ସଲମାନ୍ ବନିଲେ ବଲିଉଡ୍‌ର ସୁଲ୍‌ତାନ୍

ମୁମ୍ବାଇ: ସଲମାନ ଖାନ ପୁଣି ବନି ଯାଇଛନ୍ତି ବଲିଉଡ୍‌ର ସୁଲ୍‌ତାନ୍‌। ହେଲେ କେମିତି ସେ ବନିଗଲେ ସୁଲ୍‌ତାନ୍? କଥା କ’ଣ କି ଚଳିତ ବର୍ଷ ଟିକସ ପଇଠ କରିବାରେ ସେ ସବୁ ବଲିଉଡ୍ ଆକ୍ଟରକୁ ଟପି ଯାଇଛନ୍ତି। ଏ ମାମଲାରେ ସେ ଅକ୍ଷୟ କୁମାରଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି। ସଲମାନ ଏ ବର୍ଷ ୪୪.୫ କୋଟି ଟଙ୍କା ଆଡଭାନ୍ସ ଟ୍ୟାକ୍ସ ପଇଠ କରିଛନ୍ତି। ଗତ ବର୍ଷ ସେ ୩୨.୨ କୋଟି ଟଙ୍କାର ଟିକସ ଦେଇଥିଲେ। ଏଥିରୁ […]

salman

salman

Rakesh Mallick
  • Published: Wednesday, 22 March 2017
  • Updated: 22 March 2017, 08:28 AM IST

ମୁମ୍ବାଇ: ସଲମାନ ଖାନ ପୁଣି ବନି ଯାଇଛନ୍ତି ବଲିଉଡ୍‌ର ସୁଲ୍‌ତାନ୍‌। ହେଲେ କେମିତି ସେ ବନିଗଲେ ସୁଲ୍‌ତାନ୍? କଥା କ’ଣ କି ଚଳିତ ବର୍ଷ ଟିକସ ପଇଠ କରିବାରେ ସେ ସବୁ ବଲିଉଡ୍ ଆକ୍ଟରକୁ ଟପି ଯାଇଛନ୍ତି। ଏ ମାମଲାରେ ସେ ଅକ୍ଷୟ କୁମାରଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି।

ସଲମାନ ଏ ବର୍ଷ ୪୪.୫ କୋଟି ଟଙ୍କା ଆଡଭାନ୍ସ ଟ୍ୟାକ୍ସ ପଇଠ କରିଛନ୍ତି। ଗତ ବର୍ଷ ସେ ୩୨.୨ କୋଟି ଟଙ୍କାର ଟିକସ ଦେଇଥିଲେ। ଏଥିରୁ ଜଣାପଡୁଛି ଯେ ସେ କେବଳ ଟିକସ ପଇଠ କରିବାରେ ନୁହଁ ଆୟ କରିବାରେ ମଧ୍ୟ ବଲିଉଡ୍‌ରେ ସମସ୍ତଙ୍କୁ ଆଗରେ ଅଛନ୍ତି। ତାଙ୍କର ଆୟରେ ପ୍ରାୟ ୩୯ ପ୍ରତିଶତ ବୃଦ୍ଧି ଘଟିଛି।

ସଲମାନଙ୍କ ପରେ ଟିକସ ଦେବାରେ ଦୁଇ ନମ୍ବର ସ୍ଥାନରେ ଅଛନ୍ତି ଅକ୍ଷୟ କୁମାର। ସେ ୨୯.୫ କୋଟି ଟଙ୍କାର ଟିକସ ଦେଇଛନ୍ତି। ରିତିକ ରୋଶନ ଟିକସ ବାବଦକୁ ୨୫.୫ କୋଟି ଟଙ୍କା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos