ବ୍ୟାକ୍‌ ଟୁ ବ୍ୟାକ୍‌ ଆସୁଛି ସଲମାନ୍‌ଙ୍କ ୬ଟି ବଡ଼ ଫିଲ୍ମ

ମୁମ୍ବାଇ: ସଲମାନ୍‌ ଖାନ୍‌ ବଲିଉଡ୍‌ ଇଣ୍ଡଷ୍ଟ୍ରିର ସବୁଠୁ ବ୍ୟସ୍ତ କଳାକାରମାନଙ୍କ ମଧ୍ୟରେ ଜଣେ।  ଚଳିତ ବର୍ଷ ସଲମାନ୍‌ ଅନେକ ଗୁଡ଼ିଏ ବଡ଼ ବଡ଼ ପ୍ରୋଜେକ୍ଟ ନେଇ ଆସୁଛନ୍ତି। ବର୍ତ୍ତମାନ ସେ ଫିଲ୍ମ ‘ଭାରତ୍‌’ର ସୁଟିଂ ସାରି ‘ଦବଙ୍ଗ-୩’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ସଲମାନ୍‌ଙ୍କର ଗୋଟିଏ ଫିଲ୍ମ ଆସନ୍ତା ଇଦ୍‌ରେ ରିଲିଜ୍‌ ହେବ। ଏହା ବ୍ୟତୀତ ସେ ଆହୁରି ଅନେକ ବଡ଼ ବଡ଼ ଫିଲ୍ମର ଘୋଷଣା କରିଦେଇଛନ୍ତି ଯେଉଁଗୁଡ଼ିକ ବ୍ୟାକ୍‌ ଟୁ ବ୍ୟାକ୍‌ ମଇଦାନକୁ ଓହ୍ଲାଇବ। ଆସନ୍ତୁ ଜାଣିବା […]

salman

salman

Chinmayee Roy
  • Published: Monday, 08 April 2019
  • Updated: 08 April 2019, 09:09 AM IST

Sports

Latest News

ମୁମ୍ବାଇ: ସଲମାନ୍‌ ଖାନ୍‌ ବଲିଉଡ୍‌ ଇଣ୍ଡଷ୍ଟ୍ରିର ସବୁଠୁ ବ୍ୟସ୍ତ କଳାକାରମାନଙ୍କ ମଧ୍ୟରେ ଜଣେ।  ଚଳିତ ବର୍ଷ ସଲମାନ୍‌ ଅନେକ ଗୁଡ଼ିଏ ବଡ଼ ବଡ଼ ପ୍ରୋଜେକ୍ଟ ନେଇ ଆସୁଛନ୍ତି। ବର୍ତ୍ତମାନ ସେ ଫିଲ୍ମ ‘ଭାରତ୍‌’ର ସୁଟିଂ ସାରି ‘ଦବଙ୍ଗ-୩’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ସଲମାନ୍‌ଙ୍କର ଗୋଟିଏ ଫିଲ୍ମ ଆସନ୍ତା ଇଦ୍‌ରେ ରିଲିଜ୍‌ ହେବ। ଏହା ବ୍ୟତୀତ ସେ ଆହୁରି ଅନେକ ବଡ଼ ବଡ଼ ଫିଲ୍ମର ଘୋଷଣା କରିଦେଇଛନ୍ତି ଯେଉଁଗୁଡ଼ିକ ବ୍ୟାକ୍‌ ଟୁ ବ୍ୟାକ୍‌ ମଇଦାନକୁ ଓହ୍ଲାଇବ। ଆସନ୍ତୁ ଜାଣିବା ଏହି  ଫିଲ୍ମ ଗୁଡ଼ିକ ବିଷୟରେ।

୧) ‘ଭାରତ୍’- ଏହା ଏକ ପିରିୟଡ୍‌ ଡ୍ରାମା ଫିଲ୍ମ। ଏଥିରେ ସଲମାନ୍‌ ୫ଟି ଅଲଗା ଅଲଗା ଲୁକ୍‌ରେ ନଜର ଆସିବେ। ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଅଲ୍ଲି ଅବାସ୍‌ ଜଫର୍‌ । ଫିଲ୍ମର ଟ୍ରେଲର୍‌ ଖୁବ୍‌ ଶୀଘ୍ର ଲଞ୍ଚ ହେବ। ଏଥିରେ ସଲମାନ୍‌ଙ୍କ ବ୍ୟତୀତ କ୍ୟାଟ୍ରିନା କୈଫ୍, ଦିଶା ପଟାନୀ, ସୁନୀଲ ଗ୍ରୋବର୍ ଓ ଜ୍ୟାକି ଶ୍ରଫଙ୍କ ପରି କଳାକାର ନଜର ଆସିବେ।

https://www.instagram.com/p/BnjHKdsHzzD/?utm_source=ig_web_copy_link

୨) ‘ଦବଙ୍ଗ-୩’- ସୁପରହିଟ୍‌ ‘ଦବଙ୍ଗ’ ସିରିଜ୍‌ର ତୃତୀୟ ସଂସ୍କରଣର ସୁଟିଂ ମଧ୍ୟପ୍ରଦେଶର ମହେଶ୍ୱରରେ ଆରମ୍ଭ ହୋଇଗଲାଣି। ଫିଲ୍ମର ନିର୍ଦ୍ଦେଶନା ଡ୍ୟାନ୍ସ ଆଇକନ୍ ପ୍ରଭୁଦେବା ଦେଉଥିବାବେଳେ ପ୍ରଯୋଜନା ଭାର ସଲମାନ୍‌ଙ୍କ ଭାଇ ଅରବାଜ୍‌ ଖାନ୍‌ ସମ୍ଭାଳିଛନ୍ତି।  ଫିଲ୍ମରେ ସଲମାନ୍‌ଙ୍କ ବିପକ୍ଷରେ ସୋନାକ୍ଷୀ ସିହ୍ନା ନଜର ଆସିବେ। ମହେଶ୍ୱରରେ ଫିଲ୍ମର ଟାଇଟଲ ସଙ୍ଗ ସୁଟିଂ ହୋଇଛି, ଯାହାର କିଛି ଫଟୋ ସୋଶାଲ ମିଡିଆରେ ଭାଇରାଲ ହେଉଛି।

୩) ‘ଇନ୍‌ଶାଆଲ୍ଲାହା’- ସଲମାନ୍‌ ନିକଟରେ ଘୋଷଣା କରିଥିଲେ ଯେ ସେ ସଞ୍ଜୟ ଲୀଲା ଭଂଶାଲୀଙ୍କ ଫିଲ୍ମ ‘ଇନ୍‌ଶାଆଲ୍ଲାହା’ରେ କାମ କରିବେ। ଏହି ଫିଲ୍ମ ଜରିଆରେ ସଲମାନ୍ ଓ ଭଂଶାଲୀ ପ୍ରାୟ ୨୦ ବର୍ଷ ପରେ ଏକାଠି ହେବେ। ଫିଲ୍ମରେ ସଲମାନ୍‌ଙ୍କ ବିପକ୍ଷରେ ଆଲିଆ ଭଟ୍ଟ ନଜର ଆସିବେ। ସୂଚନା ମୁତାବକ ଏକ ପ୍ରେମ କାହାଣୀକୁ ନେଇ ଫିଲ୍ମର କାହାଣୀ ତିଆରି ହେବ।

https://www.instagram.com/p/BuqGqEulfa8/?utm_source=ig_web_copy_link

୪) ‘ଟାଇଗର ଜିନ୍ଦା ହୈ’ ଫ୍ରାଞ୍ଚାଇଜି- ଏକ ଥା ଟାଇଗର୍’ ଓ ‘ଟାଇଗର ଜିନ୍ଦା ହୈ’ ୨ଟି ଯାକ ଫିଲ୍ମ ବକ୍ସ ଅଫିସ୍‌ରେ ସୁପରହିଟ୍‌ ହୋଇଛି। ସାଉଦି ଫିଲ୍ ପେଷ୍ଟିଭାଲ୍‌ରେ ସଲମାନ୍‌ କହିଥିଲେ ଯେ କ୍ୟାଟ୍ରିନା ହେଉଛନ୍ତି ତାଙ୍କ ପ୍ରିୟ ସହ ଅଭିନେତ୍ରୀ। ସେ ଫିଲ୍ମ ‘ଭାରତ୍’ ପରେ ‘ଟାଇଗର୍‌’ର ତୃତୀୟ ପାର୍ଟରେ ଏକାଠି କାମ୍‌ କରିବେ।

୫) ସୂରଜ୍‌ ବଡ଼ଜାତ୍ୟାଙ୍କ ଫିଲ୍ମ- ‘ପ୍ରେମ୍‌ ରତ୍ନ ଧନ ପାୟୋ’ ଫିଲ୍ମର ସଫଳତା ପରେ ସଲମାନ୍‌ ସୁରଜ୍‌ ବଡ଼ଜାତ୍ୟାଙ୍କ ଆଉ ଏକ ଫିଲ୍ମ ସାଇନ୍‌ କରିଛନ୍ତି। ଏକ ସାକ୍ଷାତ୍‌କାରରେ ସୁରଜ୍ କହିଥିଲେ ଯେ ସେ ଫିଲ୍ମକୁ ନେଇ ସଲମାନଙ୍କ ସହ କଥା ହୋଇଛନ୍ତି। ଏହା ଏକ ଫ୍ୟାମିଲି ଡ୍ରାମା ଫିଲ୍ମ ହେବ। ଏଥିରେ କୌଣସି ଆକ୍ସନ୍‌ ସିନ୍‌ ରହିବ ନାହିଁ।

https://www.instagram.com/p/BjLAGh1HP9Z/?utm_source=ig_web_copy_link

୬) ‘କିକ୍‌-୨’- ସଲମାନ୍‌ ଖାନ୍‌ଙ୍କ ‘କିକ୍‌’ ୨୦୧୪ରେ ରିଲିଜ୍‌ ହୋଇଥିଲା। ଏହାର ସିକ୍ୱେଲ୍‌  ନିର୍ମାଣ ନିମନ୍ତେ ଘୋଷଣା ହୋଇସାରିଛି। ଗତ ମାର୍ଚ୍ଚରେ ନିର୍ଦ୍ଦେଶକ ସାଜିଦ୍‌ ନାଡିୟାଡ୍‌ବାଲା ନିଜେ  ଏହାର ଅଫିସିଆଲ୍‌ ଆନାଉନ୍ସମେଣ୍ଟ କରିଥିଲେ।  ଜ୍ୟାକ୍‌ଲିନ୍‌ ମଧ୍ୟ କନ୍‌ଫର୍ମ କରିଛନ୍ତି ଯେ ‘କିକ୍‌’ର ସିକ୍ୱେଲରେ ସଲମାନ୍‌ଙ୍କ ସହ ସେ ସ୍କ୍ରିନ୍‌ ଶେଆର କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos