ରିଲିଜ ହେଲା ରାହତ୍ ଫତେ ଅଲ୍ଲୀ ଖାନ୍‌ଙ୍କ ରୋମାଣ୍ଟିକ ଟ୍ରାକ ‘ସାୱଁରେ’

ମୁମ୍ବାଇ: ରିଲିଜ ହେଲା ରାହତ୍ ଫତେ ଅଲ୍ଲୀ ଖାନ୍‌ଙ୍କ ରୋମାଣ୍ଟିକ ଗୀତ ‘ସାୱଁରେ’। ଏହି ଗୀତରେ ଅଭିନେତା କୁନାଲ ଖେମୁ ଓ ୨୦୧୫ ମିସ୍‌ ଇଣ୍ଡିଆ ଗ୍ରାଣ୍ଡ୍‌ ଇଣ୍ଟରନାସନାଲର ବିଜେତା ଭାର୍ତୀକା ସିଂ ନଜର ଆସିଛନ୍ତି।

ଏହି ଗୀତର ସୁଟିଂ କାମ ଲକ୍ଷ୍ନୌରେ କରାଯାଇଛି। କୁନାଲ ଏହି ଗୀତରେ ଭାରତୀୟ ସେନାର ଜଣେ ଅଧିକାରୀ ଭାବେ ନଜର ଆସିଛନ୍ତି। ଏହି ଗୀତକୁ ଅନୁପମା ରଗ ଅତି ସୁନ୍ଦର ଭାବେ ଲେଖିଛନ୍ତି। ଗୀତ ସଂପର୍କରେ କୁନାଲ କହିଛନ୍ତି, “ମୁଁ ଏଭଳି ଏକ ସୁନ୍ଦର ଗୀତରେ ଅଭିନୟ କରିବାର ସୁଯୋଗ ପାଇ ବହୁତ ଖୁସି। ଜଣେ ଯବାନଙ୍କ କିଭଳି ନିଜର ପ୍ରେମ ସଂପର୍କ ଓ ପରିବାରର ଦାୟିତ୍ୱରେ ସନ୍ତୁଳନ ରକ୍ଷା କରିପାରୁଛି ତାହାକୁ ନେଇ ଗୀତର କାହାଣୀ ହୋଇଛି”।