ମୁମ୍ବାଇ: ଦବଙ୍ଗ ଷ୍ଟାର ସଲମାନ ଓ ତାଙ୍କ ବାନ୍ଧବୀ ଲୁଲିଆଙ୍କ ସଂପର୍କରେ ଫାଟ ସୃଷ୍ଟି ହୋଇଛି। ଶୁଣିବାକୁ ମିଳୁଥିଲା ସଲମାନ ଏବଂ ଲୁଲିଆ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ତେବେ ଏହାକୁ ନେଇ ନିଜେ ଲୁଲିଆ ମୁହଁ ଖୋଲିଛନ୍ତି। ଏକ ରୋମାନିଆ ପତ୍ରିକାକୁ ଲୁଲିଆ ସାକ୍ଷାତକାର ଦେଇ କହିଛନ୍ତି,“ସଲମାନଙ୍କଠାରୁ ମୁଁ ଏବେ ଦୂରତ୍ୱ ବଢାଉଛି। ତାଙ୍କ ସହ ମୋର ବ୍ରେକ୍ଅପ୍ ହୋଇଯାଇଛି।”
ସେ କହିଥିଲେ,“ଭାରତକୁ ଯାଇ ମୋତେ ବହୁତ କିଛି ଶିଖିବାକୁ ମିଳିଛି। ମୁଁ ଏବେ ହିନ୍ଦୀରେ ଗୀତ ଗାଇବା ଆରମ୍ଭ କରିଦେଇଛି। ଭାରତ ଓ ଆମ ଦେଶର ସାଂସ୍କୃତିରେ ବହୁତ ଅନ୍ତର ରହିଛି। ଭାରତର ଲୋକ, ତାଙ୍କ ମାନସିକତା ଓ ସଂସ୍କୃତି ଆମଠାରୁ ସମ୍ପୂର୍ଣ୍ଣ ଅଲଗା।”
ଉକ୍ତ ସାକ୍ଷାତକାରରେ ଲୁଲିଆ କହିଥିଲେ,“ଆମକୁ ଭାରତରେ ତାଙ୍କ ହିସାବରେ ପୋଷାକ ପିନ୍ଧିବାକୁ ପଡିଥାଏ। କେଉଁଠାକୁ ଯାଉଛନ୍ତି ଓ କେଉଁ ପ୍ରକାରର ପୋଷାକ ପିନ୍ଧିବା ଆବଶ୍ୟକ ଭାରତରେ ତାହା ଉପରେ ବହୁତ ଧ୍ୟାନ ଦେବାକୁ ପଡ଼ିଥାଏ।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Bollywood
ହାସ୍ୟ ଅଭିନେତା ଟିକୁଙ୍କୁ ହୃଦ୍ଘାତ! ହସ୍ପିଟାଲରେ ଭର୍ତ୍ତି
ତାଙ୍କୁ ମୁମ୍ବାଇ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।
Bollywood
ଆଉ ନାହାନ୍ତି ଫିଲ୍ମ ନିର୍ମାତା ପ୍ରୀତିଶ ନନ୍ଦୀ
୭୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ବୁଧବାର ବିଳମ୍ବିତ ରାତିରେ ମୁମ୍ବାଇ ସ୍ଥିତ ବାସଭବନରେ ସେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
Bollywood
‘ଏମର୍ଜେନ୍ସି’ ଦେଖିବାକୁ ପ୍ରିୟଙ୍କାଙ୍କୁ ନିମନ୍ତ୍ରଣ କଲେ କଙ୍ଗନା, ଜବାବ କ’ଣ ଥିଲା ଜାଣନ୍ତୁ
ଏମର୍ଜେନ୍ସି ସିନେମାରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଭୂମିକାରେ ରହିଛନ୍ତି। ଏହା ଜାନୁଆରୀ ୧୭ରେ ରିଲିଜ ହେବାକୁ ଯାଉଛି।
Bollywood
ଅଭିନେତ୍ରୀ ପୁନମ ଢିଲୋଙ୍କ ଘରୁ ଚୋରି, ଯୁବକ ଗିରଫ
ଘର ରଙ୍ଗ ଦେବା ବାହାନାରେ ଆସି ଚୋରି କରିନେଲା ମୂଲ୍ୟବାନ ସାମଗ୍ରୀ।
Entertainment
ବର୍ଷିଲେ ଅନୁଭବ, କହିଲେ- ତୁମେ ମଞ୍ଚ ବାଛ, ବିତର୍କ ପାଇଁ ମୁଁ ପ୍ରସ୍ତୁତ
ବିବାହ ତଥା ଦାମ୍ପତ୍ୟ ଜୀବନ ପରି ସମ୍ପର୍କକୁ ଅତି ମିଛ ତଥା ମନଗଢ଼ା ଭାବେ ପରଦାରେ ଦେଖାଉଥିବା ଅଭିଯୋଗ ଆଣି ବର୍ଷାଙ୍କ ଉପରେ ବର୍ଷିଛନ୍ତି ଅନୁଭବ। ଏପରିକି ବର୍ଷାଙ୍କ ସହ ଖୋଲାଖୋଲି ବିତର୍କ କରିବାକୁ ପ୍ରସ୍ତୁତ ବୋଲି ବି କହିଛନ୍ତି।