ମୁମ୍ବାଇ: ସୈଫ୍ ଅଲ୍ଲୀ ଖାନ୍ଙ୍କ ଝିଅ ସାରା ଅଲ୍ଲୀ ଖାନ୍ ଫିଲ୍ମ ‘କେଦାରନାଥ’ରୁ ବଲିଉଡ୍ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ତାଙ୍କ ବିଷୟରେ ଏକ ଖାସ୍ କଥା ସାମ୍ନାକୁ ଆସିଛି। ସେ କେଦାରନାଥରେ ଅଭିନୟ କରିବା ପୂର୍ବରୁ ୭ଟି ଫିଲ୍ମରେ ଅଭିନୟ କରିବାକୁ ମନା କରିଥିଲେ। ଏହାର କାରଣ ହେଉଛି, ଷ୍ଟାର ଇମେଜ୍। ନିଜ ପ୍ରଥମ ଫିଲ୍ମରୁ ହିଁ ଷ୍ଟାର ଇମେଜ୍ ବନେଇବାର ନିଶା ତାଙ୍କ ମୁଣ୍ଡରେ ଚଢି ଗଲାଣି।
ସେ କହିଛନ୍ତି ଯେ, ସେ କେବଳ ଲୋକପ୍ରିୟ ଓ ହିଟ୍ ଷ୍ଟାରଙ୍କ ସହ କାମ କରିବେ। ସେ ଇଣ୍ଡଷ୍ଟ୍ରିରେ ଏବେ ନୂଆ। ତେଣୁ ସେ କେଉଁ ନୂଆ ଅଭିନେତାଙ୍କ ସହ କାମ କରି ଫ୍ଲପ୍ ହେବାକୁ ଚାହୁଁ ନାହାଁନ୍ତି। ଖବର ମୁତାବିକ୍ ସାରା, ଆଲିଆ ଭଟ୍ଟଙ୍କ ପଦାଙ୍ଗ ଅନୁସରଣ କରିବାକୁ ଚାହୁଁଛନ୍ତି।
ସୈଫ୍ଙ୍କ ଝିଅ ସାରା ଓ ତାଙ୍କ ପୂର୍ବତମ ପତ୍ନୀ ଅମୃତା ‘କେଦାରନାଥ’ରେ ଅଭିନୟ କରିବେ। ଫିଲ୍ମଟି ଆସନ୍ତାବର୍ଷ ଜୁନ୍ରେ ରିଲିଜ ହେବ। ଫିଲ୍ମର ପ୍ରଥମ ପୋଷ୍ଟରକୁ କିଛିଦିନ ପୂର୍ବରୁ ରିଲିଜ୍ କରାଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।
Bollywood
ହାସ୍ୟ ଅଭିନେତା ଟିକୁଙ୍କୁ ହୃଦ୍ଘାତ! ହସ୍ପିଟାଲରେ ଭର୍ତ୍ତି
ତାଙ୍କୁ ମୁମ୍ବାଇ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।
Bollywood
ଆଉ ନାହାନ୍ତି ଫିଲ୍ମ ନିର୍ମାତା ପ୍ରୀତିଶ ନନ୍ଦୀ
୭୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ବୁଧବାର ବିଳମ୍ବିତ ରାତିରେ ମୁମ୍ବାଇ ସ୍ଥିତ ବାସଭବନରେ ସେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
Bollywood
‘ଏମର୍ଜେନ୍ସି’ ଦେଖିବାକୁ ପ୍ରିୟଙ୍କାଙ୍କୁ ନିମନ୍ତ୍ରଣ କଲେ କଙ୍ଗନା, ଜବାବ କ’ଣ ଥିଲା ଜାଣନ୍ତୁ
ଏମର୍ଜେନ୍ସି ସିନେମାରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଭୂମିକାରେ ରହିଛନ୍ତି। ଏହା ଜାନୁଆରୀ ୧୭ରେ ରିଲିଜ ହେବାକୁ ଯାଉଛି।
Bollywood
ଅଭିନେତ୍ରୀ ପୁନମ ଢିଲୋଙ୍କ ଘରୁ ଚୋରି, ଯୁବକ ଗିରଫ
ଘର ରଙ୍ଗ ଦେବା ବାହାନାରେ ଆସି ଚୋରି କରିନେଲା ମୂଲ୍ୟବାନ ସାମଗ୍ରୀ।