‘ଦ କପିଲ ଶର୍ମା ଶୋ’କୁ ବାଏ ବାଏ କଲେ ସିଦ୍ଧୁ!

ମୁମ୍ବାଇ: କପିଲ ଶର୍ମା ଓ ସୁନୀଲ ଗ୍ରୋଭରଙ୍କ ମଧ୍ୟରେ ଝଗଡ଼ା ହେବା ପରେ ‘ଦ କପିଲ ଶର୍ମା ଶୋ’ର ଟିଆର୍‌ପି  କମିଯାଇଛି। ଏହା ସହ ଶୋରେ ପୁରୁଣା  ଚେହେରାଗୁଡ଼ିକୁ ଆଉ ଦେଖିବାକୁ ମିଳୁନାହିଁ। ଏବେ ନବଜୋତ ସିଂ ସିଦ୍ଧୁ ମଧ୍ୟ ଶୋ ଛାଡ଼ି ଦେଇଥିବା ନେଇ ଆଲୋଚନା ହେଉଛି। ମିଳିଥିବା ଖବର ଅନୁଯାୟୀ, ସିଦ୍ଧୁ ଆଉ ଏହି ଶୋକୁ ଉପଭୋଗ କରିପାରୁନାହାନ୍ତି। ଶୋ ଏପରି ଅବସ୍ଥା ନେଇ ସେ ଖୁସି ନାହାନ୍ତି। ଏହି କାରଣରୁ ସୋନାକ୍ଷୀ ସିହ୍ନାଙ୍କ […]

sidhu

sidhu

Rakesh Mallick
  • Published: Monday, 10 April 2017
  • Updated: 10 April 2017, 09:01 AM IST

Sports

Latest News

ମୁମ୍ବାଇ: କପିଲ ଶର୍ମା ଓ ସୁନୀଲ ଗ୍ରୋଭରଙ୍କ ମଧ୍ୟରେ ଝଗଡ଼ା ହେବା ପରେ ‘ଦ କପିଲ ଶର୍ମା ଶୋ’ର ଟିଆର୍‌ପି  କମିଯାଇଛି। ଏହା ସହ ଶୋରେ ପୁରୁଣା  ଚେହେରାଗୁଡ଼ିକୁ ଆଉ ଦେଖିବାକୁ ମିଳୁନାହିଁ। ଏବେ ନବଜୋତ ସିଂ ସିଦ୍ଧୁ ମଧ୍ୟ ଶୋ ଛାଡ଼ି ଦେଇଥିବା ନେଇ ଆଲୋଚନା ହେଉଛି।

ମିଳିଥିବା ଖବର ଅନୁଯାୟୀ, ସିଦ୍ଧୁ ଆଉ ଏହି ଶୋକୁ ଉପଭୋଗ କରିପାରୁନାହାନ୍ତି। ଶୋ ଏପରି ଅବସ୍ଥା ନେଇ ସେ ଖୁସି ନାହାନ୍ତି। ଏହି କାରଣରୁ ସୋନାକ୍ଷୀ ସିହ୍ନାଙ୍କ ଏପିସୋଡରେ ତାଙ୍କୁ ଦେଖିବାକୁ ମିଳି ନ ଥିଲା। ସେ ସୁଟିଂ କରିବାକୁ ଆସି ନ ଥିଲେ। ପୂର୍ବରୁ ସୁନୀଲ ଗ୍ରୋଭରଙ୍କୁ ଶୋକୁ ଫେରି ଆସିବାକୁ କହୁଥିବା ସିଦ୍ଧୁ ଏବେ ନିଜେ ଶୋରୁ ଉଭାନ ହେବା ନେଇ ଅନେକ ଆଲୋଚନା ହେଉଛି। କୁହାଯାଉଛି ସେ କପିଲଙ୍କ ଶୋକୁ ବାଏ ବାଏ କରି ଦେଲେ।

ସୁନୀଲ ଗ୍ରୋଭର, ଅଲୀ ଅସଗର ଓ ଚନ୍ଦନ ପ୍ରଭାକର ‘ଦ କପିଲ ଶର୍ମା ଶୋ’  ଛାଡ଼ିଦେବା ପରେ ଶୋର ଟିଆରପି  କମି ଯାଇଛି।  ଫଳରେ ସଂପୃକ୍ତ ଚ୍ୟାନେଲ  ‘ଦ କପିଲ ଶର୍ମା ଶୋ’ ବନ୍ଦ କରିବାକୁ ଯୋଜନା କରୁଥିବା ଜଣାପଡ଼ିଛି। କପିଲ ଶର୍ମାଙ୍କ ଶୋ ସ୍ଥାନରେ ଅନ୍ୟ ଏକ ଶୋ କରାଯିବ। ସେଥିରେ  ସୁନୀଲ ଗ୍ରୋଭରଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos