ବିବାଦରେ ସିଦ୍ଧୁ ମୁସେୱାଲାଙ୍କ ଶେଷ ଗୀତ

ଚଣ୍ଡିଗଡ଼: ଲୋକପ୍ରିୟ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା। ତାଙ୍କ ମୃତ୍ୟୁକୁ ୨୬ ଦିନ ବିତିଗଲାଣି, ହେଲେ ଏବେବି ତାଙ୍କୁ ତାଙ୍କ ଫ୍ୟାନ୍‌ମାନେ ଝୁରୁଛନ୍ତି। ପ୍ରତିଦିନ ସୋଶାଲ ମିଡିଆରେ ତାଙ୍କୁ ଫ୍ୟାନ୍‌ମାନେ ମନେପକାଇ ପୋଷ୍ଟ ଶେଆର କରୁଛନ୍ତି। ନିକଟରେ ମୁସେୱାଲାଙ୍କ ଶେଷ ଗୀତ ରିଲିଜ ହୋଇଛି। ଗୀତଟି ରିଲିଜ ହେବା ମାତ୍ରେ ସୋଶାଲ ମିଡିଆରେ ହଇଚଇ ସୃଷ୍ଟି କରିଛି। ଗୀତଟି ପୁଣିଥରେ ସମସ୍ତଙ୍କୁ ଭାବୁକ କରିଦେଇଛି। ସପଟେ ଏହି ଗୀତକୁ ନେଇ ବିବାଦ ମଧ୍ୟ ଉପୁଜିଛି। ସିଦ୍ଧୁ ମୁସେୱାଲା […]

Sidhu

Madhupriya Mistry
  • Published: Saturday, 25 June 2022
  • , Updated: 25 June 2022, 12:09 PM IST

ଚଣ୍ଡିଗଡ଼: ଲୋକପ୍ରିୟ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା। ତାଙ୍କ ମୃତ୍ୟୁକୁ ୨୬ ଦିନ ବିତିଗଲାଣି, ହେଲେ ଏବେବି ତାଙ୍କୁ ତାଙ୍କ ଫ୍ୟାନ୍‌ମାନେ ଝୁରୁଛନ୍ତି। ପ୍ରତିଦିନ ସୋଶାଲ ମିଡିଆରେ ତାଙ୍କୁ ଫ୍ୟାନ୍‌ମାନେ ମନେପକାଇ ପୋଷ୍ଟ ଶେଆର କରୁଛନ୍ତି। ନିକଟରେ ମୁସେୱାଲାଙ୍କ ଶେଷ ଗୀତ ରିଲିଜ ହୋଇଛି। ଗୀତଟି ରିଲିଜ ହେବା ମାତ୍ରେ ସୋଶାଲ ମିଡିଆରେ ହଇଚଇ ସୃଷ୍ଟି କରିଛି। ଗୀତଟି ପୁଣିଥରେ ସମସ୍ତଙ୍କୁ ଭାବୁକ କରିଦେଇଛି। ସପଟେ ଏହି ଗୀତକୁ ନେଇ ବିବାଦ ମଧ୍ୟ ଉପୁଜିଛି।

ସିଦ୍ଧୁ ମୁସେୱାଲା ନିଜର ଏହି ଶେଷ ଗୀତରେ ପଞ୍ଜାବ ଏବଂ ହରିୟାଣା ମଧ୍ୟରେ ଥିବା ଏସ୍‌ୱାଇଏଲ୍‌ କେନାଲ ପ୍ରସଙ୍ଗ ଉଠାଇଛନ୍ତି। କେବଳ ସେତିକି ନୁହେଁ ମୁସେୱାଲା ନିଜ ଗୀତରେ କୃଷି ଆଇନ୍‌କୁ ନେଇ ଆରମ୍ଭ ହୋଇଥିବା ଆନ୍ଦୋଳନ ଓ ଲାଲ କିଲ୍ଲା ବିଷୟରେ ମଧ୍ୟ କହିଛନ୍ତି। ଯାହାକୁ ନେଇ ବଡ ବିବାଦ ଉପୁଜିଛି। ଏହି ଗୀତରେ ସିଦ୍ଧୁ ଅନେକ ବିବାଦୀୟ କଥା ମଧ୍ୟ କହିଛନ୍ତି। ତେଣୁ ଏହି ଗୀତକୁ ଚାରିଆଡୁ ବିରୋଧ ମଧ୍ୟ କରାଯାଉଛି।

ସିଦ୍ଧୁଙ୍କ ଏହି ଶେଷ ଗୀତଟି ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମୁସେୱାଲାଙ୍କ ଫ୍ୟାନ୍‌ ଏହି ଗୀତଟିକୁ ବାରମ୍ବାର ଶେଆର କରୁଛନ୍ତି। ରିଲିଜ ହେବାର ମାତ୍ର ୨ ଘଣ୍ଟା ମଧ୍ୟରେ ଏହି ଗୀତଟିକୁ ୨୨ ଲକ୍ଷରୁ ଅଧିକ ଲୋକ ଦେଖିସାରିଥିଲେ। ବର୍ତ୍ତମାନ ଏହି ଗୀତଟିକୁ ୨୦ ମିଲିଅନରୁ ବି ଅଧିକ ଲୋକ ଦେଖିସାରିଲେଣି।

ମେ' ୨୯ ତାରିଖ ସନ୍ଧ୍ୟାରେ ସିଦ୍ଧୁ ମୁସେୱାଲାଙ୍କୁ ୩ ପଟୁ ଗୁଳିମାଡ କରି ହତ୍ୟା କରାଯାଇଥିଲା। କାନାଡରେ ରହୁଥିବା ଗୋଲ୍ଡି ବ୍ରାର ଏହି ହତ୍ୟାକାଣ୍ଡ ପାଇଁ ନିଜକୁ ଦାୟୀ କରିଥିଲା। ସେପଟେ ଲରେନ୍ସ ବିଷ୍ଣୋଇଙ୍କ ମଧ୍ୟ ଏହି ହତ୍ୟାକାଣ୍ଡ ପଛରେ ହାତ ଥିବା ପୁଲିସ ସନ୍ଦେହ କରୁଛି।

https://youtu.be/pcT44dbu7es

Related story