ଏହି କାରଣରୁ ଏୟାରପୋର୍ଟରେ ଦୁର୍ବ୍ୟବହାରର ଶିକାର ହେଲେ ଶିଳ୍ପା ସେଟ୍ଟି

ମୁମ୍ବାଇ: ବଲିଉଡ୍‌ ବିୟୁଟି ଶିଳ୍ପା ସେଟ୍ଟି ବିଦେଶରେ ବର୍ଣ୍ଣବୈଷମ୍ୟବାଦର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି। ନିଜ ସୋଶାଲ୍‌ ମିଡିଆ ସାଇଟ୍‌ ଇନ୍‌ଷ୍ଟାଗ୍ରାମ୍‌ରେ ନିଜେ ଶିଳ୍ପା ଏହି ସୂଚନା ଦେଇଛନ୍ତି। ଶିଳ୍ପାଙ୍କ ସୂଚନା ଅନୁଯାୟୀ, ମେଲ୍‌ବର୍ଣ୍ଣ ଯାତ୍ରା କରୁଥିବାବେଳେ ସିଡ୍‌ନୀ ଏୟାର୍‌ପୋର୍ଟରେ ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରାଯାଇଥିଲା। ସିଡ୍‌ନୀ ଏୟାର୍‌ପୋର୍ଟ୍‌ର କିଛି ଅଧିକାରୀ ତାଙ୍କୁ ଜାଣିଶୁଣି ଦୁର୍ବ୍ୟବହାର କରିଥିବା ଶିଳ୍ପା ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଲେଖିଛନ୍ତି। ରବିବାରର ଏହି ଘଟଣା ତାଙ୍କୁ ମାନସିକ ସ୍ତରରେ ଆଘାତ ଦେଇଛି ବୋଲି ସେ […]

shilpa-sethy

shilpa-sethy

Chinmayee Roy
  • Published: Monday, 24 September 2018
  • Updated: 24 September 2018, 09:47 AM IST

Sports

Latest News

ମୁମ୍ବାଇ: ବଲିଉଡ୍‌ ବିୟୁଟି ଶିଳ୍ପା ସେଟ୍ଟି ବିଦେଶରେ ବର୍ଣ୍ଣବୈଷମ୍ୟବାଦର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି। ନିଜ ସୋଶାଲ୍‌ ମିଡିଆ ସାଇଟ୍‌ ଇନ୍‌ଷ୍ଟାଗ୍ରାମ୍‌ରେ ନିଜେ ଶିଳ୍ପା ଏହି ସୂଚନା ଦେଇଛନ୍ତି।

ଶିଳ୍ପାଙ୍କ ସୂଚନା ଅନୁଯାୟୀ, ମେଲ୍‌ବର୍ଣ୍ଣ ଯାତ୍ରା କରୁଥିବାବେଳେ ସିଡ୍‌ନୀ ଏୟାର୍‌ପୋର୍ଟରେ ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରାଯାଇଥିଲା।
ସିଡ୍‌ନୀ ଏୟାର୍‌ପୋର୍ଟ୍‌ର କିଛି ଅଧିକାରୀ ତାଙ୍କୁ ଜାଣିଶୁଣି ଦୁର୍ବ୍ୟବହାର କରିଥିବା ଶିଳ୍ପା ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଲେଖିଛନ୍ତି। ରବିବାରର ଏହି ଘଟଣା ତାଙ୍କୁ ମାନସିକ ସ୍ତରରେ ଆଘାତ ଦେଇଛି ବୋଲି ସେ ଉଲ୍ଲେଖ କରିଛନ୍ତି।

