ଜଣେ ହିରୋଇନଙ୍କ ସରଳତାରେ ପାଗଳ ହୋଇଥିଲେ ସଲ୍ଲୁମିଆଁ, ଜାଣନ୍ତି ସେ କିଏ

ଚଳଚ୍ଚିତ୍ରଟିର ନାଁ ‘ତେରେନାମ୍’। ଏହି ଫିଲ୍ମରେ ନିର୍ଜରା ଚରିତ୍ରରେ ଅଭିନୟ କରିଥିଲେ ଅଭିନେତ୍ରୀ ଭୂମିକା ଚାୱାଲା। ସେତେବେଳେ ଏହି ଚରିତ୍ରକୁ ନେଇ ଖୁବ୍ ଚର୍ଚ୍ଚାକୁ ଆସିଥିଲେ ଭୂମିକା। ତାଙ୍କର ସରଳତା ଲୋକଙ୍କ ମନଙ୍କୁ ଛୁଇଁ ଯାଇଥିଲା। ଏହା ତାଙ୍କର ପ୍ରଥମ ଚଳଚ୍ଚିତ୍ର ନ ଥିଲା। ହେଲେ ସେ ଏହି ଫିଲ୍ମ ଦ୍ୱାରା ସବୁଠୁ ବେଶୀ ଚର୍ଚ୍ଚାକୁ ଆସିଥିଲେ। ଏଥିରେ ତାଙ୍କ ହିରୋ ଥିଲେ ଭାଇଜାନ ସଲମାନ ଖାଁ। ଉଭୟ ଏହି ଫିଲ୍ମରୁ ବହୁ ସଫଳତା ପାଇଥିଲେ। ଏହି […]

Salman-Khan

Salman-Khan

Rakesh Mallick
  • Published: Thursday, 22 June 2017
  • Updated: 22 June 2017, 04:53 PM IST

Sports

Latest News

ଚଳଚ୍ଚିତ୍ରଟିର ନାଁ ‘ତେରେନାମ୍’। ଏହି ଫିଲ୍ମରେ ନିର୍ଜରା ଚରିତ୍ରରେ ଅଭିନୟ କରିଥିଲେ ଅଭିନେତ୍ରୀ ଭୂମିକା ଚାୱାଲା। ସେତେବେଳେ ଏହି ଚରିତ୍ରକୁ ନେଇ ଖୁବ୍ ଚର୍ଚ୍ଚାକୁ ଆସିଥିଲେ ଭୂମିକା। ତାଙ୍କର ସରଳତା ଲୋକଙ୍କ ମନଙ୍କୁ ଛୁଇଁ ଯାଇଥିଲା। ଏହା ତାଙ୍କର ପ୍ରଥମ ଚଳଚ୍ଚିତ୍ର ନ ଥିଲା। ହେଲେ ସେ ଏହି ଫିଲ୍ମ ଦ୍ୱାରା ସବୁଠୁ ବେଶୀ ଚର୍ଚ୍ଚାକୁ ଆସିଥିଲେ। ଏଥିରେ ତାଙ୍କ ହିରୋ ଥିଲେ ଭାଇଜାନ ସଲମାନ ଖାଁ। ଉଭୟ ଏହି ଫିଲ୍ମରୁ ବହୁ ସଫଳତା ପାଇଥିଲେ।

ଏହି ଫିଲ୍ମରେ ସଲମାନ ପଡ଼ିଥିଲେ ସରଳ ବାଳିକା ନିର୍ଜରାର ପ୍ରେମରେ। ଖାଲି ପ୍ରେମ ତ ନୁହେଁ, ଘନିଷ୍ଠ ପ୍ରେମ। ଏପରିକି ନିର୍ଜରାଙ୍କ ପାଇଁ ସେ ପାଗଳ ହୋଇ ଯାଇଥିଲେ।ଏହି ଚଳଚ୍ଚିତ୍ରର ଲୋକପ୍ରିୟତା ଭୂମିକାଙ୍କୁ ରାତାରାତି ଷ୍ଟାର କରିଦେଇଥିଲା। କିନ୍ତୁ ଆଜି ଭୂମିକା ସିଲଭର ସ୍କ୍ରିନରୁ ନିଖୋଜ ହୋଇଯାଇଛନ୍ତି।

ପଞ୍ଜାବୀ ପରିବାରରେ ଜନ୍ମିତ ଏହି ୩୮ ବର୍ଷୀୟା ଅଭିନେତ୍ରୀ। ମଡେଲିଂରୁ ନିଜର କ୍ୟାରିୟର ଆରମ୍ଭ କରିବା ପରେ ହିନ୍ଦୀ ସହ ତେଲୁଗୁ, ତାମିଲ, ମଲୟାଲମ, କନ୍ନଡ, ଭୋଜପୁରୀ ଓ ପଞ୍ଜାବୀ ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି। ଭୂମିକାଙ୍କ ପ୍ରଥମ ଚଳଚ୍ଚିତ୍ର ଥିଲା ‘ୟୁବାକୁଡୁ’। ଯାହାକି ତେଲଗୁ ଭାଷାରେ ନିର୍ମିତ ହୋଇଥିଲା। ୨୦୦୧ରେ ଚଳଚ୍ଚିତ୍ର ‘କୁଶି’ ପାଇଁ ସେ ଫିଲ୍ମଫେୟାରରେ ଶ୍ରେଷ୍ଟ ଅଭିନେତ୍ରୀ ପୁରସ୍କାର ପାଇଥିଲେ। ସେ ସମୟରେ ସେ ସାଉଥ ଚଳଚ୍ଚିତ୍ର ଜଗତରେ ଜଣେ ଜଣାଶୁଣା ଅଭିନେତ୍ରୀ ହୋଇଯାଇଥିଲେ। ୨୦୦୪ରେ ଅଭିଷେକ ବଚ୍ଚନଙ୍କ ସହ ଆସିଥିଲା ‘ରନ୍’। ହେଲେ ଏହି ଫିଲ୍ମ ଏତେଟା ଚାଲି ନ ଥିଲା। ୨୦୦୬ରେ ତାଙ୍କ ଅଭିନିତ ତେଲୁଗୁ ଚଳଚ୍ଚିତ୍ର ‘ସିଲୁନୁ ଓରୁ କାଧାଲ’ ବହୁ ଲୋକପ୍ରିୟତା ହାସଲ କରିଥିଲା।

ଚଳଚ୍ଚିତ୍ର ପରି ଭୂମିକାଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ବହୁତ ଚିତ୍ତାକର୍ଷକ। ଚଳଚ୍ଚିତ୍ରରେ ପାଦ ରଖିବା ପୂର୍ବରୁ ସେ ଯୋଗଗୁରୁ ଭରତ ଠାକୁରଙ୍କଠାରୁ ଯୋଗ ଶିଖୁଥିଲେ। ଯୋଗ ଶିଖୁଶିଖୁ ସେ ତାଙ୍କ ପ୍ରେମରେ ପଡି ଯାଇଥିଲେ। ଦୀର୍ଘ ୪ ବର୍ଷର ସଂପର୍କ ପରେ ସେ ତାଙ୍କୁ ବିବାହ କରିଥିଲେ। ବିବାହର ୭ ବର୍ଷ ପରେ ସେ ଏକ ପୁତ୍ରସନ୍ତାର ମା’ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos