ପ୍ରେମିକା ହାତରୁ ଫିଲ୍ମ ସେଟ୍‌ରେ ଚାପୁଡ଼ା ଖାଇଥିଲେ ଏହି ଅଭିନେତା

ମୁମ୍ବାଇ: ବଲିଉଡ୍‌ରେ ଏମିତି ଅନେକ କାହାଣୀ ଅଛି ଯାହା ବିଷୟରେ ଖୁବ୍‌ କମ୍‌ ଲୋକ ଜାଣିଥିବେ। ସେମିତି କିଛି କାହାଣୀ ମଧ୍ୟରୁ ଆମେ ଆଜି କହୁଛୁ ସୁପରଷ୍ଟାର ସଞ୍ଜୀବ କୁମାରଙ୍କ କଥା। ଏହି ଅଭିନେତା ଜଣକ ଯେ, ବେଶ୍‌ ରୋମାଣ୍ଟିକ ଏ କଥା ଆପଣ ଜାଣିଥିବେ। ହେଲେ ଜାଣିଛନ୍ତି କି, ତାଙ୍କ ଚର୍ଚ୍ଚିତ ପ୍ରେମକାହାଣୀ ଓ ପ୍ରେମିକାଙ୍କ ସମ୍ପର୍କରେ। ତା ହେଲେ ଆସନ୍ତୁ ଜାଣିବା କେମିତି ଥିଲା ସଞ୍ଜୀବଙ୍କ ଲଭ୍‌ ଲାଇଫ୍‌। ଅଭିନେତା ସଞ୍ଜୀବ କୁମାର ଓ […]

sanjeev

sanjeev

Rakesh Mallick
  • Published: Friday, 23 February 2018
  • Updated: 23 February 2018, 05:03 PM IST

Sports

Latest News

ମୁମ୍ବାଇ: ବଲିଉଡ୍‌ରେ ଏମିତି ଅନେକ କାହାଣୀ ଅଛି ଯାହା ବିଷୟରେ ଖୁବ୍‌ କମ୍‌ ଲୋକ ଜାଣିଥିବେ। ସେମିତି କିଛି କାହାଣୀ ମଧ୍ୟରୁ ଆମେ ଆଜି କହୁଛୁ ସୁପରଷ୍ଟାର ସଞ୍ଜୀବ କୁମାରଙ୍କ କଥା। ଏହି ଅଭିନେତା ଜଣକ ଯେ, ବେଶ୍‌ ରୋମାଣ୍ଟିକ ଏ କଥା ଆପଣ ଜାଣିଥିବେ। ହେଲେ ଜାଣିଛନ୍ତି କି, ତାଙ୍କ ଚର୍ଚ୍ଚିତ ପ୍ରେମକାହାଣୀ ଓ ପ୍ରେମିକାଙ୍କ ସମ୍ପର୍କରେ। ତା ହେଲେ ଆସନ୍ତୁ ଜାଣିବା କେମିତି ଥିଲା ସଞ୍ଜୀବଙ୍କ ଲଭ୍‌ ଲାଇଫ୍‌।

ଅଭିନେତା ସଞ୍ଜୀବ କୁମାର ଓ ହେମାମାଳିନୀଙ୍କ ଲଭ୍‌ ଷ୍ଟୋରୀ ବିଷୟରେ ଅନେକ କଥା ଶୁଣିବାକୁ ମିଳେ। ସଞ୍ଜୀବ ହେମାଙ୍କୁ ଏତେ ଭଲ ପାଉଥିଲେ ଯେ, ତାଙ୍କୁ ନ ପାଇବା କାରଣରୁ ସାରା ଜୀବନ ଅବିବାହିତ ରହିଯାଇଥିଲେ। ଏହି କାରଣରୁ ସମସ୍ତେ ଭାବନ୍ତି ସଞ୍ଜୀବଙ୍କ ପ୍ରଥମ ପ୍ରେମ ହେଉଛନ୍ତି ହେମା। କିନ୍ତୁ ତାହା ସତ ନୁହେଁ। ଜାଣିଛନ୍ତି, ସଞ୍ଜୀବଙ୍କ ପ୍ରଥମ ପ୍ରେମ କିଏ? ବାସ୍ତବରେ ଅଭିନେତ୍ରୀ ନୂତନ ହେଉଛନ୍ତି ସେହି ସୁନ୍ଦରୀ ନାୟିକା ଯାହାଙ୍କୁ ସଞ୍ଜୀବ୍ ପ୍ରଥମେ ପ୍ରେମ କରି ବସିଥିଲେ। ଆଉ ଏଇ ପ୍ରେମ ତାଙ୍କ ପାଇଁ ଭାରି ମହଙ୍ଗା ବି ପଡିଥିଲା। ଜାଣିଲେ ଆଶ୍ଚର୍ଯ୍ୟ ହେବେ ନୂତନ ହେଉଛନ୍ତି ସେହି ଅଭିନେତ୍ରୀ ଯିଏ ଅଭିନେତା ସଞ୍ଜୀବ କୁମାରଙ୍କୁ ଫିଲ୍ମ ସେଟ୍‌ରେ ଖୁବ୍‌ ଜୋରରେ ଚାପୁଡ଼ା ମାରିଥିଲେ।

nutan1୧୯୬୦ ମସହାରେ ସଞ୍ଜୀବ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରୁଥିଲା ବେଳେ ୧୯୬୯ ମସିହାରେ ଆସିଥିବା ‘ଦେବୀ’ ଫିଲ୍ମରେ ଲିଡ୍‌ ରୋଲ ପ୍ଲେ କରୁଥିଲେ। ତାଙ୍କ ବିପକ୍ଷରେ ଥିଲେ ନୂତନ। ସେ ସମୟରେ ଦୁହିଁଙ୍କ ଅଫେଆରକୁ ନେଇ ଚର୍ଚ୍ଚା ହେଉଥିଲା। କିନ୍ତୁ ନୂତନ ଥିଲେ ବିବାହିତ। ଏପରିକି ସେ ଗୋଟିଏ ପୁତ୍ର ସନ୍ତାନର ଜନନୀ ମଧ୍ୟ ଥିଲେ। ଏ ପରିସ୍ଥିତିରେ ଏହି ଗୁଜବ ଶୁଣିବା ପରେ ନୂତନ ଖୁବ୍‌ ରାଗି ଯାଇଥିଲେ। କାରଣ ସଞ୍ଜୀବ ତାଙ୍କୁ ଏକ ତରଫା ପ୍ରେମ କରୁଥିଲେ। ନୂତନଙ୍କୁ ଯେବେ ଏ କଥା ଜଣାପଡ଼ିଲା ସେ ରାଗିଯାଇ ସଞ୍ଜୀବଙ୍କୁ ଫିଲ୍ମ ସେଟ୍‌ରେ ହିଁ ଚାପୁଡ଼ା ମାରିଥିଲେ।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos