ଭୁବନେଶ୍ବର(ଓଡିଶା ରିପୋର୍ଟର): ଓଲିଉଡ୍ ର ଚକୋଲେଟ୍ ହିରୋ ସବ୍ୟସଚୀ। 'ପାଗଳପ୍ରେମୀ' ଫିଲ୍ମ ମାଧ୍ୟମରେ ଫିଲ୍ମରେ ପାଦ ଦେଇଥିବା ସବ୍ୟସାଚୀ ଏବେ ଜଣେ ଆଗଧାଡ଼ିର ହିରୋ। ତାଙ୍କ ପ୍ରମୁଖ ଫିଲ୍ମ ଗୁଡ଼ିକ ଭିତରେ ଅଛି- ମୁଁ ସପନର ସୌଦାଗର, ପାଗଳ କରିଛି ପାଉଁଜି ତୋର, ଦୋସ୍ତି, ଶଶୁରଘର ଜିନ୍ଦାବାଦ, ବାଏ ବାଏ ଦୁବାଇ ପରି ଅନେକ ହିଟ୍ ସିନେମା । ଆଜି ପର୍ଯ୍ୟନ୍ତ ଦର୍ଶକ ମାନଙ୍କର ସେ ଅନେକ ମନୋରଞ୍ଜନ କରିଛନ୍ତି। ଇମୋସନ୍ ଓ ଏଣ୍ଟରଟେନମେଣ୍ଟରେ ଭରା ତାଙ୍କ ଫିଲ୍ମ ପାଇଁ ସେ ଅନେକ ସମୟରେ ସମ୍ମାନିତ ମଧ୍ୟ ହୋଇଛନ୍ତି। ୨୦୧୩ରେ 'ମୁଁ ଏକା ତୁମର' ଫିଲ୍ମ ପାଇଁ ସେ ବେଷ୍ଟ ଆକ୍ଟର ଭାବେ ଫିଲ୍ମ ଫେୟାର ଆୱାର୍ଡ (ଇଷ୍ଟ) ହାତେଇଥିଲେ। କେବଳ ଯେ ଓଲିଉଡରେ ସବ୍ୟସଚୀ ସମସ୍ତଙ୍କର ଫେବରାଇଟ୍ ତା ନୁହେଁ ତାଙ୍କ ଅଭିନୟର ଯାଦୁ ଟଲିଉଡରେ ମଧ୍ୟ ଦେଖାଦେଇଛି। ନିକଟରେ ତାଙ୍କର ତେଲୁଗୁ ଫିଲ୍ମ 'ନିରାଜନମ' ରିଲିଜ ହୋଇଛି ଓ ସାଉଥ ଦର୍ଶକ ତାକୁ ପସନ୍ଦ ମଧ୍ୟ କରିଛନ୍ତି। ଆଗକୁ ସବ୍ୟସଚୀଙ୍କ ପାଖରେ ଅନେକ ସାଉଥ୍ ମୁଭି କରିବାକୁ ଅଫର ରହିଛି। କନ୍ତୁ ସବ୍ୟଙ୍କ ଆନ୍ତରିକ ଇଚ୍ଛା, ଯେଉଁ ବି ଫିଲ୍ମ ସେ କରୁଛନ୍ତି ତାହା ଦୁଇ ଭାଷାରେ ତିଆରି ହେଉ। ଅର୍ଥାତ ତେଲଗୁରେ ଯେଉଁ ଫିଲ୍ମ କରିବେ, ତାକୁ ଓଡ଼ିଆ ଭାଷାରେ ମଧ୍ୟ କରିବେ। ଏଥିରେ କିଛି ସନ୍ଦେହ ନାହିଁ ଯେ ଓଲିଉଡରୁ ଟଲିଉଡ୍ ସବୁଠି ସବ୍ୟସଚୀ ତାଙ୍କ ଅଭିନୟର ଦକ୍ଷତା ଦେଖାଇବାରେ ସଫଳ ହୋଇଛନ୍ତି।
ଏହି ଦକ୍ଷ କଳାକାରଙ୍କର ଆଜି ଜନ୍ମଦିନ। ତାଙ୍କର ବହୁ ଫ୍ୟାନ୍ ସବ୍ୟସଚୀଙ୍କର କିଛି ବ୍ୟକ୍ତିଗତ ଜୀବନ ବିଷୟରେ ଜାଣନ୍ତି ନାହିଁ। ଯେମିତିକି ସବ୍ୟଙ୍କ ଡାକ ନାଁ ହେଉଛି ବୁଟୁଲ। ୬ ଅକ୍ଟୋବର ୧୯୮୪ରେ ତାଙ୍କ ଜନ୍ମ। ବାପା ସୁରେନ୍ଦ୍ର ପ୍ରସାଦ ମିଶ୍ର ଜଣେ ଆଇଏସ୍ ଅଫିସର ଓ ମାଆ ସୁଷମା ମିଶ୍ର ଜଣେ ଲେଖିକା। ସବ୍ୟସାଚୀ ଇଲେକ୍ଟ୍ରୋନିକ୍ସ ଓ ଟେଲି କମ୍ୟୁନିକେସନ୍ସରେ ସିଲିକନ ଇନଷ୍ଟିଚ୍ୟୁଟ୍ ରେ ଇଞ୍ଜିନିୟରିଂ ପାସ୍ କରିଛନ୍ତି। ଅଭିନୟ ସହିତ ସବ୍ୟ ଭଲ ଗୀତ ମଧ୍ୟ ବୋଲନ୍ତି। ତାଙ୍କ ଅଭିନୀତ 'ପିଲାଟା ବିଗିଡ଼ିଗଲା' ଚଳଚ୍ଚିତ୍ରର ଟାଇଟଲ୍ ଗୀତଟି ସେ ହିଁ ଗାଇଛନ୍ତି। 'ଓଡ଼ିଶା ରିପୋର୍ଟ' ତରଫରୁ ଜନ୍ମଦିନରେ ସବ୍ୟଙ୍କୁ ଅନେକ ଅନେକ ଶୁଭେଚ୍ଛା।