ରିଲିଜ ହୋଇଛି ସଲମନ୍ ଖାଁଙ୍କ ନୂଆ ମୁଭି ’ବଜରଙ୍ଗୀ ଭାଇଜାନ୍’

ମୁମ୍ବାଇ:  ଆଜି ରିଲିଜ ହୋଇଛି ସଲମନ୍ ଖାଁଙ୍କ ନୂଆ ମୁଭି ବଜରଙ୍ଗୀ ଭାଇଜାନ। ଫିଲ୍ମ  ରିଲିଜି ପୂର୍ବରୁ ଟିଜର ଓ ଟ୍ରେଲରକୁ ଜୋରଦାର ଚର୍ଚ୍ଚା ହୋଇଛି। ଫିଲ୍ମର ଟ୍ରେଲର୍ ଓ ଗୀତ ଦେଖି ଉତ୍କଣ୍ଠାରେ ଥିବା ଦର୍ଶକ ସଲମନଙ୍କର ଏହି ଚର୍ଚ୍ଚିତ ଫିଲ୍ମ ପାଇଁ ଅପେକ୍ଷାରେ ଅଛନ୍ତି। ଦବଙ୍ଗ୍ ଷ୍ଟାର ସଲମାନଙ୍କୁ ଭଲଭାବରେ ଜଣା କେମିତି ରହିବେ ନ୍ୟୁଜର ହେଡଲାଇନରେ। କିଛି ବର୍ଷ ହେଲା ସଲମାନ ପାଇଁ  ଇଦ୍ ଲକି ସାବ୍ୟସ୍ତ ହୋଇଛି।  ଇଦରେ ରିଲିଜ ହୋଇଥିବା […]

bajrangi-bhaijaan 1

Rakesh Mallick
  • Published: Friday, 17 July 2015
  • , Updated: 17 July 2015, 04:13 PM IST

ମୁମ୍ବାଇ:  ଆଜି ରିଲିଜ ହୋଇଛି ସଲମନ୍ ଖାଁଙ୍କ ନୂଆ ମୁଭି ବଜରଙ୍ଗୀ ଭାଇଜାନ। ଫିଲ୍ମ  ରିଲିଜି ପୂର୍ବରୁ ଟିଜର ଓ ଟ୍ରେଲରକୁ ଜୋରଦାର ଚର୍ଚ୍ଚା ହୋଇଛି। ଫିଲ୍ମର ଟ୍ରେଲର୍ ଓ ଗୀତ ଦେଖି ଉତ୍କଣ୍ଠାରେ ଥିବା ଦର୍ଶକ ସଲମନଙ୍କର ଏହି ଚର୍ଚ୍ଚିତ ଫିଲ୍ମ ପାଇଁ ଅପେକ୍ଷାରେ ଅଛନ୍ତି। ଦବଙ୍ଗ୍ ଷ୍ଟାର ସଲମାନଙ୍କୁ ଭଲଭାବରେ ଜଣା କେମିତି ରହିବେ ନ୍ୟୁଜର ହେଡଲାଇନରେ। କିଛି ବର୍ଷ ହେଲା ସଲମାନ ପାଇଁ  ଇଦ୍ ଲକି ସାବ୍ୟସ୍ତ ହୋଇଛି।  ଇଦରେ ରିଲିଜ ହୋଇଥିବା ତାଙ୍କର ସମସ୍ତ ଫିଲ୍ମ ହିଟ୍ ହୋଇଛି। ୱାଣ୍ଟେଡ୍, ଦବଙ୍ଗ୍ , ବଡିଗାର୍ଡ, ଏକଥା ଟାଇଗର, କିକ୍ ଫିଲ୍ମର ହ୍ୟାଙ୍ଗଓଭର ନଯାଉଣୁ ଏଥର ଇଦର ରିଲିଜ ହୋଇଛି ବଜରଙ୍ଗୀ ଭାଇଜାନ। ଫିଲ୍ମଟିର କାହାଣୀରେ ଅଛି ଭାରତରେ ହଜି ଯାଇଥିବା ପାକିସ୍ତାନ ଝିଅକୁ କେମିତି ତା ଘରେ ପହଞ୍ଚଉଛନ୍ତି ଭାଇଜାନ। ଏହି ଫିଲ୍ମର ମିଷ୍ଟରଖାନଙ୍କ ସହ ଅଛନ୍ତି କରିନା କାପୁର, ନୱାଜଉଦ୍ଦିନ ସିଦ୍ଦିକି। ରିଲିଜ ପୂର୍ବରୁ ଫିଲ୍ମର ଗୀତ ଗୁଡିକ ଲୋକ ପ୍ରିୟତା ଅର୍ଜିଛି । ଫିଲ୍ମର ସୁଟିଂ ହୋଇଛି ଦିଲ୍ଲୀ ,ରାଜସ୍ତାନରେ।

Related story