ବଦଳିବ ସଲ୍‌ମାନ୍‌ଙ୍କ ଚେହେରା

ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର ସଲ୍‌ମାନ୍‌ ଖାନ୍‌ ଏବେ ତାଙ୍କ ଆଗାମୀ ଫିଲ୍ମ ‘ଭାରତ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଫ୍ୟାନ୍‌ମାନେ ତାଙ୍କର ଏହି ମଲ୍‌ଟି ଷ୍ଟାର୍‌ର ଫିଲ୍ମ ଦେଖିବାକୁ ଚାତକ ଭଳି ଚାହିଁ ବସିଛନ୍ତି। ଫିଲ୍ମ ଘୋଷଣା କରିବା ପରଠାରୁ ସଲ୍‌ମାନ୍‌ ଏହି ଫିଲ୍ମକୁ ସଫଳ କରିବାକୁ ଲାଗି ପଡ଼ିଛନ୍ତି। ଆଉ ଏଥିପାଇଁ କଠିନ ପରିଶ୍ରମ ବି କରୁଛନ୍ତି। ଆଉଏଥିରେ ଏକ ନୂଆ ଅବତାରରେ ଆସିବେ ସଲମାନ୍‌। ଦର୍ଶକମାନେ ତାଙ୍କ ଫିଲ୍ମର ଝଲକ ପାଇବାକୁ ଚାହିଁ ବସିଛନ୍ତି। ପୂର୍ବରୁ […]

salman-1

salman-1

Tapas Behera
  • Published: Wednesday, 31 October 2018
  • Updated: 31 October 2018, 05:13 PM IST

Sports

Latest News

ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର ସଲ୍‌ମାନ୍‌ ଖାନ୍‌ ଏବେ ତାଙ୍କ ଆଗାମୀ ଫିଲ୍ମ ‘ଭାରତ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଫ୍ୟାନ୍‌ମାନେ ତାଙ୍କର ଏହି ମଲ୍‌ଟି ଷ୍ଟାର୍‌ର ଫିଲ୍ମ ଦେଖିବାକୁ ଚାତକ ଭଳି ଚାହିଁ ବସିଛନ୍ତି। ଫିଲ୍ମ ଘୋଷଣା କରିବା ପରଠାରୁ ସଲ୍‌ମାନ୍‌ ଏହି ଫିଲ୍ମକୁ ସଫଳ କରିବାକୁ ଲାଗି ପଡ଼ିଛନ୍ତି। ଆଉ ଏଥିପାଇଁ କଠିନ ପରିଶ୍ରମ ବି କରୁଛନ୍ତି।

ଆଉଏଥିରେ ଏକ ନୂଆ ଅବତାରରେ ଆସିବେ ସଲମାନ୍‌। ଦର୍ଶକମାନେ ତାଙ୍କ ଫିଲ୍ମର ଝଲକ ପାଇବାକୁ ଚାହିଁ ବସିଛନ୍ତି। ପୂର୍ବରୁ ଏହି ଫିଲ୍ମର କ୍ୟାଟ୍ରିନାଙ୍କ ଲୁକ୍ ଲିକ୍‌ ହୋଇଥିବା ବେଳେ ଏବେ ସଲ୍‌ମାନ୍‌ଙ୍କ ଲୁକ୍‌ ବି ଲିକ୍‌ ହୋଇଛି। ଆଉ ଏବେ ତାଙ୍କ ଲୁକ୍‌ ଇଣ୍ଟରନେଟ୍‌ରେ ଖୁବ୍‌ ଭାଇରାଲ୍‌ ହେଉଛି। ଭାଇରାଲ୍‌ ହୋଇଥିବା ଫଟୋରେ ସଲମାନ୍‌ ଭିନ୍ନ ଭିନ୍ନ ଅବତାରରେ  ନଜର ଆସୁଛନ୍ତି।

ତେବେ ସଲ୍‌ମାନ୍‌ଙ୍କ ଏହି ଲୁକ୍‌ ଦେଖିବାପରେ ନିଶ୍ଚିତ ଭାବେ ଦର୍ଶକ ତାଙ୍କ ଅଭିନୟ କେମିତି ହୋଇଥିବ ତାହା ଦେଖିବା ପାଇଁ ଉତ୍ସାହ ବଢ଼ି ଯାଇଥିବ। ତେବେ ଏଥିପାଇଁ ଦର୍ଶକଙ୍କୁ ଫିଲ୍ମର ରିଲିଜ୍‌ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos