ପ୍ୟାରିସ୍‌ ପରେ ସିଙ୍ଗାପୁରକୁ ଦୁଲକାଇଲେ ଶାଶ୍ୱତ

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ବିଦେଶ ମାଟିରେ  ଦେଶୀ ନୃତ୍ୟର କ୍ରେଜ୍‌। ପ୍ୟାରିସ୍‌ ପରେ ସିଙ୍ଗାପୁରରେ ଜଲୱା ଦେଖାଇଲେ ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟଶିଳ୍ପୀ  ଶାଶ୍ୱତ ଯୋଶୀ। ସମ୍ବଲପୁରୀ ଗୀତରେ ଦୁଲୁରକିଲା ପରିବେଶ। ସିଙ୍ଗାପୁର ମର୍ଲିନପାର୍କରେ ସମ୍ବଲପୁରୀ ଗୀତର ତାଳେ ତାଳେ ନାଚିଛନ୍ତି  ଶାଶ୍ୱତ ଏବଂ ସାଥୀ କଳାକାର। ଏହି ଭିଡିଓ ଟି ଏବେ ୟୁ-ଟ୍ୟୁବ୍‌ରେ ବେଶ ଚମକ ସୃଷ୍ଟି କରିଛି। ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମଟି ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି। ଏହା ପୂର୍ବରୁ ପ୍ୟାରିସ୍‌ର ଇଫିଲ ଟାୱାର ସାମ୍ନାରେ ସମ୍ବଲପୁରୀ ଲୋକ […]

sast

sast

Rakesh Mallick
  • Published: Monday, 09 April 2018
  • Updated: 09 April 2018, 11:02 PM IST

Sports

Latest News

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ବିଦେଶ ମାଟିରେ  ଦେଶୀ ନୃତ୍ୟର କ୍ରେଜ୍‌। ପ୍ୟାରିସ୍‌ ପରେ ସିଙ୍ଗାପୁରରେ ଜଲୱା ଦେଖାଇଲେ ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟଶିଳ୍ପୀ  ଶାଶ୍ୱତ ଯୋଶୀ। ସମ୍ବଲପୁରୀ ଗୀତରେ ଦୁଲୁରକିଲା ପରିବେଶ। ସିଙ୍ଗାପୁର ମର୍ଲିନପାର୍କରେ ସମ୍ବଲପୁରୀ ଗୀତର ତାଳେ ତାଳେ ନାଚିଛନ୍ତି  ଶାଶ୍ୱତ ଏବଂ ସାଥୀ କଳାକାର। ଏହି ଭିଡିଓ ଟି ଏବେ ୟୁ-ଟ୍ୟୁବ୍‌ରେ ବେଶ ଚମକ ସୃଷ୍ଟି କରିଛି। ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମଟି ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି।

ଏହା ପୂର୍ବରୁ ପ୍ୟାରିସ୍‌ର ଇଫିଲ ଟାୱାର ସାମ୍ନାରେ ସମ୍ବଲପୁରୀ ଲୋକ ନୃତ୍ୟ ପରିବେଶଣ କରି ବିଦେଶୀଙ୍କ ମନ କିଣିପାରିଥିଲେ ସେ। ବିଦେଶରେ ଏମିତି ନୃତ୍ୟ ପରିବେଶଣ କରି  ଓଡ଼ିଆ କଳା ସଂସ୍କୃତିକୁ ପ୍ରଚାର ପ୍ରସାର କରିବାରେ  ଶାଶ୍ୱତଙ୍କ ଉଦ୍ୟମ ଖୁବ୍‌ ପ୍ରଶଂସନୀୟ ହୋଇପାରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos