ମିକାଙ୍କ ସପକ୍ଷରେ ବାହାରିଲେ ଜଣେ ଅଭିନେତ୍ରୀ: କହିଲେ, ‘ମୁଁ ବି ପାକିସ୍ତାନରେ ଶୋ' କରିବି’

ମୁମ୍ବାଇ: ନିକଟରେ ପାକିସ୍ତାନରେ ଗୀତ ଗାଇ ବଲିଉଡ୍ ଗାୟକ ମିକା ସିଂହ ଖୁବ୍ ଅପଦସ୍ତ ହୋଇଥିଲେ। ବିଭିନ୍ନ ବର୍ଗର ଲୋକେ ତାଙ୍କୁ ସମାଲୋଚନା କରିଥିବା ବେଳେ ଅଲ୍‌ ଇଣ୍ଡିଆ ସିନେ ୱାର୍କର୍ସ ଆସୋସିଏସନ୍ (AICWA) ଏବଂ ଫେଡେରେସନ୍‌ ଅଫ୍‌ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲଇଜ୍‌ (FWICE) ତାଙ୍କ ଉପରେ ବ୍ୟାନ୍ ଜାରି କରି ଦେଇଥିଲେ। ଅବଶ୍ୟ ମିକା ନିଜର ଭୁଲ ସ୍ୱୀକାର କରି କ୍ଷମା ମାଗିବା ପରେ ତାଙ୍କ ଉପରୁ ବ୍ୟାନ୍ ହଟାଇ ଦିଆଯାଇଛି। ତେବେ ଟେଲିଭିଜନ୍ […]

mika

mika

Chinmayee Roy
  • Published: Saturday, 24 August 2019
  • Updated: 24 August 2019, 03:58 PM IST

Sports

Latest News

ମୁମ୍ବାଇ: ନିକଟରେ ପାକିସ୍ତାନରେ ଗୀତ ଗାଇ ବଲିଉଡ୍ ଗାୟକ ମିକା ସିଂହ ଖୁବ୍ ଅପଦସ୍ତ ହୋଇଥିଲେ। ବିଭିନ୍ନ ବର୍ଗର ଲୋକେ ତାଙ୍କୁ ସମାଲୋଚନା କରିଥିବା ବେଳେ ଅଲ୍‌ ଇଣ୍ଡିଆ ସିନେ ୱାର୍କର୍ସ ଆସୋସିଏସନ୍ (AICWA) ଏବଂ ଫେଡେରେସନ୍‌ ଅଫ୍‌ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲଇଜ୍‌ (FWICE) ତାଙ୍କ ଉପରେ ବ୍ୟାନ୍ ଜାରି କରି ଦେଇଥିଲେ। ଅବଶ୍ୟ ମିକା ନିଜର ଭୁଲ ସ୍ୱୀକାର କରି କ୍ଷମା ମାଗିବା ପରେ ତାଙ୍କ ଉପରୁ ବ୍ୟାନ୍ ହଟାଇ ଦିଆଯାଇଛି। ତେବେ ଟେଲିଭିଜନ୍ ଅଭିନେତ୍ରୀ ଶିଳ୍ପା ଶିନ୍ଦେ ଏବେ ମିକାଙ୍କ ସପକ୍ଷରେ ବାହାରିଛନ୍ତି ଓ ପାକିସ୍ତାନ ଯାଇ ଶୋ’ କରିବେ ବୋଲି କହିଛନ୍ତି।

https://twitter.com/Spotboye/status/1164940117074743298

ଟ୍ୱିଟର୍‌ରେ ଏକ ଭିଡିଓ ଶେଆର୍ କରି ଶିଳ୍ପା କହିଛନ୍ତି, “ଯଦି ମୋ ଦେଶ ମୋତେ ଭିଜା ଦେଉଛି ଓ ତାଙ୍କ ଦେଶ ମୋର ସ୍ୱାଗତ କରୁଛି, ତା’ହେଲେ ମୁଁ ନିଶ୍ଚିତ ପାକିସ୍ତାନ ଯିବି ଓ ଜଣେ କଳାକାର ହୋଇଥିବା ଦୃଷ୍ଟିରୁ ସେଠାରେ ମୁଁ ପର୍ଫମ୍‌ କରିବି। ଏହା ମୋର ହକ୍‌। ମୋତେ କେହି ଅଟକାଇ ପାରିବେ ନାହିଁ। ଜଣେ କଳାକାର ଉପରେ ଆପଣ ଏଭଳି ଭାବେ ବ୍ୟାନ୍‌ ଲଗାଇପାରିବେ ନାହିଁ। ମୋତେ ରୋଜଗାର ପାଇଁ କୌଣସି ମାଧ୍ୟମର ଆବଶ୍ୟକତା ନାହିଁ। ମୁଁ ରାସ୍ତା ଉପରେ ଷ୍ଟେଜ୍‌ ତିଆରି କରି ସେଠି ପର୍ଫମ କରି ଟଙ୍କା ରୋଜଗାର କରିପାରିବି। ମୁଁ କାହାକୁ ଡରେ ନାହିଁ। କାହା ବାପା ବି ମୋତେ ଅଟକାଇପାରିବେ ନାହିଁ। ମିକା ସିଂହଙ୍କୁ ଅତ୍ୟାଚାର କରି ବଳପୂର୍ବକ କ୍ଷମା ମାଗିବାକୁ କୁହାଯାଇଛି।”

https://twitter.com/Spotboye/status/1164940893272584194

ସେ ଆହୁରି କହିଛନ୍ତି, “ମିକା ସିଂହଙ୍କ ଉପରେ ବ୍ୟାନ୍‌ ଲଗାଇଥିବା ଫେଡେରେସନ୍‌ ପରି ୫୦ ଫେଡେରେସନ୍‌ ରହିଛି। ସମସ୍ତଙ୍କୁ କେବଳ ଟଙ୍କା ଦରକାର। ମିକାଙ୍କର ସାରା ଦୁନିଆରେ ଲଗାତାର ଭାବେ ଶୋ’ ଚାଲିଥାଏ। ଗୋଟିଏ ଶୋ’ ବନ୍ଦ ହେଲେ ଅନେକ କ୍ଷତି ହୋଇଥାଏ, ସେଥିପାଇଁ ଜାଣିଶୁଣି ଏସବୁ କରାଯାଇଛି। ମୋର ମଧ୍ୟ ପାକିସ୍ତାନରେ ବହୁତ ଫ୍ୟାନ୍‌ମାନେ ଅଛନ୍ତି। ମୁଁ ପାକିସ୍ତାନୀ ପୋଷାକ ପିନ୍ଧେ। ସେମାନେ ମୋତେ ସେଠାରୁ କୋରିଅର ପଠାନ୍ତି। ମୁଁ ସେମାନଙ୍କୁ କୋରିଅର ପଠାଏ। ଏଥିରେ ଭୁଲ୍‌ କେଉଁଠି ରହିଲା?”

ଶେଷରେ ଶିଳ୍ପା କହିଛନ୍ତି, ”ନିଜ ଦେଶର ଲୋକଙ୍କ ଉପରେ ଅତ୍ୟାଚାର କଲେ କ’ଣ ହେବ? ଆମ ଭାରତୀୟଙ୍କ ହୃଦୟ ବହୁତ ବଡ଼। ହିନ୍ଦୁସ୍ତାନ-ପାକିସ୍ତାନ୍‌ ନାଁରେ କଳି ଝଗଡ଼ା କରିବାର କୌଣସି ଅର୍ଥ ନାହିଁ। ଭୁଲ୍‌ ଜିନିଷକୁ କେବେ ବି ସମର୍ଥନ କରନ୍ତୁ ନାହିଁ।”

୨୦୦୦ରୁ ୨୦୦୮ ପର୍ଯ୍ୟନ୍ତ ଷ୍ଟାର୍ ପ୍ଲସ୍‌ରେ ପ୍ରସାରିତ ଧାରାବାହିକ ‘ଭାବି’ରେ ଶିଳ୍ପା ଅଭିନୟ କରିଥିଲେ। ସେହିପରି ‘ଆଣ୍ଡ ଟିଭି’ରେ ପ୍ରସାରିତ ’ଭାବିଜୀ ଘର୍ ପର୍ ହେ’ ଧାରାବାହିକରେ ଅଙ୍ଗୂରି ଭାବି ଭୂମିକାରେ ଅଭିନୟ କରି ସେ ବେଶ୍ ପ୍ରଶଂସା ଗୋଟାଇଛନ୍ତି। ୨୦୧୭ରେ ସେ ‘ବିଗ୍‌ ବସ୍‌’ରେ ଭାଗ ନେଇଥିଲେ ଓ ବିଜୟୀ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story