‘ରମନ ରାଘବ ୨.୦’ର ନୂଆ ଗୀତ ରିଲିଜ୍

ମୁମ୍ୱାଇ: ନୱାଜୁଦ୍ଦିନ୍ ସିଦ୍ଦିକିଙ୍କ ଆଗାମୀ ଫିଲ୍ମ ‘ରମନ ରାଘବ ୨.୦’ର ନୂଆ ଗୀତ ରିଲିଜ୍ ହୋଇଛି। ରାମ ସମ୍ପଥ୍ ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ନୟନତାରା ଭଟ୍ଟକଲ କଣ୍ଠଦାନ କରିଛନ୍ତି। ଏହି ଗୀତର ଟାଇଟଲ୍ ‘ବେହୁଦା’ ରହିଛି। ଏହି ଗୀତର ଭିଡିଓରେ ନୱାଜୁଦ୍ଦିନଙ୍କୁ ସିରିୟଲ୍ କିଲର୍ ରମନ ରାଘବ୍ ଚରିତ୍ରରେ ଦେଖିବାକୁ ମିଳିବ। ୧୯୬୦ ଦଶକରେ ମୁମ୍ୱାଇ ସହରରେ ରମନ୍ ରାଘବ୍ ଜଣେ ସିରିୟଲ୍ କିଲର୍‌ ଭାବେ ପରିଚୟ ପାଇଥିଲା। ଏହି ସିରିୟଲ୍ କିଲରକୁ ପୋଲିସ୍ […]

film

Rakesh Mallick
  • Published: Saturday, 11 June 2016
  • , Updated: 11 June 2016, 02:52 PM IST

ମୁମ୍ୱାଇ: ନୱାଜୁଦ୍ଦିନ୍ ସିଦ୍ଦିକିଙ୍କ ଆଗାମୀ ଫିଲ୍ମ ‘ରମନ ରାଘବ ୨.୦’ର ନୂଆ ଗୀତ ରିଲିଜ୍ ହୋଇଛି। ରାମ ସମ୍ପଥ୍ ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ନୟନତାରା ଭଟ୍ଟକଲ କଣ୍ଠଦାନ କରିଛନ୍ତି। ଏହି ଗୀତର ଟାଇଟଲ୍ ‘ବେହୁଦା’ ରହିଛି। ଏହି ଗୀତର ଭିଡିଓରେ ନୱାଜୁଦ୍ଦିନଙ୍କୁ ସିରିୟଲ୍ କିଲର୍ ରମନ ରାଘବ୍ ଚରିତ୍ରରେ ଦେଖିବାକୁ ମିଳିବ।

୧୯୬୦ ଦଶକରେ ମୁମ୍ୱାଇ ସହରରେ ରମନ୍ ରାଘବ୍ ଜଣେ ସିରିୟଲ୍ କିଲର୍‌ ଭାବେ ପରିଚୟ ପାଇଥିଲା। ଏହି ସିରିୟଲ୍ କିଲରକୁ ପୋଲିସ୍ ଗିରଫ କରିବା ମଧ୍ୟରେ ପ୍ରାୟ ୪୧ ଜଣ ନିରୀହ ଲୋକଙ୍କୁ ସେ ହତ୍ୟା କରିସାରିଥିଲା। ଗିରଫ ପରେ ରମନ୍ ରାଘବ୍ ମାନସିକ ରୋଗୀ ଥିବା ଡାକ୍ତରୀ ରିପୋର୍ଟରୁ ଜଣାପଡ଼ିଥିଲା।

ଅନୁରାଗ କଶ୍ୟପଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହୋଇଥିବା ଏହି ଫିଲ୍ମ ଜୁନ୍ ୨୪ରେ ରିଲିଜ୍ ହେବ।

Related story