ବଲିଉଡ୍‌ରେ ପାଦ ଥାପିଲେ ରାନୁ ମଣ୍ଡଳ

ମୁମ୍ବାଇ: ପଶ୍ଚିମବଙ୍ଗର ରାନାଘାଟ ରେଲଓ୍ୱେ ଷ୍ଟେସନ୍‌ରେ ସୁଲଳିତ କଣ୍ଠରେ ଲତା ମଙ୍ଗେଶକରଙ୍କ ଗୀତ ଗାଇ ରାତାରାତି ଷ୍ଟାର ପାଲଟିଥିବା ରାନୁ ମଣ୍ଡଲଙ୍କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ସେ ଏବେ ସିଙ୍ଗିଙ୍ଗ୍‌ ରିଆଲିଟି ଶୋ ‘ସୁପରଷ୍ଟାର୍‌ ସିଙ୍ଗର୍‌’ର ଆସନ୍ତା ଏପିସୋଡ୍‌ରେ ନଜର ଆସିବେ। କେବଳ ଏତିକି ନୁହେଁ, ସେ ବଲିଉଡ୍‌ରେ ମଧ୍ୟ ପ୍ରବେଶ କରିସାରିଲେଣି। ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ହିମେଶ ରେଶମିଆଁ ରାନୁଙ୍କୁ ବଲିଉଡ୍‌ରେ ଗାଇବାର ସୁଯୋଗ ଦେଇଛନ୍ତି। ହିମେଶ ରେଶମିଆଁ ତାଙ୍କୁ ନିଜ ଆଗାମୀ […]

ranu mandol

ranu mandol

Chinmayee Roy
  • Published: Friday, 23 August 2019
  • Updated: 23 August 2019, 04:39 PM IST

Sports

Latest News

ମୁମ୍ବାଇ: ପଶ୍ଚିମବଙ୍ଗର ରାନାଘାଟ ରେଲଓ୍ୱେ ଷ୍ଟେସନ୍‌ରେ ସୁଲଳିତ କଣ୍ଠରେ ଲତା ମଙ୍ଗେଶକରଙ୍କ ଗୀତ ଗାଇ ରାତାରାତି ଷ୍ଟାର ପାଲଟିଥିବା ରାନୁ ମଣ୍ଡଲଙ୍କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ସେ ଏବେ ସିଙ୍ଗିଙ୍ଗ୍‌ ରିଆଲିଟି ଶୋ ‘ସୁପରଷ୍ଟାର୍‌ ସିଙ୍ଗର୍‌’ର ଆସନ୍ତା ଏପିସୋଡ୍‌ରେ ନଜର ଆସିବେ। କେବଳ ଏତିକି ନୁହେଁ, ସେ ବଲିଉଡ୍‌ରେ ମଧ୍ୟ ପ୍ରବେଶ କରିସାରିଲେଣି। ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ହିମେଶ ରେଶମିଆଁ ରାନୁଙ୍କୁ ବଲିଉଡ୍‌ରେ ଗାଇବାର ସୁଯୋଗ ଦେଇଛନ୍ତି।

ହିମେଶ ରେଶମିଆଁ ତାଙ୍କୁ ନିଜ ଆଗାମୀ ଫିଲ୍ମ ‘ହାପି ହାର୍ଡି ଆଣ୍ଡ ହୀର୍’ରେ ଗୀତ ଗାଇବାର ସୁବର୍ଣ୍ଣ ସୁଯୋଗ ଦେଇଛନ୍ତି।  ହିମେଶ, ରାନୁଙ୍କ ସହ ରେକର୍ଡିଂ ଷ୍ଟୁଡିଓର ଏକ ଭିଡିଓ ମଧ୍ୟ ଶେଆର୍‌ କରିଛନ୍ତି। ଏହି ଭିଡିଓରେ ରାନୁ ନିଜ ମଧୂର କଣ୍ଠରେ ‘ତେରି ମେରି କାହାନି’ ଗୀତ ଗାଉଛନ୍ତି। ଏଏହି ଭିଡିଓ ଶେଆର କରି ହିମେଶ ଲେଖିଛନ୍ତି, ‘ସୁଲଳିତ କଣ୍ଠଯୁକ୍ତ ରାନୁ ମଣ୍ଡଳଙ୍କ ସହ ମୋ ଫିଲ୍ମ ‘ହାପି ହାର୍ଡି’ର ‘ତେରି ମେରି କାହାନି’ ଗୀତ ରେକର୍ଡିଂ ହୋଇସାରିଛି। ଆମର ସବୁ ସ୍ୱପ୍ନ ସତ ହୋଇପାରିବ, ଯଦି ଆପଣ ଆଗକୁ ବଢ଼ିବାକୁ ସାହସ କରିବେ। ଏକ ସକାରାତ୍ମକ ଚିନ୍ତା ସତରେ ସବୁ ସ୍ୱପ୍ନ ସାକାର କରିପାରେ। ଆପଣ ସମସ୍ତଙ୍କ ଭଲପାଇବା ଓ ସହଯୋଗ ପାଇଁ ଧନ୍ୟବାଦ।’

https://www.instagram.com/p/B1eVI_cjQS3/?utm_source=ig_web_copy_link

ରାନୁ ମଣ୍ଡଳ ପଶ୍ଚିମବଙ୍ଗର ରାନାଘାଟ ରେଲଓ୍ୱେ ଷ୍ଟେସନରେ ଭିକ ମାଗି ଚଳୁଥିଲେ। ହେଲେ ସେ ସେତେବେଳେ ଚର୍ଚ୍ଚାକୁ ଆସିଲେ ଯେତେବେଳେ ତାଙ୍କର ଏକ ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଲା। ୩୮ ସେକେଣ୍ଡର ସେହି ଭିଡିଓରେ ରାନୁ ବଲିଉଡର ମହାନ ଗାୟିକା କୋକିଳକଣ୍ଠୀ ଲତା ମଙ୍ଗେଶକରଙ୍କର ଲୋକପ୍ରିୟ ଗୀତ ‘ଏକ ପ୍ୟାର୍‌ କା ନଗମା’ ଗୀତ ଗାଉଥିବାର ଦେଖିବାକୁ ମିଳିଥିଲା। ଲୋକମାନଙ୍କୁ ରାନୁଙ୍କ ଗୀତ ଏତେ ଭଲ ଲାଗିଥିଲା ଯେ ଏହି ଭିଡିଓଟିକୁ ସମସ୍ତେ ନିଜ ସୋଶାଲ୍‌ ମିଡିଆ ଆକାଉଣ୍ଟରେ ଶେଆର୍‌ କରିବାକୁ ଲାଗିଲେ। ଏପରିକି ବଡ଼ ବଡ଼ ସେଲେବ୍ରିଟି ମଧ୍ୟ ଏହି ଭିଡିଓ ଶେଆର କଲେ। ଦେଖୁ ଦେଖୁ ଭିଡଓଟି ଏତେ ଭାଇରାଲ୍‌ ହୋଇଯାଇଥିଲା ଯେ ରାତାରାତି ରାନୁ ଷ୍ଟାର୍‌ ପାଲଟିଗଲେ। କେହି କେହି ତ ତାଙ୍କୁ ଇଣ୍ଡଷ୍ଟ୍ରିର ଦ୍ୱିତୀୟ ଲତା ଦିଦି ମଧ୍ୟ କହିବାକୁ ଲାଗିଲେ। ଏହା ପରଠୁ ରାନୁଙ୍କୁ ନେଇ ବଲିଉଡ୍‌ ସଙ୍ଗୀତ ଜଗତରେ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଯାଥିଲା।

https://www.instagram.com/p/B0wIx_8B_Ul/?utm_source=ig_web_copy_link

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story