ଶର୍ଲିନଙ୍କ ଟାର୍ଗେଟରେ ଶିଳ୍ପା, କହିଲେ- ସାଷ୍ଟାଙ୍ଗ ଦଣ୍ଡବତ କରିବା ସହଜ, ହେଲେ…

ମୁମ୍ବାଇ: ସୋଶାଲ ମିଡିଆରେ ଶର୍ଲିନଙ୍କ ଗୋଟିଏ ପରେ ଗୋଟିଏ ପୋଷ୍ଟ ରାଜ କୁନ୍ଦ୍ରାଙ୍କ ଅଡ଼ୁଆ ବଢ଼ାଇ ଦେଉଥିବା ବେଳେ ଏଥର ଶିଳ୍ପାଙ୍କୁ ଟାର୍ଗେଟ କରିଛନ୍ତି  ଶର୍ଲିନ ।  ନାଁ ନ ନେଇ ସୋଶାଲ ମିଡିଆରେ ଶିଳ୍ପାଙ୍କୁ ପ୍ରବଳ ସମଲୋଚନା  କରିଛନ୍ତି ଶର୍ଲିନ ।

ଶର୍ଲିନ ଟ୍ୱିଟରେ ଅପଲୋଡ କରିଥିବା ଭିଡିଓରେ କହିଛନ୍ତି, “ମଞ୍ଚରେ ବସି ସାଷ୍ଟାଙ୍ଗ ପ୍ରଣିପାତ କରିବା, ରାଣୀ ଲକ୍ଷୀବାଈଙ୍କ ବିଷୟରେ କଥା କହିବା ବହୁତ ସହଜ । ଯାହାର କଳା ଆପଣଙ୍କୁ ଭଲ ଲାଗୁଛି,  ଟିଭିରେ  ତାକୁ ସାଷ୍ଟାଙ୍ଗ ପ୍ରଣାମ କରୁଛନ୍ତି । ହେଲେ କେବେ ଭୂମିକୁ ଛୁଅନ୍ତୁ। ରିଲ୍‌ ଲାଇଫ୍‌ରୁ ବାହାରି ବାସ୍ତବ ଦୁନିଆକୁ ଆସନ୍ତୁ। ପୀଡିତ ମହିଳା, ଛୋଟ ଛୁଆଙ୍କ ସହ ମିଶନ୍ତୁ, ତାଙ୍କ ଦୁଃଖ ବୁଝନ୍ତୁ । ତାଙ୍କ ପାଇଁ କିଛି କରନ୍ତୁ।  ନିଜ ବଙ୍ଗଳାରୁ, ପର୍ନ ଦୁନିଆରୁ ବାହାରି ଅନ୍ୟ ପାଇଁ କିଛି କରନ୍ତୁ। ବିଶ୍ୱାସ କରନ୍ତୁ, ସମଗ୍ର ଦୁନିଆ ଆପଣଙ୍କୁ ସାଷ୍ଟାଙ୍ଗ ଦଣ୍ଡବତ ପ୍ରଣାମ କରିବ ।”

ସୂଚନାଯୋଗ୍ୟ, ରାଜ କୁନ୍ଦ୍ରା ଜେଲ୍‌ରେ ଥିବା ବେଳେ ତାଙ୍କ ଅଡ଼ୁଆ ବଢ଼ାଇ ଦେଉଥିଲା ସୋଶାଲ ମିଡିଆରେ ଶର୍ଲିନଙ୍କ ଗୋଟିଏ ପରେ ଗୋଟିଏ ପୋଷ୍ଟ। ଶର୍ଲିନ ରାଜ୍‌ଙ୍କ ଉପରେ ବହୁ ସଙ୍ଗୀନ ଆରୋପ ଲଗାଇଥିବା ବେଳେ ପଚରାଉଚରା ନିମନ୍ତେ  ତାଙ୍କୁ  ମୁମ୍ବାଇ କ୍ରାଇମ୍‌ ବ୍ରାଞ୍ଚ ଡାକିଥିଲା।

  ରାଜ ହିଁ ତାଙ୍କୁ ଆଡଲ୍ଟ ଫିଲ୍ମ ଦୁନିଆକୁ ଠେଲିଥିଲେ ବୋଲି କହିଥିଲେ ଶର୍ଲିନ। ଏପରିକି ମନରେ ବିଶ୍ୱାସ ଜଣାଇବା ଲାଗି ରାଜ ପ୍ରଥମେ ତାଙ୍କୁ ଏକ ଭଲ ଫିଲ୍ମର ଅଫର କରିଥିଲେ। ମାତ୍ର ଏହାପରେ ଆଡଲ୍ଟ କଣ୍ଟେଣ୍ଟ ପାଇଁ କାମ କରିବାକୁ ବାଧ୍ୟ କରିଥିଲେ। ଏହାପରେ ରାଜ ନିଜ ଆପ୍‌ ହଟସଟ୍ସ ପାଇଁ ମଧ୍ୟ କାମ କରିବାକୁ ଶର୍ଲିନଙ୍କ ଉପରେ ଚାପ ପକାଇଥିଲେ। କିନ୍ତୁ ଏଥିନିମନ୍ତେ ଶର୍ଲିନ ସଫା ସଫା ମନା କରି ଦେଇଥିବା କହିଥିଲେ।

ଏହାବାଦ ଶର୍ଲିନଙ୍କ ଆଣିଥିବା ଆଉ ଏକ ଅଭିଯୋଗ ଅନୁଯାୟୀ, ୨୦୧୯ ମସିହାରେ ଥରେ ଅଚାନକ ରାଜ୍‌ ତାଙ୍କ ଘରକୁ ଆସିଥିଲେ। ଏହାପରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହାପରେ ରାଜ ତାଙ୍କୁ ଜବରଦସ୍ତି କିସ୍‌ କରିବାକୁ ଚେଷ୍ଟା କରିଥିଲେ। ମାତ୍ର ଶର୍ଲିନ ଏହାକୁ ବିରୋଧ କରିବା ସହ   ବିବାହିତ ପୁରୁଷଙ୍କ ସହ କୌଣସି ସମ୍ପର୍କ ରଖିବାକୁ ଚାହୁଁ ନ ଥିବା କହିଥିଲେ। ମାତ୍ର ଏହାର ଉତ୍ତରରେ ଶିଳ୍ପାଙ୍କ ସହ କଠିନ ସମୟ ଦେଇ ଗତି କରୁଥିବା କହିଥିଲେ ରାଜ୍‌ ।  ଏହି ମାମଲାରେ ଶର୍ଲିନ ନିଜ ଆଡ଼ୁ ପୁଲିସ୍‌କୁ ସବୁ ତଥ୍ୟ ଦେଇ ନିଜ ବୟାନ ରେକର୍ଡ କରାଇଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।