https://www.instagram.com/p/BoDOpZLhxBH/?utm_source=ig_web_copy_link

ଶିଳ୍ପାଙ୍କ ସୂଚନା ଅନୁଯାୟୀ, ସିଡ୍‌ନୀ ଏୟାର୍‌ପୋର୍ଟର ଚେକ୍‌ ଇନ୍ କାଉଣ୍ଟର୍‌ରେ ତାଙ୍କ ଲଗେଜ୍‌ ବ୍ୟାଗ୍‌କୁ 'ଓଭର୍‌ସାଇଜ୍‌' ଦର୍ଶାଇ କ୍ୟାବିନ୍‌ରେ ରଖିବାକୁ ପ୍ରଥମେ ଅନୁମତି ଦିଆ ଯାଇନଥିଲା। ପରେ ଏହାକୁ ଅନ୍ୟ ଏକ କାଉଣ୍ଟର୍‌କୁ ଚେକ୍‌ ଇନ୍‌ ପାଇଁ ପଠାଯାଇଥିଲା। କିନ୍ତୁ ସେହି କାଉଣ୍ଟର୍‌ରେ ଥିବା ଷ୍ଟାଫ୍‌ ଶିଳ୍ପାଙ୍କ ବ୍ୟାଗ୍‌କୁ 'ଓଭର୍‌ସାଇଜ୍‌' ହୋଇ ନଥିବା କହି ଫେରାଇ ଦେଇଥିଲେ। ଏହା ସେତେବେଳେ ଘଟିଥିଲା, ଯେତେବେଳେ ଲଗେଜ୍‌ ଚେକ୍‌ ଇନ୍‌ର ଅବଧି ଶେଷ ହେବ ପାଇଁ ଆଉ ମାତ୍ର ୫ ମିନିଟ୍‌ ସମୟ ବାକି ଥିଲା। ତେବେ ଦ୍ୱିତୀୟ କାଉଣ୍ଟର୍‌ ବ୍ୟାଗ୍‌କୁ 'ଓଭର୍‌ସାଇଜ୍‌' ନୁହେଁ କହି ଫେରାଇ ଦେବା ପରେ ଶିଳ୍ପା ତାଙ୍କ ଲଗେଜ୍‌ ବ୍ୟାଗ୍‌କୁ କ୍ୟାବିନ୍‌ରେ ରଖିବାକୁ ପୁଣିଥରେ ଅନୁରୋଧ କରିଥିଲେ ଏବଂ ଏନେଇ ଦ୍ୱିତୀୟ କାଉଣ୍ଟର୍‌ର କ୍ଲିୟରାନ୍ସ୍‌ ଥିବା କଥା ମଧ୍ୟ ସଂପୃକ୍ତ ଷ୍ଟାଫଙ୍କୁ ଜଣାଇଥିଲେ। ଏସବୁ ସତ୍ତ୍ୱେ ସେହି ଷ୍ଟାଫ୍‌ ରାଜ୦ଇ ନହେବାରୁ ଏଥିପାଇଁ ଶିଳ୍ପାଙ୍କୁ ବହୁ ହଇରାଣ ହେବାକୁ ପଡ଼ିଥିଲା।

ବର୍ଣ୍ଣବୈଷମ୍ୟବାଦର ଶିକାର ହୋଇଥିବା ଅଭିଯୋଗ ସହ ଶିଳ୍ପା ବିବାଦ ଘେରକୁ ଆସିଥିବା ବ୍ୟାଗ୍‌ ସହ ନିଜର ଏକ ଫଟୋ ମଧ୍ୟ ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର୍‌ କରିଛନ୍ତି। ଏଥିରେ ସେ ଫ୍ୟାନ୍‌ମାନଙ୍କୁ ପ୍ରଶ୍ନ କରିଛନ୍ତି ଯେ କ’ଣ ସତରେ ଏହି ବ୍ୟାଗ୍‌ଟି ଏତେ ବଡ଼ ଥିଲା, ଯାହାକୁ ବିମାନରେ ନିଆଯାଇ ପାରିବ ନାହିଁ। ଶିଳ୍ପାଙ୍କ କହିବା ଅନୁସାରେ, ବ୍ୟାଗ୍‌ର ଆକାର ଛୋଟ ଓ ଏହାର ଓଜନ କମ୍ ଥିବା ସତ୍ତ୍ୱେ ଜାଣିଶୁଣି  ତାଙ୍କ ସହିତ ଏୟାରପୋର୍ଟରେ ଖରାପ ବ୍ୟବହାର କରାଯାଇଥିଲା।

ପୂର୍ବରୁ ଥରେ ୨୦୦୭ ମସିହାରେ ଏକ ଟିଭି ଶୋ’ ‘ବିଗ୍‌ ବ୍ରଦର୍‌’ରେ ମଧ୍ୟ ଶିଳ୍ପା ବର୍ଣ୍ଣବୈଷମ୍ୟବାଦର ଶିକାର ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos