ଏହି ଅଭିନେତ୍ରୀଙ୍କ ସହ କାମ କରିବା ପାଇଁ ଭୟ କରୁଥିଲେ ସଲମାନ୍, ପଢ଼ନ୍ତୁ କିଏ ସେ?

ମୁମ୍ବାଇ: ହିନ୍ଦୀ ଫିଲ୍ମର ସୁଲତାନ ସଲମାନ ଖାନ୍‌। ତାଙ୍କର ଲୋକପ୍ରିୟତା ବିଷୟରେ କିଏ ଅବା ନ ଜାଣିଛି।  ଅଭିନୟ ହେଉ ବା ରିଏଲ୍‌ ଲାଇଫ୍‌ରେ ନିଜର ଉଦାରତା ପାଇଁ ସବୁବେଳେ ପ୍ରଂଶସକ ହୃଦୟରେ ଜାଗା ବନାଇଛନ୍ତି ସେ। ଏପରିକି ବଲିଉଡ୍‌ର ସବୁ ଅଭିନେତ୍ରୀ ତାଙ୍କ ସହ କାମ କରିବା ପାଇଁ  ସବୁବେଳେ ପ୍ରସ୍ତୁତ ଥାଆନ୍ତି। କିନ୍ତୁ ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ ବଲିଉଡ୍‌ର ଜଣେ ଅଭିନେତ୍ରୀଙ୍କ ସହ ଦବଙ୍ଗ ଖାନ୍‌ ସଲମାନ୍‌ କାମ କରିବା ପାଇଁ ଭୟ […]

salman

salman

Rakesh Mallick
  • Published: Wednesday, 31 May 2017
  • Updated: 31 May 2017, 10:09 AM IST

Sports

Latest News

ମୁମ୍ବାଇ: ହିନ୍ଦୀ ଫିଲ୍ମର ସୁଲତାନ ସଲମାନ ଖାନ୍‌। ତାଙ୍କର ଲୋକପ୍ରିୟତା ବିଷୟରେ କିଏ ଅବା ନ ଜାଣିଛି।  ଅଭିନୟ ହେଉ ବା ରିଏଲ୍‌ ଲାଇଫ୍‌ରେ ନିଜର ଉଦାରତା ପାଇଁ ସବୁବେଳେ ପ୍ରଂଶସକ ହୃଦୟରେ ଜାଗା ବନାଇଛନ୍ତି ସେ। ଏପରିକି ବଲିଉଡ୍‌ର ସବୁ ଅଭିନେତ୍ରୀ ତାଙ୍କ ସହ କାମ କରିବା ପାଇଁ  ସବୁବେଳେ ପ୍ରସ୍ତୁତ ଥାଆନ୍ତି। କିନ୍ତୁ ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ ବଲିଉଡ୍‌ର ଜଣେ ଅଭିନେତ୍ରୀଙ୍କ ସହ ଦବଙ୍ଗ ଖାନ୍‌ ସଲମାନ୍‌ କାମ କରିବା ପାଇଁ ଭୟ କରନ୍ତି। ଆସନ୍ତୁ ଜାଣିବା ସେ ଅଭିନେତ୍ରୀଙ୍କ ବିଷୟରେ....

୮୦ ଓ ୯୦ ଦଶକରେ ବଲିଉଡ୍‌ରେ ରାଜ୍‌ କରୁଥିଲେ ଶ୍ରୀଦେବୀ। ବଲିଉଡ୍‌ର ସଫଳ ଅଭିନେତ୍ରୀ ମାନଙ୍କ ମଧ୍ୟରେ ସେ ଜଣେ। ନିଜର ଅଭିନୟ ଯାଦୁରେ ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ବନାଇ ପାରିଥିଲେ। ସେତେବେଳେ ଶ୍ରୀଦେବୀଙ୍କ ନାମରେ ଫିଲ୍ମ ହିଟ୍‌ ହେଉଥିଲା। ହିନ୍ଦୀ ଫିଲ୍ମ ହିଟ୍‌ ହେବାରେ ଶ୍ରୀଦେବୀଙ୍କୁ ବଡ଼ ଫର୍ମୁଲା ବୋଲି ମନେ କରାଯାଉଥିଲା। ତାଙ୍କର ଷ୍ଟାର୍‌ଡମ୍‌କୁ ଦେଖି ଅନ୍ୟ ଅଭିନେତ୍ରୀମାନେ ତାଙ୍କ ସହ କାମ କରିବାକୁ ଭୟ କରୁଥିଲେ। ଏହା ସହ ବଲିଉଡ୍‌ର ପ୍ରଥମ ହିରୋଇନ୍‌ ଶ୍ରୀଦେବୀ ଫିଲ୍ମ ପାଇଁ  ଏକ କୋଟି ଟଙ୍କା ଫିସ୍  ନେବା ଆରମ୍ଭ କରିଥିଲେ।

ଶ୍ରୀଦେବୀଙ୍କର ଷ୍ଟାରଡମ୍‌ ଓ ମୋଟା ଅଙ୍କର ଫିସ୍‌ ଦେଖି ଏକଦା ସଲମାନ୍‌ ଖାନ୍‌ ବି ତାଙ୍କ ସହ କାମ କରିବା ପାଇଁ ଭୟ କରୁଥିଲେ। ଶ୍ରୀଦେବୀଙ୍କ ସହ କାମ କରିବାକୁ ତାଙ୍କୁ ଭୟ ଲାଗେ ବୋଲି ସଲମାନ୍‌ ନିଜେ ସ୍ୱୀକାର କରିଛନ୍ତି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos