ଚାଲିଗଲେ ସଲମାନ୍‌ଙ୍କ ପ୍ରିୟତମା

ମୁମ୍ବାଇ (ଓଡ଼ିଶା ରିପୋର୍ଟର): ଆଉ ନାହାନ୍ତି ସଲମାନ୍‌ଙ୍କ ପ୍ରିୟତମ ବାନ୍ଧବୀ ଯାହାକୁ ସେ ‘ମାଇଁ ଲଭ୍‌’ ବୋଲି ସମ୍ବୋଧନ କରୁଥିଲେ। ଗୁରୁବାର ସକାଳେ ବଲିଉଡ୍‌ର ଭାଇଜାନ୍‌ଙ୍କ ‘ମାଇଁ ଲଭ୍‌’ଙ୍କର ଦେହାନ୍ତ ହୋଇଯାଇଛି। ଆଉ ଏବିଷୟରେ ନିଜେ ସଲମାନ୍‌ ଟ୍ୱିଟ୍‌ କରି ଜଣାଇଛନ୍ତି। My most beautiful my love gone today. God bless her soul. pic.twitter.com/a7Xdag3Xye — Salman Khan (@BeingSalmanKhan) October 18, 2018 ଆଜ୍ଞା ହଁ ଏହି ‘ମାଇଁ ଲଭ୍‌’ ହେଉଛନ୍ତି […]

salman

Subrat Kumar Nayak
  • Published: Friday, 19 October 2018
  • , Updated: 20 October 2018, 07:28 AM IST

ମୁମ୍ବାଇ (ଓଡ଼ିଶା ରିପୋର୍ଟର): ଆଉ ନାହାନ୍ତି ସଲମାନ୍‌ଙ୍କ ପ୍ରିୟତମ ବାନ୍ଧବୀ ଯାହାକୁ ସେ ‘ମାଇଁ ଲଭ୍‌’ ବୋଲି ସମ୍ବୋଧନ କରୁଥିଲେ। ଗୁରୁବାର ସକାଳେ ବଲିଉଡ୍‌ର ଭାଇଜାନ୍‌ଙ୍କ ‘ମାଇଁ ଲଭ୍‌’ଙ୍କର ଦେହାନ୍ତ ହୋଇଯାଇଛି। ଆଉ ଏବିଷୟରେ ନିଜେ ସଲମାନ୍‌ ଟ୍ୱିଟ୍‌ କରି ଜଣାଇଛନ୍ତି।

https://twitter.com/BeingSalmanKhan/status/1052970906568548352

ଆଜ୍ଞା ହଁ ଏହି ‘ମାଇଁ ଲଭ୍‌’ ହେଉଛନ୍ତି ସଲମାନ୍‌ଙ୍କ ପ୍ରିୟ ପୋଷା କୁକୁର, ଯାହାର ମୃତ୍ୟୁରେ ଉଭୟ ସଲମାନ୍‌ ଏବଂ ଚର୍ଚ୍ଚାରେ ଥିବା ତାଙ୍କ ପ୍ରେମିକା ଲୁଲିଆ ଗଭୀର ଶୋକ ପ୍ରକାଶ କରିଛନ୍ତି। ନିଜ ପ୍ରଶଂସକଙ୍କୁ ଏହି ଖବର ଦେବା ଅବସରରେ ସଲମାନ୍‌ କହିଛନ୍ତି, ‘‘ସବୁଠାରୁ ସୁନ୍ଦରୀ ମାଇଁ ଲଭ୍‌ ଆଜି ଚାଲିଗଲା। ତା’ର ଆତ୍ମାକୁ ଈଶ୍ୱର ସଦ୍‌ଗତି ପ୍ରଦାନ କରନ୍ତୁ।” ସେ ଏଥି ସହିତ ଏକ ଫଟୋ ମଧ୍ୟ ଶେୟାର କରିଛନ୍ତି ଯେଉଁଥିରେ ସେ ‘ମାଇଁ ଲଭ୍‌’କୁ ଚୂମ୍ବନ ଦେଉଥିବା ଦେଖାଯାଉଛି।

ସେହିଭଳି ଲୁଲିଆ ମଧ୍ୟ ‘ମାଇଁ ଲଭ୍‌’ ସହିତ କିଛି ଫଟୋ ଶେୟାର କରି ଲେଖିଛନ୍ତି, “ମାଇଁ ଲଭ୍‌, ତୁମ ଆତ୍ମା ଶାନ୍ତି ପାଉ। ତୁମେ ସବୁ ସମୟରେ ମୋ ହୃଦୟରେ ରହିବ।” ସେ ଏକ ଫଟୋ ଅପ୍‌ଲୋଡ୍‌ କରିଥିଲେ ଯେଉଁଥିରେ କ୍ୟାପ୍‌ସନ୍‌ ଲେଖାଥିଲା, “ରେଷ୍ଟ ଇନ୍‌ ପିସ୍‌ ବେବି ଗର୍ଲ୍‌।”

https://www.instagram.com/p/BpGmR8pFFY9/?utm_source=ig_web_copy_link
https://www.instagram.com/p/BpGTyEjgYU2/?utm_source=ig_web_copy_link

Related story