ଏହି ଅଭିନେତାଙ୍କର ଥିଲେ ୩୦୮ ପ୍ରେମିକା: କିଛି ଥିଲେ ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ

ମୁମ୍ବାଇ:ବଲିଉଡ୍‌ରେ କଳାକାର ମାନଙ୍କର ଲଭ୍‌ ଅଫେୟାର ବିଷୟରେ ସବୁବେଳେ କିଛି ନା କିଛି ଶୁଣିବାକୁ ମିଳିଥାଏ। ଏମିତି ବି ଅଭିନେତା ବା ଅଭିନେତ୍ରୀ ଅଛନ୍ତି ଯେଉଁମାନଙ୍କ ନାଁ ସହିତ ଅନେକ ଅଭିନେତା ଓ  ଅଭିନେତ୍ରୀଙ୍କ ନାଁ ଯୋଡ଼ା ଯାଇଛି। ଆଉ ସେମାନଙ୍କ ଏକାଧିକ ବୟଫ୍ରେଣ୍ଡ କି ଗାର୍ଲଫ୍ରେଣ୍ଡ ଥିବା ଶୁଣିବାକୁ ମିଳିଛି।  କିନ୍ତୁ ଆମେ ଆଜି ଏମିତି ଜଣେ ଅଭିନେତାଙ୍କ ବିଷୟରେ କହିବୁ ଯାହାଙ୍କର ଗୋଟିଏ କିମ୍ବା ଦୁଇଟି ନୁହେଁ ପୂରା ୩୦୮ ଗାର୍ଲଫ୍ରେଣ୍ଡ ଥିଲେ। ସେ […]

tina

tina

Rakesh Mallick
  • Published: Friday, 08 June 2018
  • Updated: 08 June 2018, 02:15 PM IST

Sports

Latest News

ମୁମ୍ବାଇ:ବଲିଉଡ୍‌ରେ କଳାକାର ମାନଙ୍କର ଲଭ୍‌ ଅଫେୟାର ବିଷୟରେ ସବୁବେଳେ କିଛି ନା କିଛି ଶୁଣିବାକୁ ମିଳିଥାଏ। ଏମିତି ବି ଅଭିନେତା ବା ଅଭିନେତ୍ରୀ ଅଛନ୍ତି ଯେଉଁମାନଙ୍କ ନାଁ ସହିତ ଅନେକ ଅଭିନେତା ଓ  ଅଭିନେତ୍ରୀଙ୍କ ନାଁ ଯୋଡ଼ା ଯାଇଛି। ଆଉ ସେମାନଙ୍କ ଏକାଧିକ ବୟଫ୍ରେଣ୍ଡ କି ଗାର୍ଲଫ୍ରେଣ୍ଡ ଥିବା ଶୁଣିବାକୁ ମିଳିଛି।  କିନ୍ତୁ ଆମେ ଆଜି ଏମିତି ଜଣେ ଅଭିନେତାଙ୍କ ବିଷୟରେ କହିବୁ ଯାହାଙ୍କର ଗୋଟିଏ କିମ୍ବା ଦୁଇଟି ନୁହେଁ ପୂରା ୩୦୮ ଗାର୍ଲଫ୍ରେଣ୍ଡ ଥିଲେ।

ସେ ଅଭିନେତା ଜଣକ ଆଉ କେହି ନୁହନ୍ତି । ସେ ହେଉଛନ୍ତି ସଞ୍ଜୟ ଦତ୍ତ।  ଖୁବ୍‌ଶୀଘ୍ର ସଞ୍ଜୟ ଦତ୍ତଙ୍କ  ଜୀବନୀ ଉପରେ ଆଧାରିତ ହୋଇଥିବା ଫିଲ୍ମ ‘ସଞ୍ଜୁ’ ରିଲିଜ୍‌ ହେବାକୁ ଯାଉଛି। ସେହି ଫିଲ୍ମରେ ସଞ୍ଜୟଙ୍କ ଜୀବନ ସହ ଜଡ଼ିତ  ଅନେକ ଗୁମର ଖୋଲିବାକୁ ଯାଉଛି।  ସଞ୍ଜୟ ଦତ୍ତ ନିଶା ସେବନ କରୁଥିଲେ ଆଉ ଜେଲ୍‌ ବି ଯାଇଥିଲେ।  ଏକଥା ତ ସମସ୍ତେ ଜାଣିଥିବେ। କିନ୍ତୁ ତାଙ୍କ ବ୍ୟକ୍ତିଗତ ଜୀବନର ଆହୁରି ଅନେକ କଥା ଯାହାକି ଏହି ଫିଲ୍ମ ମାଧ୍ୟମରେ ଲୋକଲୋଚନକୁ ଆସିବାକୁ ଯାଉଛି। ଏହି ଫିଲ୍ମରେ ସଞ୍ଜୟଙ୍କ ଲଭ୍‌ ଲାଇଫ୍‌ ବିଷୟରେ ଖୁବ୍‌ ଚର୍ଚ୍ଚା ହୋଇଛି।

ଏମିତି ସଞ୍ଜୟ ପ୍ଲେ ବୟ ରୂପରେ ଖୁବ୍‌ ଲୋକପ୍ରିୟ। କିନ୍ତୁ ରିଲିଜ୍‌ ହୋଇଥିବା ଫିଲ୍ମର ଟିଜରରେ  ସେ  ନିଜେ କହିଛନ୍ତି ତାଙ୍କର ୩୦୮ଜଣ ଗାର୍ଲଫ୍ରେଣ୍ଡ ଥିଲେ। କିନ୍ତୁ ସେମାନଙ୍କ ମଧ୍ୟରେ ଅନେକ ପ୍ରସିଦ୍ଧ ଅଭିନେତ୍ରୀ ଓ ମଡେଲ୍‌ଙ୍କ ନାଁ ବି ଅଛି। ଚାଲନ୍ତୁ ଜାଣିବା ସେମାନଙ୍କ ବିଷୟରେ।

ଟିନା ମୁନିମ୍‌: ସଞ୍ଜୟ ନିଜ ଡେବ୍ୟୁ ଫିଲ୍ମ ଟିନାଙ୍କ ସହ କରିଥିଲେ।  ଫିଲ୍ମ ‘ରକି’ରୁ ଦୁହିଁଙ୍କ ସଂପର୍କ ଆରମ୍ଭ ହୋଇଥିଲା।  ଦୁହେଁ ବିବାହ କରିବେ ବୋଲି ମଧ୍ୟ ଖବର ଆସିଥିଲା। ଏହା ପରେ ସଞ୍ଜୟ ନିଶାସକ୍ତ ହୋଇଯାଇଥିଲେ। ଆଉ ଦୁହିଁଙ୍କ ସମ୍ପର୍କ ଭାଙ୍ଗି ଯାଇଥିଲା।

ରିଚା ଶର୍ମା: ‘ଆଗ୍‌ ହି ଆଗ୍‌’ ଫିଲ୍ମର ସୁଟିଂ ସମୟରେ ସଞ୍ଜୟଙ୍କ ସାକ୍ଷାତ ରିଚାଙ୍କ ସହ ହୋଇଥିଲା। ଦୁହେଁ ୧୯୮୭ରେ ବିବାହ କରିଥିଲେ।  ସେମାନଙ୍କର ଗୋଟିଏ ଝିଅ ଅଛନ୍ତି ତାଙ୍କ ନାଁ ତ୍ରିଶଳା। ଦୁହେଁ ଅଲଗା ହେବା ପରେ ରିଚାଙ୍କର କର୍କଟ ରୋଗରେ ମୃତ୍ୟୁ ହୋଇଥିଲା।

ମାଧୁରୀ ଦିକ୍ଷୀତ: ଅନେକ ଫିଲ୍ମରେ ଏକାଠି କାମ କରିଛନ୍ତି ମାଧୁରୀ ଓ ସଞ୍ଜୟ।  ଦୁହେଁ ନିକଟତର ହୋଇଥିଲେ। ଏମିତି କି ଦୁହେଁ ବିବାହ କରିବାକୁ ବି ନିଷ୍ପତ୍ତି ନେଇଥିଲେ। କିନ୍ତୁ ସଞ୍ଜୟ ପୂର୍ବରୁ ବିବାହିତ ଥିବା କାରଣରୁ ମାଧୁରୀଙ୍କ ବାପା ରାଜି ହୋଇନଥିଲେ। ୧୯୯୩ରେ ହୋଇଥିବା ମୁମ୍ବାଇ ବ୍ଲାଷ୍ଟରେ ସଞ୍ଜୟଙ୍କ ନାଁ ବି ଆସିଥିଲା। ସେବେଠୁ ମାଧୁରୀ ତାଙ୍କ ଠାରୁ ଦୂରେଇ ଯାଇଥିଲେ।

ରିୟା ପିଲ୍ଲାଇ: ମାଧୁରୀଙ୍କ ସହ ସମ୍ପର୍କ ଭାଙ୍ଗିବା ପରେ  ସଞ୍ଜୟ ମଡେଲ୍‌ ରିୟାଙ୍କ ନିକଟତର ହୋଇଥିଲେ। ଦୁହେଁ ୧୯୯୮ରେ ବିବାହ ବି କରିଥିଲେ। କିନ୍ତୁ ଏ ସମ୍ପର୍କ ବେଶି ଦିନ ତିଷ୍ଠି ନଥିଲା। ରିୟା ଅନେକ ଥର ସଞ୍ଜୟଙ୍କୁ ଅନ୍ୟ ମହିଳାଙ୍କ ସହ ଦେଖିଥିଲେ। ସେଥିପାଇଁ ଦୁହେଁ ୨୦୦୫ରେ ଅଲଗା ହୋଇଯାଇଥିଲେ।

ଲିସା ରେ: ଅଭିନେତ୍ରୀ ଲିସା ରେ ଓ ସଞ୍ଜୟଙ୍କ ଅଫେୟାର ଥିବା ବି କୁହାଯାଏ। ମୁମ୍ବାଇ ବ୍ଲାଷ୍ଟରେ ଫସିବା ପରେ ସଞ୍ଜୟ ବହୁତ ଦୁଃଖରେ ଥିଲେ। ସେ ସମୟରେ ଲିସା ରେ ତାଙ୍କୁ ସାହାରା ଦେଇଥିଲେ। ଦୁହିଁଙ୍କୁ ଅନେକ ଥର ଏକାଠି ଦେଖିବାକୁ ମିଳେ। କିନ୍ତୁ ଦୁହିଁଙ୍କ ସଂପର୍କ ବେଶୀ ଦିନ ତିଷ୍ଠି ପାରି ନଥିଲା।

ରେଖା:  ଜାଣିଲେ ଆଶ୍ଚର୍ଯ୍ୟ ହେବେ ସଞ୍ଜୁ ବାବାଙ୍କର ବଲିଉଡ୍‌ ଡିଭା ରେଖାଙ୍କ ସହ ବି ଅଫେୟାର ଥିଲା। ଗଣ ମାଧ୍ୟମ ଓ ବଲିଉଡ୍‌ରେ ଦୁହିଁଙ୍କୁ ନେଇ ଚର୍ଚ୍ଚା ହେଉଥିଲା। ଖବର ମୁତାବକ ରେଖା ସଞ୍ଜୟଙ୍କ ନାଁର ସିନ୍ଦୁର ଲଗାଉଥିଲେ।

ଏହାପରେ ସଞ୍ଜୟ ମାନ୍ୟତାଙ୍କୁ ବିବାହ କରିଥିଲେ। ଦୁହିଁଙ୍କର ଦୁଇଟି ପିଲା ଅଛନ୍ତି। ଏବେ ଦୁହେଁ ସେମାନଙ୍କ ବୈବାହିକ ଜୀବନରେ ଖୁବ୍‌ ଖୁସିରେ ଅଛନ୍ତି।

 

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos