ମୁମ୍ବାଇ: ସମସ୍ତ ଭାରତୀୟ ଫିଲ୍ମ ନିର୍ମାତାଙ୍କ ଇଚ୍ଛା ‘ମହାଭାରତ’ ନିର୍ମାଣ କରିବା। ହେଲେ ଏପରି ସୌଭାଗ୍ୟ ସମସ୍ତଙ୍କୁ ମିଳି ନ ଥାଏ। ଶାହାରୁଖ ଖାନ୍, ଅମୀର ଖାନ୍ ଓ ଫିଲ୍ମ ନିର୍ଦ୍ଦେଶକ ଏସ୍.ଏସ୍ରାଜାମୌଲି ‘ମହାଭାରତ’ କରିବାକୁ ଇଚ୍ଛା ଜାହିର କରିଛନ୍ତି। ହେଲେ ଏହାକୁ ବାସ୍ତବରେ ପରିଣତ କରିବାକୁ ଯାଉଛନ୍ତି ମଲାୟଲମ ସୁପରଷ୍ଟାର ମୋହନଲାଲ। ଏହି ଫିଲ୍ମଟି ‘ଭୀମ’ଙ୍କୁ ନେଇ ଆଧାରିତ ହେବ।
ସୋମବାର ମୋହନଲାଲ ଏନେଇ ବିଧିବଦ୍ଧ ଘୋଷଣା କରିଛନ୍ତି। ବଡ କଥା ହେଲା ଫିଲ୍ମଟି ୧୦୦୦ କୋଟି ଟଙ୍କାର ବଜେଟରେ ନିର୍ମାଣ କରାଯିବ। ବଜେଟ୍ରେ ଏହା ଏସିଆର ବ୍ୟୟବହୁଳ ଫିଲ୍ମ ‘୨.୦’ ଓ ‘ବାହୁବଲୀ’କୁ ମଧ୍ୟ ପଛରେ ପକାଇ ଦେବ।
ମୋହନଲାଲ ଫେସ୍ବୁକରେ ଏକ ଭିଡ଼ିଓକୁ ପୋଷ୍ଟ କରିବା ସହ କ୍ୟାପସ୍ନ ଲେଖିଛନ୍ତି। ଏଥିର ସେ ଉଲ୍ଲେଖ କରିଛନ୍ତି, “ମୋର ମନେ ନାହିଁ ମୁଁ କେତେଥର ‘ରନ୍ଦାମୁଜହମ’ ପଢ଼ିଛି। ମୁଁ ସବୁବେଳେ ଏହାକୁ ବଡ଼ ପରଦାରେ ଆଣିବାକୁ ଚାହୁଁଥିଲି।”
ଏହି ଫିଲ୍ମ ୨ଟି ଭାଗରେ ପରଦାକୁ ଆସିବ। ଏହାର ସୁଟିଂ ୨୦୧୮ରେ ଆରମ୍ଭ ହେବ। ପ୍ରଥମ ଭାଗ ୨୦୨୦ରେ ପରଦାକୁ ଆସିବ ବୋଲି ମୋହନଲାଲ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Bollywood
ହାସ୍ୟ ଅଭିନେତା ଟିକୁଙ୍କୁ ହୃଦ୍ଘାତ! ହସ୍ପିଟାଲରେ ଭର୍ତ୍ତି
ତାଙ୍କୁ ମୁମ୍ବାଇ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।
Bollywood
ଆଉ ନାହାନ୍ତି ଫିଲ୍ମ ନିର୍ମାତା ପ୍ରୀତିଶ ନନ୍ଦୀ
୭୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ବୁଧବାର ବିଳମ୍ବିତ ରାତିରେ ମୁମ୍ବାଇ ସ୍ଥିତ ବାସଭବନରେ ସେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
Bollywood
‘ଏମର୍ଜେନ୍ସି’ ଦେଖିବାକୁ ପ୍ରିୟଙ୍କାଙ୍କୁ ନିମନ୍ତ୍ରଣ କଲେ କଙ୍ଗନା, ଜବାବ କ’ଣ ଥିଲା ଜାଣନ୍ତୁ
ଏମର୍ଜେନ୍ସି ସିନେମାରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଭୂମିକାରେ ରହିଛନ୍ତି। ଏହା ଜାନୁଆରୀ ୧୭ରେ ରିଲିଜ ହେବାକୁ ଯାଉଛି।
Bollywood
ଅଭିନେତ୍ରୀ ପୁନମ ଢିଲୋଙ୍କ ଘରୁ ଚୋରି, ଯୁବକ ଗିରଫ
ଘର ରଙ୍ଗ ଦେବା ବାହାନାରେ ଆସି ଚୋରି କରିନେଲା ମୂଲ୍ୟବାନ ସାମଗ୍ରୀ।
Entertainment
ବର୍ଷିଲେ ଅନୁଭବ, କହିଲେ- ତୁମେ ମଞ୍ଚ ବାଛ, ବିତର୍କ ପାଇଁ ମୁଁ ପ୍ରସ୍ତୁତ
ବିବାହ ତଥା ଦାମ୍ପତ୍ୟ ଜୀବନ ପରି ସମ୍ପର୍କକୁ ଅତି ମିଛ ତଥା ମନଗଢ଼ା ଭାବେ ପରଦାରେ ଦେଖାଉଥିବା ଅଭିଯୋଗ ଆଣି ବର୍ଷାଙ୍କ ଉପରେ ବର୍ଷିଛନ୍ତି ଅନୁଭବ। ଏପରିକି ବର୍ଷାଙ୍କ ସହ ଖୋଲାଖୋଲି ବିତର୍କ କରିବାକୁ ପ୍ରସ୍ତୁତ ବୋଲି ବି କହିଛନ୍ତି।