୧୦ କୋଟି ଟଙ୍କାର ବିଜ୍ଞାପନ ଅଫର୍‌କୁ ପ୍ରତ୍ୟାଖ୍ୟାନ କଲେ ଶିଳ୍ପା

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ନିଜ ଫିଟ୍‌ନେସ୍‌ ପ୍ରତି ବିଶେଷ ଧ୍ୟାନ ଦିଅନ୍ତି। ଖାଦ୍ୟପେୟ ପ୍ରତି ଯତ୍ନବାନ ହେବା ସହିତ ପ୍ରତିଦିନ ବ୍ୟାୟାମ ଓ ଯୋଗ କରନ୍ତି। ସୋଶାଲ୍‌ ମିଡିଆରେ ସେ ତାଙ୍କ ଫିଟ୍‌ନେସ୍ ସିକ୍ରେଟ୍ ଶେଆର୍ କରନ୍ତି। ନିକଟରେ ଶିଳ୍ପା ତାଙ୍କର ଏକ ଫିଟ୍‌ନେସ୍ ଆପ୍‌ ମଧ୍ୟ ଲଞ୍ଚ୍ କରିଛନ୍ତି। ଫିଟ୍‌ନେସ୍ କ୍ଷେତ୍ରରେ ସେ କୌଣସି କମ୍ପ୍ରୋମାଇଜ୍ କରୁ ନଥିବା ବେଳେ ଏନେଇ ସେ ଲୋକଙ୍କୁ ବି ବିଭ୍ରାନ୍ତ କରିବା ପାଇଁ ଚାହାନ୍ତି ନାହିଁ। […]

shilpa

shilpa

Chinmayee Roy
  • Published: Sunday, 18 August 2019
  • Updated: 18 August 2019, 03:26 PM IST

Sports

Latest News

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ନିଜ ଫିଟ୍‌ନେସ୍‌ ପ୍ରତି ବିଶେଷ ଧ୍ୟାନ ଦିଅନ୍ତି। ଖାଦ୍ୟପେୟ ପ୍ରତି ଯତ୍ନବାନ ହେବା ସହିତ ପ୍ରତିଦିନ ବ୍ୟାୟାମ ଓ ଯୋଗ କରନ୍ତି। ସୋଶାଲ୍‌ ମିଡିଆରେ ସେ ତାଙ୍କ ଫିଟ୍‌ନେସ୍ ସିକ୍ରେଟ୍ ଶେଆର୍ କରନ୍ତି। ନିକଟରେ ଶିଳ୍ପା ତାଙ୍କର ଏକ ଫିଟ୍‌ନେସ୍ ଆପ୍‌ ମଧ୍ୟ ଲଞ୍ଚ୍ କରିଛନ୍ତି। ଫିଟ୍‌ନେସ୍ କ୍ଷେତ୍ରରେ ସେ କୌଣସି କମ୍ପ୍ରୋମାଇଜ୍ କରୁ ନଥିବା ବେଳେ ଏନେଇ ସେ ଲୋକଙ୍କୁ ବି ବିଭ୍ରାନ୍ତ କରିବା ପାଇଁ ଚାହାନ୍ତି ନାହିଁ। ଖାସ୍‌ ସେଥିପାଇଁ ତ ସେ ନିକଟରେ ଏକ ୧୦ କୋଟି ଟଙ୍କାର ବିଜ୍ଞାପନ ଅଫର୍‌କୁ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି।

ସୂଚନା ଅନୁଯାୟୀ, ଶିଳ୍ପାଙ୍କୁ ଏକ କମ୍ପାନୀ ଆୟୁର୍ବେଦିକ୍ ସ୍ଲିମିଂ ପିଲ୍‌ (ପତଳା ହେବାକୁ ବଟିକା)ର ବିଜ୍ଞାପନ କରିବାକୁ ଅଫର୍ ଦେଇଥିଲା। ଏଥିପାଇଁ କମ୍ପାନୀ ତାଙ୍କୁ ୧୦ କୋଟି ଟଙ୍କା ଯାଚି ଥିଲା। ହେଲେ ଶିଳ୍ପା ଏହି ଅଫର୍‌କୁ ବିନମ୍ରତାର ସହ ପ୍ରତ୍ୟାଖ୍ୟାନ କରି ଦେଇଥିଲେ।

ଶିଳ୍ପା କହିଛନ୍ତି ଯେ, ସେ ଏପରି କୌଣସି ଜିନିଷର ବିଜ୍ଞାପନ କରିବେ ନାହିଁ ଯାହା ଉପରେ ସେ ନିଜେ ବିଶ୍ୱାସ କରନ୍ତି ନାହିଁ। ଯେକୌଣସି ସ୍ଲିମିଂ ପିଲ୍‌ ଲୋକଙ୍କୁ କମ୍‌ ସମୟରେ ପ୍ରଭାବ ଦେଖାଇବାର ଲୋଭ ଦେଖାଏ। ହେଲେ ଏକ ସନ୍ତୁଳିତ ଜୀବନଶୈଳୀ ଓ ଖାଦ୍ୟପେୟରେ ଯେଉଁ ଗର୍ବ ଅନୁଭବ ହୁଏ, ତା’ର ମୁକାବିଲା  ଆଉ କେହି କରିପାରିବେ ନାହିଁ।

ସୂଚନାଯୋଗ୍ୟ, ଶିଳ୍ପା ଶେଷଥର ପାଇଁ ଫିଲ୍ମ ‘ଅପ୍‌ନେ’ରେ ଅଭିନୟ କରିଥିଲେ। ଏହାପରେ କିଛି  ଫିଲ୍ମରେ ତାଙ୍କୁ ଅତିଥି କଳାକାର ଭାବେ ଦେଖିବାକୁ ମିଳିଛି। ତେବେ ପାଖାପାଖି ୧୨ ବର୍ଷ ପରେ ଶିଳ୍ପା ପୁଣିଥରେ ବଲିଉଡ୍‌କୁ କମ୍‌ବ୍ୟାକ୍‌ କରୁଛନ୍ତି। ଖୁବ୍‌ଶୀଘ୍ର ସେ ସବୀର ଖାନ୍‌ଙ୍କ ଫିଲ୍ମ ‘ନିକମ୍ମା’ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିବେ। ଅବଶ୍ୟ ବଡ଼ ପରଦା ନ ହେଲେ ବି ଛୋଟ ପରଦାରେ ଏସବୁ ବର୍ଷଗୁଡ଼ିକରେ ସେ ଖୁବ୍ ସକ୍ରିୟ ଥିଲେ। ବିଭିନ୍ନ ରିଆଲିଟି ଶୋ’ରେ ତାଙ୍କୁ ଜଜ୍‌ ଭୂମିକାରେ ଦେଖିବାକୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos