ପୁଣି ଏକ ପୁତ୍ର ସନ୍ତାନର ଜନନୀ ହେଲେ ଜେନିଲିଆ

ମୁମ୍ବାଇ:ପୁଣି ଏକ ପୁତ୍ର ସନ୍ତାନର ଜନକ ଓ ଜନନୀ ହୋଇଛନ୍ତି ଜେନେଲିଆ ଡିସୋଜା ଓ ରିତେଶ ଦେଶମୁଖ। ଏନେଇ ଆଜି ରିତେଶ ତାଙ୍କ ଟ୍ୱିଟ୍ଟର ପେଜ୍‌ରେ ତାଙ୍କ  ବଡ ପୁଅ ରିଆନ୍‌ଙ୍କ ନାମ ନେଇ ସୂଚନା ଦେଇ କହିଛନ୍ତି,“ହାଏ ଗାଏଜ୍‌, ମାଇଁ ଆଇ (ମାଁ) ଆଣ୍ଡ ବାବା ଜଷ୍ଟ ଗିଫ୍ଟେଡ୍‌ ମି ଏ ଲିଟିଲ୍‌ ବ୍ରଦର। ନାଓ ଅଲ୍‌ ମାଇ ଟୟଜ୍‌ ଆର ହିଜ୍‌….-ଲଭ୍‌ ରିଆନ୍‌।” ଏହି ଟ୍ୱିଟ୍‌ କରିବାର ମାତ୍ର କିଛି ସମୟ ମଧ୍ୟରେ ବଲିଉଡ […]

genelia-riteish

Rakesh Mallick
  • Published: Wednesday, 01 June 2016
  • , Updated: 01 June 2016, 04:05 PM IST

ମୁମ୍ବାଇ:ପୁଣି ଏକ ପୁତ୍ର ସନ୍ତାନର ଜନକ ଓ ଜନନୀ ହୋଇଛନ୍ତି ଜେନେଲିଆ ଡିସୋଜା ଓ ରିତେଶ ଦେଶମୁଖ।

ଏନେଇ ଆଜି ରିତେଶ ତାଙ୍କ ଟ୍ୱିଟ୍ଟର ପେଜ୍‌ରେ ତାଙ୍କ  ବଡ ପୁଅ ରିଆନ୍‌ଙ୍କ ନାମ ନେଇ ସୂଚନା ଦେଇ କହିଛନ୍ତି,“ହାଏ ଗାଏଜ୍‌, ମାଇଁ ଆଇ (ମାଁ) ଆଣ୍ଡ ବାବା ଜଷ୍ଟ ଗିଫ୍ଟେଡ୍‌ ମି ଏ ଲିଟିଲ୍‌ ବ୍ରଦର। ନାଓ ଅଲ୍‌ ମାଇ ଟୟଜ୍‌ ଆର ହିଜ୍‌....-ଲଭ୍‌ ରିଆନ୍‌।”

ଏହି ଟ୍ୱିଟ୍‌ କରିବାର ମାତ୍ର କିଛି ସମୟ ମଧ୍ୟରେ ବଲିଉଡ ଜଗତରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଥିଲା। ଏହି ଶୁଭେଚ୍ଛୁଙ୍କ ମଧ୍ୟରେ ବୋମନ୍‌ ଇରାନୀ, ଅଭିଷେକ ବଚ୍ଚନ, ଫରହାନ୍‌ ଖାନ୍‌, ସିଦ୍ଧାର୍ଥ ମାଲହୋତ୍ରା, ସାଜିଦ୍‌ ଖାନ୍‌, ହୁମା କ୍ୟୁରେସୀ, ଅନୀଲ କପୁର ଓ  ବିପାଶା ବସୁ ପରି ବହୁ ଅଭିନେତା ଓ ଅଭିନେତ୍ରୀ।

ସୂଚନାଯୋଗ୍ୟ, ୨୦୦୩ରୁ ରିତେଶ ଓ ଜେନିଲିଆଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଥିଲା। ୨୦୧୨ରେ ସେମାନେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ୨୦୧୪ରେ ତାଙ୍କ ଔରସରୁ ପ୍ରଥମ ସନ୍ତାନ ରିଆନ୍‌ ଜନ୍ମ ନେଇଥିଲେ।

Related story