ମୁମ୍ବାଇ: ବଲିଉଡ୍ ସବୁବେଳେ କିଛି ନା କିଛି କାରଣରୁ ଚର୍ଚ୍ଚାରେ ଥାଏ। ଏଠି ଅନେକ କାହାଣୀ। ଶୁଣିବାକୁ ମିଳେ କଳକାରମାନଙ୍କୁ ଏଠାରେ ନିଜର ପ୍ରକୃତ ପାରିଶ୍ରମିକ ଦେବାରେ ଅବହେଳା କରାଯାଏ। ନିକଟରେ ଏହି ବିଷୟରେ ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କୁ ପଚରାଯାଇଥିଲା। ତେବେ ଚାଲନ୍ତୁ ଜାଣିବା ସେ କ’ଣ କହିଛନ୍ତି।
ରାଣୀଙ୍କ କହିବା ଅନୁସାରେ ଆଜିକାଲି ଇଣ୍ଡଷ୍ଟ୍ରି ଏମିତି ହୋଇଗଲାଣି ଅଭିନୟ ଆସୁ କି ନଆସୁ ନିଜ ଦକ୍ଷତା ଠାରୁ ଅଧିକ ଟଙ୍କା ଡିମାଣ୍ଡ କରୁଛନ୍ତି ବହୁ କଳାକାର। ଅଭିନୟ ଠାରୁ ଏମାନେ ଟଙ୍କା ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି। ବାସ୍ତବରେ ଏମିତି କରିବା ଉଚିତ ନୁହେଁ। ନିଜ କ୍ଷେତ୍ରରେ ସବୁବେଳେ ଭଲ ପ୍ରଦର୍ଶନ କରିବା ଆବଶ୍ୟକ। ଟଙ୍କା ଆପେ ଆସିଯିବ।
ରାଣୀ କହିଥିଲେ, ‘‘ମୁଁ ଟଙ୍କା ପାଇଁ ଇଣ୍ଡଷ୍ଟ୍ରିକୁ ଆସି ନଥିଲି। ମୁଁ ଖୁସି ରହିବାକୁ ଚାହୁଁଥିଲି। ସେଥିପାଇଁ ଇଣ୍ଡଷ୍ଟ୍ରି ଏକ ମାଧ୍ୟମ ଥିଲା।’’
ରାଣୀ ଏବେ ନିଜ ଆଗାମୀ ଫିଲ୍ମ ‘ହିଚ୍କି’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Entertainment
ଏଆର ରହମାନଙ୍କ ସହ ଲିଙ୍କ୍ ଚର୍ଚ୍ଚା, ନୀରବତା ଭାଙ୍ଗିଲେ ମୋହିନୀ ଦେ
ନିକଟରେ ପତ୍ନୀଙ୍କୁ ଛାଡ଼ପତ୍ର ଦେଇଥିଲେ ବିଶିଷ୍ଟ ମ୍ୟୁଜିସିଆନ ଏଆର ରହମାନ।
Entertainment
ମହାପ୍ରଭୁଙ୍କୁ ତାଚ୍ଛଲ୍ୟ...; ଯାତ୍ରା ଷ୍ଟେଜକୁ ଚେୟାର ଫିଙ୍ଗିଲେ ଦର୍ଶକ
ଖଳ ଚରିତ୍ରରେ ଥିବା ନବ ଘୋଷ କୋଟି ଓଡ଼ିଆଙ୍କ ଆରାଧ୍ୟ ମହାପ୍ରଭୁ ଜଗନ୍ନାଥଙ୍କୁ କଡା ଭାଷାରେ ଆକ୍ଷେପ କଲା ପରି ସଂଳାପ କହିଥିଲେ। ନବ ଘୋଷଙ୍କ ସେହି ସଂଳାପ ଶୁଣିବା ପରେ ତାତି ଯାଇଥିଲେ ଷ୍ଟେଜ୍ ସମ୍ମୁଖରେ ବସିଥିବା ଦର୍ଶକ।
Entertainment
ମହଙ୍ଗା ପଡ଼ିଲା ବିନା ହେଲମେଟରେ ରିଲ୍ସ; ରାନୀ ପ୍ରିୟଦର୍ଶିନୀଙ୍କ ଗାଡ଼ି ଜବତ
ବିନା ହେଲମେଟରେ ସ୍କୁଟି ଚଳାଇ ରିଲ୍ସ କରି ସୋଶାଲ ମିଡିଆରେ ପୋଷ୍ଟ କରିଥିଲେ ରାନୀ ପ୍ରିୟଦର୍ଶିନୀ।
Tollywood
'ଛୁପାନା ଭି ନେହିଁ ଆତା, ଜତାନା ଭି ନେହିଁ ଆତା...' ରଶ୍ମୀକା-ବିଜୟଙ୍କ ଡେଟିଂ ଫଟୋ ଭାଇରାଲ୍
ଉଭୟ ଡେଟିଂ ଚର୍ଚ୍ଚାକୁ ଖଣ୍ଡନ କରି ଆସୁଥିଲେ ମଧ୍ୟ ସେମାନଙ୍କର କିଛି ଫଟୋ ସେଶାଲ ମିଡିଆରେ ଭାଇରାଲ୍ ହେଉଛି।
Bollywood
ରାଗିଗଲେ ଏଆର୍ ରହମାନ, ନୋଟିସ୍ ପଠାଇଲେ, ଚେତାବନୀ ଦେଲେ
ଦୀର୍ଘ ୨୯ ବର୍ଷର ବିବାହ ପରେ ଏଆର୍ ରହମାନ ନିଜ ପତ୍ନୀ ସାଇରା ବାନୁଙ୍କ ଠାରୁ ଅଲଗା ହୋଇଛନ୍ତି। ଦୁହିଁଙ୍କ ଛାଡପତ୍ରକୁ ନେଇ ଅନେକ ପ୍ରକାରର ଖବର ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।