ସିଦ୍ଧାର୍ଥ କହିଲେ ସେ ଏବେ ବି ସିଙ୍ଗଲ୍‌, ହେଲେ...

ନୂଆଦିଲ୍ଲୀ: ସେଲିବ୍ରିଟିମାନଙ୍କର ଲଭ୍‌ ଲାଇଫ୍‌କୁ ନେଇ ସବୁବେଳେ ଚର୍ଚ୍ଚା ଲାଗି ରହିଥାଏ। କେଉଁ ସେଲିବ୍ରିଟି ସହିତ କାହାର ଚାଲିଛି ଆଫୟାର୍‌, କିଏ କାହାକୁ କରୁଛି ଡେଟ୍‌ , ଏ ସବୁ ମସାଲଦାର ଖବର ସିନେ ପ୍ରେମୀଙ୍କୁ ସବୁବେଳେ ଚର୍ଚ୍ଚାର ଖୋରାକ୍‌ ଯୋଗାଇ ଥାଏ। ଏ ନେଇ ଚର୍ଚ୍ଚା ସୋଶାଲ୍‌ ମିଡିଆରେ ମଧ୍ୟ ଦେଖିବାକୁ ମିଳେ। ନିକଟରେ ରୋମାଣ୍ଟିକ୍‌ ସିଦ୍ଧାର୍ଥ ମଲହୋତ୍ରାଙ୍କର ଲଭ୍‌ ଲାଇଫ୍‌କୁ ନେଇ ସୋଶାଲ୍‌ ମିଡିଆରେ ଆରମ୍ଭ ହୋଇଛି ଚର୍ଚ୍ଚା। ହେଲେ ସିଦ୍ଧାର୍ଥ ଅରାଜି। ସେ […]

siddharth

Puspanjali Panda
  • Published: Sunday, 23 September 2018
  • , Updated: 23 September 2018, 12:39 PM IST

ନୂଆଦିଲ୍ଲୀ: ସେଲିବ୍ରିଟିମାନଙ୍କର ଲଭ୍‌ ଲାଇଫ୍‌କୁ ନେଇ ସବୁବେଳେ ଚର୍ଚ୍ଚା ଲାଗି ରହିଥାଏ। କେଉଁ ସେଲିବ୍ରିଟି ସହିତ କାହାର ଚାଲିଛି ଆଫୟାର୍‌, କିଏ କାହାକୁ କରୁଛି ଡେଟ୍‌ , ଏ ସବୁ ମସାଲଦାର ଖବର ସିନେ ପ୍ରେମୀଙ୍କୁ ସବୁବେଳେ ଚର୍ଚ୍ଚାର ଖୋରାକ୍‌ ଯୋଗାଇ ଥାଏ।
ଏ ନେଇ ଚର୍ଚ୍ଚା ସୋଶାଲ୍‌ ମିଡିଆରେ ମଧ୍ୟ ଦେଖିବାକୁ ମିଳେ। ନିକଟରେ ରୋମାଣ୍ଟିକ୍‌ ସିଦ୍ଧାର୍ଥ ମଲହୋତ୍ରାଙ୍କର ଲଭ୍‌ ଲାଇଫ୍‌କୁ ନେଇ ସୋଶାଲ୍‌ ମିଡିଆରେ ଆରମ୍ଭ ହୋଇଛି ଚର୍ଚ୍ଚା। ହେଲେ ସିଦ୍ଧାର୍ଥ ଅରାଜି। ସେ କାଳେ ସେମିତି ନୁହଁନ୍ତି। ହେଲେ ଫ୍ୟାନ୍‌ମାନଙ୍କ ଟୁପୁରୁ ଟାପର ଥମିବାର ନାଁ ଧରୁନି।

ଆଲିଆ ଭଟ୍ଟ, ଜାକ୍‌ଲିନ୍‌ ଫର୍‌ନାଣ୍ଡିଜ୍‌ ଏବଂ କାଇରା ଆଡ୍‌ଭାନୀଙ୍କ ସହିତ ତାଙ୍କର ଆଫୟାର୍‌ ଚାଲିଛି ବୋଲି ଶୁଣିବାକୁ ମିଳିଥିଲା।
ଜାକ୍‌ଲିନ୍‌ଙ୍କୁ ସେ ଡେଟ୍‌ କରୁଥିବାର ଅଧିକ ମାତ୍ରାରେ ଶୁଣିବାକୁ ମିଳିଥିଲା। ଏହାକୁ ନେଇ ସେ କହିଥିଲେ, ଅଭିନେତାମାନଙ୍କୁ ବାହାରେ ତାଙ୍କର କୋଷ୍ଟାର୍‌ଙ୍କ ସହିତ ମସ୍ତିମଜା କରିବା ପାଇଁ ସମସ୍ୟା ଦେଖା ଯାଉଛି। ଯେ କେହି ବି ଏହାକୁ ଅତିରଞ୍ଜିତ କରି ଆଫୟାର୍‌ର ରୂପ ଦେଉଛନ୍ତି। ଏହିପରି ଗୁଜବକୁ ସାମ୍ନା କରିବା କଷ୍ଟକର ହୋଇ ପଡ଼ିଲାଣି ସେ କ୍ଷୋଭର ସହ କହିଥିଲେ।
ତେବେ ଏକ ଇଣ୍ଟରଭ୍ୟୁରେ ସିଦ୍ଧାର୍ଥଙ୍କୁ ଏହି ବିଷୟରେ ପଚରାଯିବାରୁ ସେ ଏହି କଥାକୁ ସିଧା ଏଡ଼ାଇ ଦେଇଥିଲେ। ବର୍ତ୍ତମାନ ସେ ଲଭ୍‌ ଅପେକ୍ଷା ନିଜର ଲକ୍ଷ୍ୟକୁ ହାସଲ କରିବା ପାଇଁ ପରିଶ୍ରମ କରୁଛନ୍ତି ବୋଲି କହିଥିଲେ।
ତାଙ୍କ ପରିବାରରେ ବିବାହ ପାଇଁ ଚାପ ଦେଉଥିଲେ ମଧ୍ୟ ସେ ଏବେ ବିବାହ କରିବାକୁ ଚାହୁଁନାହାନ୍ତି। ତାଙ୍କୁ ୪୦ ହେବା ପୂର୍ବରୁ ସେ ବିବାହ କରିବେ ବୋଲି କହିଛନ୍ତି।
ତାଙ୍କ କଥାରୁ ଲାଗିଲା ବର୍ତ୍ତମାନ ସେ ପ୍ରେମକୁ ନୁହେଁ କାମକୁ ପ୍ରାଥମିକତା ଦେଉଛନ୍ତି।

Related story