବୁଝିଛନ୍ତି। ଦେଶର କିଛି ସ୍ଥାନରେ ତାଙ୍କର ଆରୋଗ୍ୟକାମନା କରାଯାଇ ପୂବଜାର୍ଚ୍ଚନା ବି କରାଯାଉଛି। ସାରା ଦେଶର ଲୋକେ ତାଙ୍କ […]

rakhisawant

rakhisawant

Chinmayee Roy
  • Published: Sunday, 18 August 2019
  • Updated: 18 August 2019, 03:01 PM IST

Sports

Latest News

ମୁମ୍ବାଇ: ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପ-ରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହିତ ବିଜେପିର ବହୁ ବଡ଼ ବଡ଼ ନେତା ଏମ୍ସ ଯାଇ ଜେଟଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ବାବଦରେ ପଚାରି ବୁଝିଛନ୍ତି। ଦେଶର କିଛି ସ୍ଥାନରେ ତାଙ୍କର ଆରୋଗ୍ୟକାମନା କରାଯାଇ ପୂବଜାର୍ଚ୍ଚନା ବି କରାଯାଉଛି। ସାରା ଦେଶର ଲୋକେ ତାଙ୍କ ଆରୋଗ୍ୟକାମନା କରୁଥିବାବେଳେ ରାକ୍ଷୀ ସାୱନ୍ତଙ୍କର ଏକ ବିବାଦୀୟ ପୋଷ୍ଟ୍‌କୁ ନେଇ ସୋଶାଲ୍‌ ମିଡିଆରେ ହଇଚଇ ସୃଷ୍ଟି ହୋଇଛି।

ସୂଚନା ଅନୁଯାୟୀ, ରାକ୍ଷୀ ସାୱନ୍ତ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଅରୁଣ ଜେଟଲୀଙ୍କୁ ମୃତ ଘୋଷଣା କରି ଦେଇଥିଲେ। ସେ ଶ୍ରୀ ଜେଟଲୀଙ୍କ ଫଟୋ ଶେଆର୍ କରି ‘RIP’ ଲେଖିଥିଲେ। ଏହା ପରେ ଲୋକେ ତାଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରି ଦେଇଥିଲେ।

ArunJaitleyଜଣେ ୟୁଜର ଲେଖିଥିଲେ, ‘ଉଡ଼ା କଥା ପ୍ରଚାର କରିବା ବନ୍ଦ କର ଓ ସଠିକ୍‌ ଖବରକୁ ଅନୁସରଣ କର’। ଲୋକେ ତାଙ୍କୁ ଟ୍ରୋଲ୍ କରୁଥିବା ଦେଖି ରାକ୍ଷୀ ଉକ୍ତ ପୋଷ୍ଟକୁ ଡିଲିଟ୍ କରି ଦେଇଥିଲେ ଓ କ୍ଷମା ମାଗିଥିଲେ।

ସୂଚନାଯୋଗ୍ୟ, ଅଗଷ୍ଟ ୯ ତାରିଖରେ ଅରୁଣ ଜେଟଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ତାଙ୍କ ଅବସ୍ଥା ଗମ୍ଭୀର ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos