ରିଲିଜ୍ ହେବ ହିନ୍ଦୀ ଫିଲ୍ମ ପଦ୍ମାବତ: ତଥାପି ବିରୋଧ  

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସେପଟେ ବହୁ ବାଦବିବାଦ ପରେ ଶେଷରେ ରିଲିଜ୍ ହେବ ହିନ୍ଦୀ ଫିଲ୍ମ ପଦ୍ମାବତ। ସଞ୍ଜୟ ଲୀଲା ଭନସାଲୀଙ୍କ ଏହି ବିବାଦୀୟ ଫିଲ୍ମ ଆସନ୍ତା ୨୫ ତାରିଖରେ ରିଲିଜ୍ ହେବ। ପ୍ରଯୋଜନା ସଂସ୍ଥା ପକ୍ଷରୁ ଏହି ସୂଚନା ଦିଆଯାଇଛି। ଫିଲ୍ମଟି ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ସାରା ଦେଶରେ ରିଲିଜ୍ ହେବାକୁ ଯାଉଛି। ତେବେ ଫିଲ୍ମ ରିଲିଜକୁ ନେଇ ପୂର୍ବରୁ ରୋକ୍ ଲଗାଇଛନ୍ତି ଗୁଜରାଟ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶ ସରକାର। ଫିଲ୍ମକୁ ବ୍ୟାପକ ପରିମାଣରେ […]

_03ed98a2-f928-11e7-95e6-04e0a17510b6

_03ed98a2-f928-11e7-95e6-04e0a17510b6

Rakesh Mallick
  • Published: Monday, 15 January 2018
  • Updated: 15 January 2018, 11:10 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସେପଟେ ବହୁ ବାଦବିବାଦ ପରେ ଶେଷରେ ରିଲିଜ୍ ହେବ ହିନ୍ଦୀ ଫିଲ୍ମ ପଦ୍ମାବତ। ସଞ୍ଜୟ ଲୀଲା ଭନସାଲୀଙ୍କ ଏହି ବିବାଦୀୟ ଫିଲ୍ମ ଆସନ୍ତା ୨୫ ତାରିଖରେ ରିଲିଜ୍ ହେବ। ପ୍ରଯୋଜନା ସଂସ୍ଥା ପକ୍ଷରୁ ଏହି ସୂଚନା ଦିଆଯାଇଛି। ଫିଲ୍ମଟି ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ସାରା ଦେଶରେ ରିଲିଜ୍ ହେବାକୁ ଯାଉଛି। ତେବେ ଫିଲ୍ମ ରିଲିଜକୁ ନେଇ ପୂର୍ବରୁ ରୋକ୍ ଲଗାଇଛନ୍ତି ଗୁଜରାଟ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶ ସରକାର। ଫିଲ୍ମକୁ ବ୍ୟାପକ ପରିମାଣରେ ବିରୋଧ କରି ଆସୁଛି କରଣୀ ସେନା। ରାଜପୂତ ରାଣୀ ପଦ୍ମବତୀଙ୍କ ଚରିତ୍ରକୁ ଭୁଲ୍ ଚିତ୍ରଣ କରାଯାଇଥିବା ନେଇ ଅଭିଯୋଗ କରି ଆସୁଛି କରଣୀ ସେନା। ତେଣୁ ଫିଲ୍ମର ନାଁ ଏବଂ କିଛି ବିବାଦୀୟ ଦୃଶ୍ୟକୁ ବାଦ୍ ଦେଇଥିଲେ ସେନ୍ସର ବୋର୍ଡ। ଗତବର୍ଷ ଡିସେମ୍ବର ପହିଲାରେ ରିଲିଜ୍ ହୋଇଥାନ୍ତା ଫିଲ୍ମ ପଦ୍ମାବତୀ, ଯାହା ଏବେ ପଦ୍ମାବତ ଭାବେ ରିଲିଜ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos