ସଞ୍ଜୟ ଦତ୍ତ କଲେ ଖୁଲାସା !

ମୁମ୍ବାଇ: ୨୦୦୩ରେ ରିଲିଜ୍ ହୋଇଥିବା ‘ମୁନ୍ନା ଭାଇ ଏମ୍‌ବିବିଏସ୍‌’ ଫିଲ୍ମଟିକୁ ସମସ୍ତେ ପସନ୍ଦ କରିଥିଲେ କହିଲେ ଭୁଲ୍ ହେବ ନାହିଁ। ଏହି ଫିଲ୍ମରେ ଉଭୟ ସଞ୍ଜୟ ଦତ୍ତ ଓ ଅର୍‌ଶଦ୍‌ ୱାରିସ୍‌ଙ୍କ ଅଭିନୟଙ୍କୁ ସମସ୍ତେ ପ୍ରଶଂସା କରିଥିଲେ। ଏହି ଫିଲ୍ମକୁ ଯେତେଥର ଦେଖିଲେ ବି ଆହୁରି ଦେଖିବାକୁ ଇଚ୍ଛା ହୁଏ। ୨୦୦୬ରେ ଏହି ଫିଲ୍ମର ସିକ୍ୱେଲ୍ ଆସିଥିଲା। ଏହାର ନାଁ ଥିଲା ‘ଲଗେ ରହୋ ମୁନ୍ନା ଭାଇ’। ଏ ଫିଲ୍ମରେ ପୁଣି ସଞ୍ଜୟ ଓ ଅର୍‌ଶଦ୍‌ କମାଲ […]

sanjay

Jitendra Garnayak
  • Published: Friday, 20 September 2019
  • , Updated: 20 September 2019, 05:01 PM IST

ମୁମ୍ବାଇ: ୨୦୦୩ରେ ରିଲିଜ୍ ହୋଇଥିବା ‘ମୁନ୍ନା ଭାଇ ଏମ୍‌ବିବିଏସ୍‌’ ଫିଲ୍ମଟିକୁ ସମସ୍ତେ ପସନ୍ଦ କରିଥିଲେ କହିଲେ ଭୁଲ୍ ହେବ ନାହିଁ। ଏହି ଫିଲ୍ମରେ ଉଭୟ ସଞ୍ଜୟ ଦତ୍ତ ଓ ଅର୍‌ଶଦ୍‌ ୱାରିସ୍‌ଙ୍କ ଅଭିନୟଙ୍କୁ ସମସ୍ତେ ପ୍ରଶଂସା କରିଥିଲେ। ଏହି ଫିଲ୍ମକୁ ଯେତେଥର ଦେଖିଲେ ବି ଆହୁରି ଦେଖିବାକୁ ଇଚ୍ଛା ହୁଏ।

୨୦୦୬ରେ ଏହି ଫିଲ୍ମର ସିକ୍ୱେଲ୍ ଆସିଥିଲା। ଏହାର ନାଁ ଥିଲା ‘ଲଗେ ରହୋ ମୁନ୍ନା ଭାଇ’। ଏ ଫିଲ୍ମରେ ପୁଣି ସଞ୍ଜୟ ଓ ଅର୍‌ଶଦ୍‌ କମାଲ ଦେଖିବାକୁ ମିଳିଥିଲା। ଲୋକେ ଆଶା କରିଥିଲେ ଯେ ଖୁବ୍‌ଶୀଘ୍ର ଏହି ସିରିଜ୍‌ର ନୂଆ ଫିଲ୍ମ ମଧ୍ୟ ଆସିବ। ତେବେ ସଞ୍ଜୟ ଦତ୍ତ ଆଇନର ଜାଲରେ ଛନ୍ଦି ହୋଇପଡ଼ିବା ଓ ଜେଲ୍ ଯିବା ଆଦି ଘଟଣା ଭିତରେ ଏ ନେଇ ଆଉ ବିଶେଷ ଆଲୋଚନା ହେଉ ନଥିଲା। କିନ୍ତୁ ସଞ୍ଜୟ ଦତ୍ତ ନିକଟରେ ତାଙ୍କ ଫିଲ୍ମ ‘ପ୍ରସ୍ଥାନମ୍‌’ର ପ୍ରମୋସନ୍‌ ବେଳେ ଏକ ସାମ୍ବାଦିକ ସମ୍ମଳିନୀରେ କହିଥିଲେ ଯେ ରାଜକୁମାର ହିରାନୀ ଏବେ ‘ମୁନ୍ନ’ କାହାଣୀର ସିକ୍ୱେଲ୍ ଉପରେ କାମ କରୁଛନ୍ତି। ୨୦୨୦ ବେଳକୁ ଏହା ଲୋକଙ୍କ ସାମ୍ନାକୁ ଆସିପାରେ। ଅବଶ୍ୟ ଅର୍‌ଶଦ୍ ୱାରିସ୍‌ ବି ଏ ନେଇ ସଙ୍କେତ ଦେଇଥିଲା।

ସୂଚନାଯୋଗ୍ୟ, ଉଭୟ ‘ମୁନ୍ନା ଭାଇ ଏମ୍‌ବିବିଏସ୍’ ଓ ‘ଲଗେ ରହୋ ମୁନ୍ନା ଭାଇ’ର ନିର୍ଦ୍ଦେଶନା ରାଜକୁମାର ହିରାନୀ ଦେଇଥିଲେ। ଅନ୍ୟପକ୍ଷରେ ସଞ୍ଜୟ ଦତ୍ତଙ୍କ ‘ପ୍ରସ୍ଥାନମ୍’ ଆଜି ରିଲିଜ୍ ହୋଇଛି।

Related story