ଷ୍ଟଣ୍ଟ ଦେଖାଇଲେ ଧକ୍‌ ଧକ୍‌ ଗର୍ଲ

ମୁମ୍ବାଇ: ଷ୍ଟଣ୍ଟ ଦେଖାଇଲେ ଧକ୍‌ ଧକ୍‌ ଗର୍ଲ ମାଧୁରୀ ଦୀକ୍ଷିତ। ତାହା ପୁଣି ବଲିଉଡର ଆଗ ଧାଡ଼ିର ଷ୍ଟଣ୍ଟ ସିନ୍‌ ଡାଇରେକ୍ଟରଙ୍କ ସାମ୍ନାରେ।  ଏପରି ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ଡ୍ୟାନ୍ସ ଦିବାନେ ମଞ୍ଚରେ । ରିଆଲିଟି ଶୋ ‘ଖତରୋ କା ଖିଲାଡି’ ଓ ‘ଡ୍ୟାନ୍ସ ଦିବାନେ’ର ଏବେ ମହାସଙ୍ଗମ ଏପିସୋଡ୍‌ ଚାଲିଛି। ସେଥିପାଇଁ ‘ଖତରୋ କା ଖିଲାଡି’ର ଆଙ୍କର ରୋହିତ ସେଟ୍ଟିଙ୍କ ସହିତ ଶୋ’ ଫାଇନାଲିଷ୍ଟ ଦିବ୍ୟାଙ୍କା ତ୍ରିପାଠୀ, ଅର୍ଜୁନ ବିଜଲାନୀ, ରାହୁଲ ବୈଦ, ଶ୍ୱେତା […]

madhuri dixit

madhuri dixit

Niharika Rout
  • Published: Monday, 20 September 2021
  • Updated: 20 September 2021, 12:59 PM IST

Sports

Latest News

ମୁମ୍ବାଇ: ଷ୍ଟଣ୍ଟ ଦେଖାଇଲେ ଧକ୍‌ ଧକ୍‌ ଗର୍ଲ ମାଧୁରୀ ଦୀକ୍ଷିତ। ତାହା ପୁଣି ବଲିଉଡର ଆଗ ଧାଡ଼ିର ଷ୍ଟଣ୍ଟ ସିନ୍‌ ଡାଇରେକ୍ଟରଙ୍କ ସାମ୍ନାରେ।  ଏପରି ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ଡ୍ୟାନ୍ସ ଦିବାନେ ମଞ୍ଚରେ ।

ରିଆଲିଟି ଶୋ ‘ଖତରୋ କା ଖିଲାଡି’ ଓ ‘ଡ୍ୟାନ୍ସ ଦିବାନେ’ର ଏବେ ମହାସଙ୍ଗମ ଏପିସୋଡ୍‌ ଚାଲିଛି। ସେଥିପାଇଁ ‘ଖତରୋ କା ଖିଲାଡି’ର ଆଙ୍କର ରୋହିତ ସେଟ୍ଟିଙ୍କ ସହିତ ଶୋ’ ଫାଇନାଲିଷ୍ଟ ଦିବ୍ୟାଙ୍କା ତ୍ରିପାଠୀ, ଅର୍ଜୁନ ବିଜଲାନୀ, ରାହୁଲ ବୈଦ, ଶ୍ୱେତା ତିୱାରୀ ଓ ବିଶାଲ ଆଦିତ୍ୟ ସିଂ ପ୍ରମୁଖ ଡ୍ୟାନ୍ସ ଦିବାନେ ସେଟ୍‌ରେ ପହଞ୍ଚିଥିଲେ। ସେଟ୍‌ରେ ରୋହିତ ସେଟ୍ଟି ଥିବେ ଆଉ  ଷ୍ଟଣ୍ଟ ନ ହେବ, ତାହା କ’ଣ କେବେ ହୋଇପାରିବ।

ଡ୍ୟାନ୍ସ ଦିବାନେ ଶୋ’ରେ ମଧ୍ୟ ରୋହିତ ନିଜ ପୁରୁଣା ଅଭ୍ୟାସ ଛାଡ଼ି ପାରିଲେ ନାହିଁ। ଆଉ ଏହି ମଞ୍ଚରେ ସେ ଯାହା କରାଇଲେ, ତାହା ଆଗରୁ କେବେ ଘଟି ନ ଥିଲା। ଧକ୍‌ ଧକ୍‌ ଗର୍ଲଙ୍କୁ ଏକ ଷ୍ଟଣ୍ଟ କରିବାକୁ ସେ କହିଥିଲେ।

[caption id="attachment_677305" align="aligncenter" width="650"]rohit-setty & madhuri dixit ରୋହିତ ସେଟ୍ଟି ଓ ମାଧୁରୀ ଦିକ୍ଷିତ।[/caption]

ମାଧୁରୀଙ୍କ ଆଗରେ ୨ଟି ବକ୍ସ ରଖାଗଲା। ସେଥିରୁ ଗୋଟିଏରେ ମୂଷା ଥିବା ବେଳେ ଆଉ ଏକ ବକ୍ସ ଖୋଲାଥିଲା। ଗୋଟିଏ ମିନିଟ୍‌ ଭିତରେ ଖାଲି ଥିବା ବକ୍ସ ମଧ୍ୟରେ ମୂଷା ଭର୍ତ୍ତି କରିବାକୁ ମାଧୁରୀଙ୍କୁ ଟାକ୍ସ ଦେଇଥିଲେ ରୋହିତ। ଏହା ଦେଖି ଭୟରେ ଚିତ୍କାର କରିବାକୁ ଲାଗିଲେ ମାଧୁରୀ।

ଏହାର ଏକ ପ୍ରୋମୋ ସୋଶାଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ପୋଷ୍ଟ କରି କଲର୍ସ ପକ୍ଷରୁ କ୍ୟାପସନ୍‌ ଦିଆଯାଇଛି, ମାଧୁରୀ ଦୀକ୍ଷିତ ହେବେ ଖିଲାଡି। ତାଙ୍କୁ ରୋହିତ ସେଟ୍ଟିଙ୍କ ଦ୍ୱାରା ଦିଆଯାଇଥିବା ଷ୍ଟଣ୍ଟ ସିନ୍‌ର ସାମନା କରିବାକୁ ପଡ଼ିବ।

 

View this post on Instagram

 

A post shared by ColorsTV (@colorstv)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos