ପ୍ରଥମ ଭାରତୀୟ ଅଭିନେତ୍ରୀ ଭାବେ ପାକିସ୍ତାନୀ ଟିଭି ସିରିୟଲରେ ଅଭିନୟ କରିବେ ସାରା ଖାନ୍‌

ମୁମ୍ବାଇ: ସାରା ଖାନ୍‌ ଭାରତୀୟ ଟିଭି ଇଣ୍ଡଷ୍ଟ୍ରୀର ଜଣେ ଚର୍ଚ୍ଚିତ ଚେହେରା। ଷ୍ଟାରପ୍ଲସର ସିରିୟଲ ‘ବିଦାଇ’ ରୁ ନିଜର ଅଭିନୟ ଜୀବନ ଆରମ୍ଭ କରିଥିବା ସାରା ଏପର୍ଯ୍ୟନ୍ତ ଅନେକ ହିଟ୍‌ ଟିଭି ସୋ’ରେ କାମ କରି ସାରିଛନ୍ତି। କିନ୍ତୁ ଏବେ ସାରା ପାକିସ୍ତାନୀ ଟିଭି ସୋ’ କରିବାକୁ ଯାଉଛନ୍ତି। ସାରା ହେଉଛନ୍ତି ପ୍ରଥମ ଭାରତୀୟ ଅଭିନେତ୍ରୀ ଯିଏ ପାକିସ୍ତାନର ଟିଭି ସୋ’ରେ କାମ କରିବେ। ସାରା ପାକିସ୍ତାନୀ କଳାକାର ନୂର ହସନଙ୍କ ସହିତ କାମ କରିବେ ଏବଂ […]

sara-khan

Rakesh Mallick
  • Published: Wednesday, 27 July 2016
  • , Updated: 27 July 2016, 11:15 PM IST

ମୁମ୍ବାଇ: ସାରା ଖାନ୍‌ ଭାରତୀୟ ଟିଭି ଇଣ୍ଡଷ୍ଟ୍ରୀର ଜଣେ ଚର୍ଚ୍ଚିତ ଚେହେରା। ଷ୍ଟାରପ୍ଲସର ସିରିୟଲ ‘ବିଦାଇ’ ରୁ ନିଜର ଅଭିନୟ ଜୀବନ ଆରମ୍ଭ କରିଥିବା ସାରା ଏପର୍ଯ୍ୟନ୍ତ ଅନେକ ହିଟ୍‌ ଟିଭି ସୋ’ରେ କାମ କରି ସାରିଛନ୍ତି। କିନ୍ତୁ ଏବେ ସାରା ପାକିସ୍ତାନୀ ଟିଭି ସୋ’ କରିବାକୁ ଯାଉଛନ୍ତି। ସାରା ହେଉଛନ୍ତି ପ୍ରଥମ ଭାରତୀୟ ଅଭିନେତ୍ରୀ ଯିଏ ପାକିସ୍ତାନର ଟିଭି ସୋ’ରେ କାମ କରିବେ।

ସାରା ପାକିସ୍ତାନୀ କଳାକାର ନୂର ହସନଙ୍କ ସହିତ କାମ କରିବେ ଏବଂ ଏହି ସୋ’ ଏଆରୱାଇ ଡିଜିଟାଲରେ ପ୍ରସାରିତ ହେବ। ଏପର୍ଯ୍ୟନ୍ତ ଅନେକ ପାକିସ୍ତାନୀ କଳାକାର ଫୱଦ ଖାନ୍‌, ମାହିରା ଖାନ୍‌, ମାୱରା ହୋକେନ ବଲିଉଡରେ ପ୍ରବେଶ କରିଛନ୍ତି। କିନ୍ତୁ ସାରା ପାକିସ୍ତାନରେ ଡେବ୍ୟୁ କରୁଥିବା ପ୍ରଥମ ଭାରତୀୟ ଅଭିନେତ୍ରୀ।

Related story