ଭାଇ ସଲମାନ ଗିଫ୍ଟ କରିଥିବା ବିଏମଡବ୍ଲୁ କାର୍‌ ବିକିବେ ଅର୍ପିତା, ଦାମ କେତେ ଜାଣିଛନ୍ତି?

ମୁମ୍ୱାଇ:  ବଲିଉଡର ଭାଇଜାନ ସଲମାନ ଖାଁଙ୍କ ଗେହ୍ଲି ଭଉଣୀ ଅର୍ପିତା ଫିଲ୍ମ ଲାଇନରେ ସକ୍ରିୟ ନ ଥିଲେ ବି ସବୁବେଳେ ଲାଇମଲାଇଟ୍‌ରେ ଥାଆନ୍ତି। ଏବେ ତାଙ୍କୁ ନେଇ ପୁଣି ଚର୍ଚ୍ଚା। ଭାଇ ସଲମାନଙ୍କ ଦ୍ୱାରା ଗିଫ୍ଟ ପାଇଥିବେ ଲକଜୁରି ବିଏମଡବ୍ଲୁ କାର୍‌ (BMW 730Ld M-Sport)  ବିକ୍ରି କରିବାକୁ ଲାଗି ମନସ୍ଥ କରିଛନ୍ତି ଅର୍ପିତା। ଏଥିଲାଗି ସେ Big Boyz Toyz ୱେବସାଇଟ୍‌ରେ  ଆଡ ଦେବା ପରେ କଥା ଲୋକଲୋଚନକୁ ଆସିଛି। ହେଲେ କ’ଣ ପାଇଁ ସେ […]

bmw-6..

bmw-6..

Niharika Rout
  • Published: Monday, 24 June 2019
  • Updated: 24 June 2019, 09:46 AM IST

Sports

Latest News

ମୁମ୍ୱାଇ:  ବଲିଉଡର ଭାଇଜାନ ସଲମାନ ଖାଁଙ୍କ ଗେହ୍ଲି ଭଉଣୀ ଅର୍ପିତା ଫିଲ୍ମ ଲାଇନରେ ସକ୍ରିୟ ନ ଥିଲେ ବି ସବୁବେଳେ ଲାଇମଲାଇଟ୍‌ରେ ଥାଆନ୍ତି। ଏବେ ତାଙ୍କୁ ନେଇ ପୁଣି ଚର୍ଚ୍ଚା। ଭାଇ ସଲମାନଙ୍କ ଦ୍ୱାରା ଗିଫ୍ଟ ପାଇଥିବେ ଲକଜୁରି ବିଏମଡବ୍ଲୁ କାର୍‌ (BMW 730Ld M-Sport)  ବିକ୍ରି କରିବାକୁ ଲାଗି ମନସ୍ଥ କରିଛନ୍ତି ଅର୍ପିତା। ଏଥିଲାଗି ସେ Big Boyz Toyz ୱେବସାଇଟ୍‌ରେ  ଆଡ ଦେବା ପରେ କଥା ଲୋକଲୋଚନକୁ ଆସିଛି। ହେଲେ କ’ଣ ପାଇଁ ସେ ଏହି କାର ବିକ୍ରି କରିବାକୁ ଚାହୁଁଛନ୍ତି, ସେ ବିଷୟରେ କିଛି ଜଣାପଡିନି।

ଉକ୍ତ  ୱେବସାଇଟ୍‌  ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଲଗଜୁରିଅସ୍‌ କାର୍‌ ସଲମାନଙ୍କ ବାପା ସଲିମ ଖାଁଙ୍କ ନାମରେ ରହିଛି। ଏହା ୧୧, ୫୦୦ କି.ମି ଗତି କରି ସାରିଛି। ଏହାର ଏକ୍ସ ଶୋ’ ରୁମ୍‌ ପ୍ରାଇସ ୧.୩୫ କୋଟି ରହିଛି। ହେଲେ ଅର୍ପିତାଙ୍କ କାରର ଦାମ ରହିଛି ୭୫ ଲକ୍ଷ ଟଙ୍କା।

ଭଣଜା ଅହିଲର ଜନ୍ମ ପରେ ଖୁସି ହୋଇ ସଲମାନ ଭଉଣୀ ଅର୍ପିତାଙ୍କୁ  ଏହି କାର୍‌ ୨୦୧୬ ମସିହାରେ ଗିଫ୍ଟ କରିଥିଲେ। ଏହାପରେ ବହୁ ଥର ଅର୍ପିତା ନିଜ ପରିବାର ସହ ଏହି କାରରେ ବୁଲୁଥିବା ବେଳେ ସ୍ପଟ୍ ହୋଇଛନ୍ତି। ହେଲେ କ’ଣ ପାଇଁ ସେ ଏହାକୁ ବିକ୍ରି କରିବାକୁ ମନସ୍ଥ କରିଛନ୍ତି, ସେ ବିଷୟରେ କିଛି ଜଣାପଡିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos