ଏହି ଅଭିନେତ୍ରୀଙ୍କ ସହ କିସ୍‌ରେ ମାତିଗଲେ ରଣବୀର: ଶୁଣିଲେନି ନିର୍ଦ୍ଦେଶକଙ୍କ କଥା

ମୁମ୍ବାଇ: ବଲିଉଡ୍‌ ଚକ୍‌ଲେଟ୍‌ ବୟ ରଣବୀର କପୁର ଖୁବ୍‌ ରୋମାଣ୍ଟିକ୍‌। ସେଥିପାଇଁ ତାଙ୍କୁ ରୋମାଣ୍ଟିକ୍‌ ହିରୋ ମଧ୍ୟ କୁହାଯାଏ। ସେ ସବୁବେଳେ ନିଜ ରୋମାନ୍ସକୁ ନେଇ ଚର୍ଚ୍ଚାରେ ଥାଆନ୍ତି। ଦୀପିକା ପାଦୁକୋନ୍‌  ଓ କ୍ୟାଟ୍ରିନା କୈଫ୍‌ଙ୍କ ସହ ସମ୍ପର୍କକୁ ନେଇ ସେ ଅଧିକ ଚର୍ଚ୍ଚାରେ ଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ପ୍ରେମରେ ସଫଳ ହୋଇପାରିନାହାନ୍ତି। ରଣବୀର ସିନା ରିଅଲ୍‌ ଲାଇଫ୍‌ରେ ପ୍ରେମରେ ବିଫଳ ହୋଇଛନ୍ତି କିନ୍ତୁ ରିଲ୍‌ ଲାଇଫ୍‌ରେ ଜଣେ ଲଭର ବୟ ଭାବେ ସବୁବେଳେ ନିଜକୁ […]

landscape_evelyn-sharma-with-ranbir-kapoor-in-yeh-jawaani-hai-deewani-pic-3

landscape_evelyn-sharma-with-ranbir-kapoor-in-yeh-jawaani-hai-deewani-pic-3

Rakesh Mallick
  • Published: Sunday, 13 May 2018
  • Updated: 13 May 2018, 02:59 PM IST

Sports

Latest News

ମୁମ୍ବାଇ: ବଲିଉଡ୍‌ ଚକ୍‌ଲେଟ୍‌ ବୟ ରଣବୀର କପୁର ଖୁବ୍‌ ରୋମାଣ୍ଟିକ୍‌। ସେଥିପାଇଁ ତାଙ୍କୁ ରୋମାଣ୍ଟିକ୍‌ ହିରୋ ମଧ୍ୟ କୁହାଯାଏ। ସେ ସବୁବେଳେ ନିଜ ରୋମାନ୍ସକୁ ନେଇ ଚର୍ଚ୍ଚାରେ ଥାଆନ୍ତି। ଦୀପିକା ପାଦୁକୋନ୍‌  ଓ କ୍ୟାଟ୍ରିନା କୈଫ୍‌ଙ୍କ ସହ ସମ୍ପର୍କକୁ ନେଇ ସେ ଅଧିକ ଚର୍ଚ୍ଚାରେ ଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ପ୍ରେମରେ ସଫଳ ହୋଇପାରିନାହାନ୍ତି। ରଣବୀର ସିନା ରିଅଲ୍‌ ଲାଇଫ୍‌ରେ ପ୍ରେମରେ ବିଫଳ ହୋଇଛନ୍ତି କିନ୍ତୁ ରିଲ୍‌ ଲାଇଫ୍‌ରେ ଜଣେ ଲଭର ବୟ ଭାବେ ସବୁବେଳେ ନିଜକୁ ପ୍ରମାଣିତ କରି ଆସିଛନ୍ତି। ଏମିତିକି ସେ ଫିଲ୍ମ ‘ୟେ ଜବାନୀ ହୈ ଦିୱାନୀ’ରେ ଏକ ରୋମାନ୍ସ ସିନ୍‌ କରିବାରେ ଏମିତି ମସଗୁଲ୍‌ ହୋଇଯାଇଥିଲେ ଯେ ନିର୍ଦ୍ଦେଶକ କଟ୍‌ କହିଲା ପରେ ବି ସେ ଶୁଣି ନଥିଲେ। ଆପଣ ଭାବୁଥିବେ ସେ ଅଭିନେତ୍ରୀ ଜଣକ ବୋଧେ ଦୀପିକା ପାଦୁକୋନ୍‌। କିନ୍ତୁ ସେ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ନୁହଁନ୍ତି ସେ ହେଉଛନ୍ତି ଏବ୍‌ଲିନ୍‌ ଶର୍ମା।

କଥା ହେଉଛି ଏହି ଫିଲ୍ମରେ ଏକ ରୋମାନ୍ସ ସିନ୍‌ରେ ରଣବୀର ଏବ୍‌ଲିନ୍‌ଙ୍କ ସହ ରୋମାନ୍ସ କରିବାରେ ଏତେ ମଜ୍ଜି ଯାଇଥିଲେ ଯେ ନିର୍ଦ୍ଦେଶକ ବାରମ୍ବାର କଟ୍‌ କହିଲା ପରେ ବି ସେ ଖାତିରି କରି ନଥିଲେ। ତାଙ୍କ ସହ ରୋମାନ୍ସ କରିବାରେ ଲାଗି ପଡ଼ିଥିଲେ। ଆଉ କିଛି ସମୟ ପରେ ଜାଣିଲେ ଯେ  ନିର୍ଦ୍ଦେଶକ କଟ୍‌ କହି ସାରିଲେଣି। ସେଠାରେ ଉପସ୍ଥିତ ଥିବା କିଛି ଲୋକ କହିଥିଲେ ରଣବୀର ସେହି ସିନ୍‌ରେ ଏତେ ବୁଡିଯାଇଥିଲେ ଯେ କଟ୍‌ ତାଙ୍କୁ ଶୁଣାଯାଇନଥିଲା।

୩୧ ବର୍ଷୀୟ  ମଡେଲ୍‌  ଓ ଅଭିନେତ୍ରୀ ଏବ୍‌ଲିନ୍‌ ବଲିଉଡ୍‌ରେ ୟାରିଆଁ, ହିନ୍ଦୀ ମିଡିୟମ୍‌, ଜବ୍‌ ହୈରୀ ମୈଟ୍‌ ସେଜଲ ଭଳି କିଛି ଫିଲ୍ମରେ କାମ କରିଛନ୍ତି। କିନ୍ତୁ ସେତେଟା ଲୋକପ୍ରିୟ ପାଇପାରିନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos