ରିଲିଜ୍‌ ହେଲା ‘ରଙ୍ଗୁନ’

ମୁମ୍ବାଇ: ଫିଲ୍ମ ଫ୍ରାଇଡେରେ ଆଜି ରିଲିଜ ହୋଇଛି ଶାହିଦ୍‌ କପୁର ଓ କଙ୍ଗନା ରାଣାୱତଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ରଙ୍ଗୁନ’। ବିଶାଲ ଭରଦ୍ୱାଜଙ୍କ ନିର୍ଦ୍ଦେଶିତ ଏବଂ ସାଜିଦ ନାଦିଆୱାଲା ପ୍ରଯୋଜିତ ଏହି ଫିଲ୍ମ ଦ୍ୱିତୀୟ ବିଶ୍ୱଯୁଦ୍ଧର କାହାଣୀ ଉପରେ ଆଧାରିତ।

ଫିଲ୍ମରେ କଙ୍ଗନାଙ୍କୁ ୪୦ ଦଶକର ବଲିଉଡରେ ପ୍ରଥମ ଆକ୍ସନ କୁଇନ ଭାବେ ପ୍ରସିଦ୍ଧ ଲାଭ କରିଥିବା ମିସ୍‌ ଜୁଲିଆ ଭାବେ ଦେଖିବାକୁ ମିଳୁଛି।