ସଲମାନଙ୍କ ଏହି ଅଭିନେତ୍ରୀ ଜୀବନ ସହ କରୁଛନ୍ତି ସଂଘର୍ଷ, ଚିକିତ୍ସା ପାଇଁ ପାଖରେ ପଇସା ନାହିଁ
୧୯୯୫ ମସିହାରେ ରିଲିଜ୍ ହୋଇଥିଲା ବଲିଉଡ୍ ସୁପରଷ୍ଚାର ସଲମାନ ଖାନ୍ଙ୍କ ଫିଲ୍ମ ‘ବୀରଗତି’। ଏଥିରେ ତାଙ୍କର ହିରୋଇନ୍ ସାଜିଥିଲେ ଅଭିନେତ୍ରୀ ପୂଜା ଡଡୱାଲ୍। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ସେଦିନର ଏହି ଚୁଲବୁଲି ଅଭିନେତ୍ରୀ ଏବେ ରୋଗଶଯ୍ୟାରେ। ୧୫ ଦିନ ହେବ ଡାକ୍ତଖାନାରେ ଭର୍ତ୍ତି ହୋଇଛନ୍ତି। ଚିକିତ୍ସା ପାଇଁ ହାତରେ ପଇସା ନାହିଁ।
ମିଳିଥିବା ସୂଚନା ଅନୁସାରେ, ଅଭିନେତ୍ରୀ ପୂଜା ଏବେ ଟିବି ଓ ଫୁସ୍ଫୁସ୍ ସମ୍ୱନ୍ଧିୟ ରୋଗରେ ପୀଡ଼ିତ। ତାଙ୍କର ଆର୍ଥିକ ସ୍ଥିତି ଭଲ ନାହିଁ। ଫଳରେ ପୂଜାଙ୍କ ଚିକିତ୍ସା ଠିକ୍ ଭାବେ ହୋଇପାରୁନାହିଁ। ସଲମାନ ଖାନ୍ଙ୍କୁ ସାହାଯ୍ୟ ପାଇଁ ଅନୁରୋଧ କରିଛନ୍ତି। ପୂଜାଙ୍କ କହିବାନୁସାରେ, ପୂର୍ବରୁ ତାଙ୍କୁ ଜଣାନଥିଲା କି ସେ ଟିବିର ଶିକାର ହୋଇଛନ୍ତି। ୬ମାସ ପୂର୍ବେ ସେ ଏ ରୋଗ ହୋଇଛି ବୋଲି ଜାଣିବାକୁ ପାଇଲେ। ହେଲେ ସେତେବେଳକୁ ଏହା ଖୁବ୍ ବିଳମ୍ୱ ହୋଇଯାଇଥିଲା। ସାହାଯ୍ୟ ପାଇଁ ସେ ସଲମାନ ଖାନ୍ଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରି ବିଫଳ ହୋଇଛନ୍ତି। ସେ ଯେବେ ତାଙ୍କର ଏହି ଅସହାୟ ଭିଡିଓ ଦେଖିବେ , ନିଶ୍ଚୟ ସାହାଯ୍ୟର ହାତ ବଢାଇବେ ବୋଲି ପୂଜା ଆଶା ରଖିଛନ୍ତି।
@BeingSalmanKhan bhai, veergati ki actress Pooja is critical at mumbai’s shivdi hospital, she is suffering frm TB, unable to pay her bills and get proper treatment, help her
— Praveen Chand (@prvvvn) March 19, 2018
ଫିଲ୍ମ ଠାରୁ ଦୂରେଇ ପୂଜା ଖୁବ୍ ଦୀର୍ଘ ସମୟ ଗୋଆରେ ଥିଲେ। ନିଜର ଆର୍ଥିକ ଅବସ୍ଥା ଭଲ ନଥିଲା। ଏମିତି କି ସେ ଚା’ ପିଇବାକୁ ବି ଅନ୍ୟ ଉପରେ ନିର୍ଭର କରୁଥିଲେ। ମିଳିଥିବା ସୂଚନା ଅନୁସାରେ , ପୂଜାଙ୍କର ଏହି ରୋଗ ବିଷୟରେ ଜାଣି ତାଙ୍କର ସ୍ୱାମୀ ଓ ପରିବାର ଲୋକ ତାଙ୍କ ଠାରୁ ଦୂରେଇ ଯାଇଛନ୍ତି। ଏହି ସମୟରେ କିଛି ଟ୍ୱିଟର ୟୁଜର ସଲମାନ ଖାନଙ୍କୁ ପୂଜାଙ୍କୁ ସାହାଯ୍ୟ ପାଇଁ ଅନୁରୋଧ କରିଛନ୍ତି। ଫିଲ୍ମ ‘ବୀରଗତି’ ବ୍ୟତିତ ପୂଜା ‘ହିନ୍ଦୁସ୍ତାନ(୨୦୦୪)’ ଓ ‘ସିନ୍ଦୁର୍ କି ସୌଗନ୍ଧ (୨୦୦୨)’ ଆଦି ଫିଲ୍ମରେ ନଜର ଆସିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।