ମୁମ୍ବାଇ:‘ମୋତେ କାମ ଦରକାର, କାମ ଦିଅ ।’ ସୁନ୍ଦରୀ ଶିଳ୍ପାଙ୍କ ଗୁହାରୀ ଶୁଣିଲେନି ନିର୍ଦ୍ଦେଶକ ରୋହିତ ସେଟ୍ଟି। ଶେଷରେ ରାଗି ପାଚି ଲାଲ ହୋଇ ଯାଇଥିବା ଶିଳ୍ପା ରୋହିତଙ୍କ ହାତରେ ଏକ କାଚ ବୋତଲ ଭାଙ୍ଗି ଦେଲେ। ଏତିକିରେ ଶାନ୍ତି ହେଲାନି ତାଙ୍କ ରାଗ । ଆତା ମାଝି ସଟକ ଲେ, ପଙ୍ଗା ନେହିଁ ଲେନେ କା ବୋଲି କହିବାକୁ ବି ପଛାଇଲେ ନାହିଁ। ‘ଇଣ୍ଡିଆଜ ଗଟ୍ ଟାଲେଣ୍ଟ’ ସେଟ୍ର ଏପରି ଏକ ଭିଡିଓ ଶିଳ୍ପା ନିଜ ଇନଷ୍ଟାଗ୍ରାମରେ ଛାଡ଼ିବା ପରେ ଏହା ବେଶ୍ ଭାଇରାଲ ହେବାରେ ଲାଗିଛି।
୪୦ ବର୍ଷ ପରେ ବି ନିଜ ଜଲୱାରେ ଅନ୍ୟକୁ ଦିବାନା କରୁଥିବା ଶିଳ୍ପା ଏବେ ସେ ଇଣ୍ଡିଆଜ ଗଟ୍ ଟାଲେଣ୍ଟର ଜଜ୍ ସିଟ୍ରେ ବସିଛନ୍ତି। ଏହି ଶୋ’ରେ ଗ୍ଲାମରର ତଡ଼କା ମାରୁଥିବା ଶିଳ୍ପା ଖୁବ୍ ଏଣ୍ଟରଟେନ ବି କରୁଛନ୍ତି।
[caption id="attachment_717732" align="aligncenter" width="650"]
କିଛି ଦିନ ପୂର୍ବେ ଏହି ଶୋ’ର ଗୋଟିଏ ଏପିସୋଡକୁ ବଲିଉଡର ଡାଇରେକ୍ଟର ରୋହିତ ସେଟ୍ଟୀ ଗେଷ୍ଟ ହିସାବରେ ପହଞ୍ଚିଥିଲେ। ଏହି ସେଟ୍ରେ ରାପର ବାଦଶାହଙ୍କ ସହ ଗପରେ ମଜ୍ଜି ଯାଇଥିବା ରୋହିତଙ୍କୁ ଶିଳ୍ପାଙ୍କ ଡାକ ଶୁଭି ନ ଥିଲା। ଏଥିରେ ରାଗି ଯାଇ ରୋହିତଙ୍କ ହାତରେ ଏକ କାଚ ବୋତଲରେ ପିଟି ଦେଇଥିଲେ ଶିଳ୍ପା । ଫଳରେ ବୋତଲଟି ଭାଙ୍ଗି ଚୁରମାର ହୋଇଯାଇଥିଲା। ଏହାଦେଖି ରୋହିତ ଆଶ୍ଚର୍ଯ୍ୟ ହୋଇଯାଇଥିବା ବେଳେ ଆତା ମାଜି ସଟକ ଲେ, ମୋତେ ଫିଲ୍ମ ଦିଅ ବୋଲି କହିଥିଲେ ଶିଳ୍ପା। ଏହାର ଏକ ଭିଡିଓ ଶେଆର କରିଛନ୍ତି ଶିଳ୍ପା ।
[caption id="attachment_717733" align="aligncenter" width="650"]
ରୋହିତଙ୍କ ହାତରେ ବୋତଲ ଭାଙ୍ଗିବା ପରେ ଶିଳ୍ପା ଚିତ୍କାର କରି ମୋତେ ଫିଲ୍ମ ଦିଅ ବୋଲି କହିଲେ। । ଏଥିରେ ଆଶ୍ଚର୍ଯ୍ୟ ହୋଇ ତୁମେ କ’ଣ ପାଗଳ ବୋଲି ପଚାରିଲେ ରୋହିତ । ଏତିକିରେ ସରି ନ ଥିଲା ଶିଳ୍ପାଙ୍କ ଏଣ୍ଟରଟେନମେଣ୍ଟ ଶୋ’ । ଏହାପରେ ପାଗଲ ହେ, ପାଗଲ ହେ ଗୀତରେ ଡ୍ୟାନ୍ସ ବି କଲେ ସୁନ୍ଦରୀ ଶିଳ୍ପା।
View this post on Instagram
ଶିଳ୍ପା ଶେଷ ଥର ହଙ୍ଗାମା-୨ରେ ନଜର ଆସିଥିବା ବେଳେ ତାଙ୍କ ଆଗାମୀ ପ୍ରୋଜେକ୍ଟ ହେଉଛି ‘ସୁଖୀ’।