ଭିନ୍ନ ଅବତାରରେ ସାରା
ମୁମ୍ବାଇ: ଫିଲ୍ମ ଫେୟାର କଭରପେଜ୍ରେ ସ୍ଥାନ ପାଇଛନ୍ତି ସାରା ଅଲ୍ଲି ଖାନ୍। ଏହି ମ୍ୟାଗାଜିନ୍ରେ ସେ ବହୁତ ସୁନ୍ଦର ଦେଖାଯିବା ସହ ଷ୍ଟାଇଲିଷ୍ଟ ଓ ସେକ୍ସି ଲାଗୁଛନ୍ତିା ମ୍ୟାଗାଜିନ୍ କଭର ପେଜ୍ରେ ସାରା frilly green outfit ପିନ୍ଧିବା ସହ କାର ଉପରେ ବସିଛନ୍ତିା ଏଥିରେ ସାରା ରିଲାକ୍ସ୍ ମୁଡ୍ରେ ବସିଥିବା ବେଳେ କ୍ୟାମେରାକୁ ଦେଖୁଛନ୍ତିା
ଫଟୋ ସୁଟିଂ ବେଳେ ସେ ବହୁ ପରିଶ୍ରମ ସହ FUN, MASTI କରିଥିବା ସେ ନିଜ ଇନଷ୍ଟାଗ୍ରାମରେ ଲେଖିଛନ୍ତିା ମ୍ୟାଗାଜିନରେ କଭର ପେଜ୍ରେ ‘A STAR IS BORN’ ମଧ୍ୟ ଲେଖାଯାଇଛିା ଫଟୋଗୁଡ଼ିକ ଏତେ ସୁନ୍ଦର ହୋଇଛି ଯେ ସମସ୍ତଙ୍କୁ ଦିୱାନା କରୁଛି। ଏହି ଫଟୋ କେନିଆରେ ସୁଟ କରାଯାଇଥିବା ବେଳେ ରୋହନ୍ ଶ୍ରେଷ୍ଠା ଫଟୋ ଉତ୍ତୋଳନ କରିଛନ୍ତି।
ସାରା ଅଲ୍ଳି ଖାନ୍ ଫିଲ୍ମ ‘କେଦାର ନାଥ’ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ। ଏଥିରେ ସେ ସୁଶାନ୍ତ ସିଂହ ରାଜପୁତଙ୍କ ବିପକ୍ଷରେ ଅଭିନୟ କରିଥିଲେ। ଏହାପରେ ସାରାଙ୍କୁ ‘ସିମ୍ବା’ ଫିଲ୍ମରେ ଅଭିନେତା ରଣବୀର ସିଂହଙ୍କ ବିପକ୍ଷରେ ଦେଖିବାକୁ ମିଳିଥିଲା। ଦୁଇଟିଯାକ ଫିଲ୍ମରେ ସାରାଙ୍କ ଅଭିନୟକୁ ଦର୍ଶକମାନେ ବେଶ୍ ପସନ୍ଦ କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।