ବିବାଦ ପରେ ସଫେଇ ଦେଲେ ସାଉଥ ସୁନ୍ଦରୀ

ହାଇଦ୍ରାବାଦ: ସାଉଥ ବିୟୁଟି ସାଇ ପଲ୍ଲବୀ। ତାଙ୍କୁ ନେଇ ଚର୍ଚ୍ଚା ଥମୁନି। ସେ ଏବେ ବିବାଦ ଭିତରେ ଫସିଛନ୍ତି। ସେ ତାଙ୍କ ଅପ୍‌କମିଂ ଫିଲ୍ମ ‘ବିରାଟ ପର୍ବମ୍‌’କୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ଫିଲ୍ମ ପ୍ରମୋସନ ବେଳେ ଏକ ଇଣ୍ଟରଭ୍ୟୁରେ ସାଇ ପଲ୍ଲବୀଙ୍କ କଶ୍ମୀର ପଣ୍ଡିତକୁ ନେଇ ଦେଇଥିବା ବୟାନ ଲାଗି ଚାରିଆଡୁ ବିରୋଧ କରାଯାଉଛି। ଏପରିକି ଅଭିନେତ୍ରୀଙ୍କ ବିରୋଧରେ ପୁଲିସରେ ମାମଲା ମଧ୍ୟ ରୁଜୁ ହୋଇଛି। ବିବାଦ ବଢ଼ିବା ପରେ ମୁହଁ ଖୋଲିଛନ୍ତି ଏହି ସାଉଥ ଅଭିନେତ୍ରୀ। […]

sai pallavi

Madhupriya Mistry
  • Published: Sunday, 19 June 2022
  • , Updated: 19 June 2022, 04:44 PM IST

ହାଇଦ୍ରାବାଦ: ସାଉଥ ବିୟୁଟି ସାଇ ପଲ୍ଲବୀ। ତାଙ୍କୁ ନେଇ ଚର୍ଚ୍ଚା ଥମୁନି। ସେ ଏବେ ବିବାଦ ଭିତରେ ଫସିଛନ୍ତି। ସେ ତାଙ୍କ ଅପ୍‌କମିଂ ଫିଲ୍ମ 'ବିରାଟ ପର୍ବମ୍‌'କୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ଫିଲ୍ମ ପ୍ରମୋସନ ବେଳେ ଏକ ଇଣ୍ଟରଭ୍ୟୁରେ ସାଇ ପଲ୍ଲବୀଙ୍କ କଶ୍ମୀର ପଣ୍ଡିତକୁ ନେଇ ଦେଇଥିବା ବୟାନ ଲାଗି ଚାରିଆଡୁ ବିରୋଧ କରାଯାଉଛି। ଏପରିକି ଅଭିନେତ୍ରୀଙ୍କ ବିରୋଧରେ ପୁଲିସରେ ମାମଲା ମଧ୍ୟ ରୁଜୁ ହୋଇଛି। ବିବାଦ ବଢ଼ିବା ପରେ ମୁହଁ ଖୋଲିଛନ୍ତି ଏହି ସାଉଥ ଅଭିନେତ୍ରୀ। ସେ ସମସ୍ତ ଆଗରେ ରଖିଛନ୍ତି ନିଜ ସଫେଇ।

ଭିଡ଼ ହିଂସା ଓ କଶ୍ମୀର ଗଣହତ୍ୟା ଘଟଣାକୁ ସମାନ କହି ବିବାଦରେ ଫସି ଥିବା ଦକ୍ଷିଣ ଭାରତୀୟ ଅଭିନେତ୍ରୀ ସାଇ ପଲ୍ଲବୀଙ୍କୁ ଶେଷରେ ସ୍ପଷ୍ଟୀକରଣ ଦେବାକୁ ପଡ଼ିଛି। ସେ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଭିଡିଓ ପୋଷ୍ଟ କରି ନିଜ କଥାର ସ୍ପଷ୍ଟୀକରଣ ଦେଇଛନ୍ତି। ସେ ଦେଇଥିବା ବୟାନକୁ ଭୁଲ୍‌ ରୂପେ ସମସ୍ତଙ୍କ ଆଖରେ ରଖାଯାଇଛି। ସେ ଯାହା କହିବାକୁ ଚାହୁଁଥିଲେ ତାହା ଲୋକଙ୍କ ଆଖରେ ରଖଯାଇନଥିବା ସଇ ପଲ୍ଲବୀ କହିଛନ୍ତି।

ହିଂସା ଧର୍ମ ନାଁରେ ହେଉଥିବା ପ୍ରତ୍ୟେକ ହିଂସା ମହାପାପ ବୋଲି ମୁଁ କହିବାକୁ ଚାହୁଁଥିଲି। ମୋର ଉଦ୍ଦେଶ୍ୟ ଏହା ହିଁ ଥିଲା। ହେଲେ ମୋ ସାକ୍ଷାତକାରର ଗୋଟେ ଛୋଟ କ୍ଲିପ୍‌କୁ ନେଇ ବଢ଼ାଇ ଚଢ଼ାଇ ଭୁଲ୍‌ ତଥ୍ୟ ଦିଆଯାଇଛି। ଭାଇରାଲ୍ ହେଉଥିବା ଭିଡିଓରେ ମୂଳ ପ୍ରସଙ୍ଗକୁ ହଟାଇ ଦିଆଯାଇଛି ବୋଲି ଅଭିନେତ୍ରୀ ସଫେଇ ଦେଇଛନ୍ତି।

ସେ କହିଛନ୍ତି 'କଶ୍ମୀର ଫାଇଲ୍ସ ଫିଲ୍ମକୁ ଦେଖିବାର ପରେ ମୁଁ ନିର୍ଦ୍ଦେଶକଙ୍କ ସହ କଥା ହେବାର ସୁଯୋଗ ପାଇଲି। ବର୍ଷ ବର୍ଷ ଧରି ଲୋକମାନେ ସମାନ ପରିସ୍ଥିତି ଭୋଗୁଥିବା ନେଇ ଚିନ୍ତା ପ୍ରକଟ କରିଥିଲି। ତେବେ ଗଣହତ୍ୟା ଭଳି ଘଟଣାକୁ ମୁଁ ସାମାନ୍ୟ ଘଟଣା କହି ନାହିଁ। ସାକ୍ଷାତକାରରେ କୁହାଯାଇଥିବା କଥାକୁ ଭୁଲ୍ ପରିବେଷଣ କରାଯାଇଛି।'

ସାଇ ଆହୁରି କହିଛନ୍ତି, 'ମୁଁ ନା ବାମପନ୍ଥୀ ନା ଦକ୍ଷିଣପନ୍ଥୀ, କାହାକୁ ବି ସମର୍ଥନ ଦେଇନାହିଁ। ସବୁବେଳେ ନିରପେକ୍ଷ ରହିଛି। ଧର୍ମ ନାଁରେ ହେଉଥିବା ପ୍ରତ୍ୟେକ ହିଂସ ଅପରାଧ ବୋଲି କହିବା ମୋର ଉଦ୍ଦେଶ୍ୟ ଥିଲା। ତେବେ ଏହାକୁ ଭୁଲ୍ ଭାବରେ ନେବା ପରେ ମୋତେ ଗଭୀର ଦୁଃଖ ଲାଗିଛି।' ଅନ୍ୟପକ୍ଷରେ ତାଙ୍କୁ ସମର୍ଥନ କରୁଥିବା ଲୋକଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି।

ଉଲ୍ଲେଖଯୋଗ୍ୟ, ସାଇ ପଲ୍ଲବୀଙ୍କର ଯେଉଁ ଛୋଟ ଭିଡିଓ କ୍ଲିପ୍‌ ଭାଇରାଲ ହୋଇଥିଲା ସେଥିରେ ସେ ମବ ଲିଞ୍ଚିଂ ଓ କଶ୍ମୀର ଗଣହତ୍ୟା ଘଟଣାକୁ ସମାନ ବୋଲି କହିଥିଲେ। ସେ କହିଥିଲେ- 'ଦ କଶ୍ମୀର ଫାଇଲ୍ସ ଫିଲ୍ମରେ ଦେଖାଯାଇଛି ଯେ କଶ୍ମୀର ପଣ୍ଡିତଙ୍କୁ କିଭଳି ହତ୍ୟା କରାଯାଇଛି। ସେହିପରି କିଛି ସମୟ ପୂର୍ବରୁ ଜଣେ ମୁସଲମାନ ଲୋକ ଗାଈ ନେଇଯାଉଥିବା ଅଭିଯୋଗରେ ତାକୁ ନିର୍ମମ ଭାବରେ ପିଟାମରା କରି ତାଙ୍କୁ ଜୟ ଶ୍ରୀ ରାମ ନାରା ଲଗାଇବାକୁ କୁହାଯାଇଥିଲା। ଇଏ ବି ଧର୍ମ ନାଁରେ ହିଂସା। ଏହି ଦୁଇ ଘଟଣାର କ'ଣ ପ୍ରଭେଦ ରହିଛି ?' ସାଇ ପଲ୍ଲବୀଙ୍କ ଏହି ସାକ୍ଷାତକାର ଭିଡିଓ ଇଣ୍ଟରନେଟ୍‌ରେ ଭାଇରାଲ ହେବାରେ ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଚାରିଆଡୁ ତାଙ୍କୁ ଜୋରଦାର ବିରୋଧ କରାଯାଇଥିଲା।

 

View this post on Instagram

 

A post shared by Sai Pallavi (@saipallavi.senthamarai)

Related story