‘ଶିବାୟ’ର ନୂଆ ପୋଷ୍ଟର ରିଲିଜ୍

ମୁମ୍ବାଇ: ଅଜୟ ଦେବଗନଙ୍କ ଆଗାମୀ ଫିଲ୍ମ ‘ଶିବାୟ’ର ଏକ ନୂଆ ପୋଷ୍ଟର ଆସିଛି। ଅଜୟ ଏହି ପୋଷ୍ଟରଟିକୁ ଟ୍ୱିଟ୍ ମଧ୍ୟ କରିଛନ୍ତି। ଏଥିରେ ସେ ଏକ ବରଫାବୃତ୍ତ ଅଞ୍ଚଳରେ ଆକ୍ସନ୍‌ରେ ଅଛନ୍ତି। ବରଫାବୃତ୍ତ ପାହାଡ଼ରେ ସେ ଚଢ଼ୁଥିବା ଦୃଶ୍ୟ ଏଥିରେ ରହିଛି। ବୁଲଗେରିଆରେ ଏହି ଦୃଶ୍ୟର ସୁଟିଂ ହୋଇଛି। ଅଜୟ ଦେବଗନଙ୍କୁ ଉଚ୍ଚ ସ୍ଥାନ ଭୟ ଲାଗେ। ତେବେ ‘ଶିବାୟ’ରେ ଅଭିନୟକୁ ଜୀବନ୍ତ କରିବା ପାଇଁ ସେ ବରଫାବୃତ୍ତ ଉଚ୍ଚ ପାହାଡ଼ ଚଢ଼ିବାକୁ ପଛାଇ ନାହାନ୍ତି। ନିକଟରେ […]

ajay

Rakesh Mallick
  • Published: Thursday, 02 June 2016
  • , Updated: 02 June 2016, 11:12 AM IST

ମୁମ୍ବାଇ: ଅଜୟ ଦେବଗନଙ୍କ ଆଗାମୀ ଫିଲ୍ମ ‘ଶିବାୟ’ର ଏକ ନୂଆ ପୋଷ୍ଟର ଆସିଛି। ଅଜୟ ଏହି ପୋଷ୍ଟରଟିକୁ ଟ୍ୱିଟ୍ ମଧ୍ୟ କରିଛନ୍ତି। ଏଥିରେ ସେ ଏକ ବରଫାବୃତ୍ତ ଅଞ୍ଚଳରେ ଆକ୍ସନ୍‌ରେ ଅଛନ୍ତି। ବରଫାବୃତ୍ତ ପାହାଡ଼ରେ ସେ ଚଢ଼ୁଥିବା ଦୃଶ୍ୟ ଏଥିରେ ରହିଛି। ବୁଲଗେରିଆରେ ଏହି ଦୃଶ୍ୟର ସୁଟିଂ ହୋଇଛି।

ଅଜୟ ଦେବଗନଙ୍କୁ ଉଚ୍ଚ ସ୍ଥାନ ଭୟ ଲାଗେ। ତେବେ ‘ଶିବାୟ’ରେ ଅଭିନୟକୁ ଜୀବନ୍ତ କରିବା ପାଇଁ ସେ ବରଫାବୃତ୍ତ ଉଚ୍ଚ ପାହାଡ଼ ଚଢ଼ିବାକୁ ପଛାଇ ନାହାନ୍ତି।

ନିକଟରେ ‘ଶିବାୟ’ର ଟିଜର ରିଲିଜ୍ ହୋଇଥିଲା। ସେଥିରେ ବି ଅଜୟ ଜବରଦସ୍ତ ଆକ୍ସନରେ ଥିଲେ। ଏଥିରୁ ଜଣାପଡୁଛି ଯେ ଫିଲ୍ମଟିରେ ଆକ୍ସନ୍ ଭର୍ତ୍ତି ହୋଇ ରହିଛି।

‘ଶିବାୟ’ ଦୀପାବଳିରେ ରିଲିଜ୍ ହେବ।

Related story