ଫେରୁଛି ସିଲଭର ଫ୍ୟାସନ

ଘରେ ମା ଓ ଜେଜେମାଆଙ୍କ ରୂପା ଗହଣା ଦେଖିଥିବେ।  ହେଲେ ଆଜିର ଦିନରେ ଏଭଳି ରୂପା ଗହଣାକୁ କେବି ବି ପିନ୍ଧିବାକୁ ଆପଣ ଆଗ୍ରହ ଦେଖାଇ ନଥିବେ। ହେଲେ ପୁଣି ଫେରି ଆସିଛି ରୂପା ଗହଣାର ଜମାନା। ଆଉ କେହି ନୁହଁନ୍ତି ଆପଣଙ୍କ ଆଇଡଲ ବଲିଉଡ ଅଭିନେତ୍ରୀ ହିଁ ଏବେ ଜମକୁଛନ୍ତି ଏପରି ରୂପା ଗହଣାରେ। ଆସନ୍ତୁ ଜାଣିବା କେଉଁ ଅଭିନେତ୍ରୀ କି ପ୍ରକାରର ସିଲଭର ଅର୍ନାମେଣ୍ଟ ପିନ୍ଧି କେତେ କୁଲ ଦିଶୁଛନ୍ତି। ସୋନମ କପୁର: ଫ୍ୟାସନ […]

bi

Rakesh Mallick
  • Published: Wednesday, 04 October 2017
  • , Updated: 04 October 2017, 03:41 PM IST

ଘରେ ମା ଓ ଜେଜେମାଆଙ୍କ ରୂପା ଗହଣା ଦେଖିଥିବେ।  ହେଲେ ଆଜିର ଦିନରେ ଏଭଳି ରୂପା ଗହଣାକୁ କେବି ବି ପିନ୍ଧିବାକୁ ଆପଣ ଆଗ୍ରହ ଦେଖାଇ ନଥିବେ। ହେଲେ ପୁଣି ଫେରି ଆସିଛି ରୂପା ଗହଣାର ଜମାନା। ଆଉ କେହି ନୁହଁନ୍ତି ଆପଣଙ୍କ ଆଇଡଲ ବଲିଉଡ ଅଭିନେତ୍ରୀ ହିଁ ଏବେ ଜମକୁଛନ୍ତି ଏପରି ରୂପା ଗହଣାରେ। ଆସନ୍ତୁ ଜାଣିବା କେଉଁ ଅଭିନେତ୍ରୀ କି ପ୍ରକାରର ସିଲଭର ଅର୍ନାମେଣ୍ଟ ପିନ୍ଧି କେତେ କୁଲ ଦିଶୁଛନ୍ତି।

ସୋନମ କପୁର: ଫ୍ୟାସନ ଓ ଷ୍ଟାଇଲର କଥା ଉଠିଲେ ନାଁ ଆସେ ସୋନମ କପୁରଙ୍କର। ଅନାମିକା ଖନ୍ନା ବୋହେମିଅନଙ୍କ ଡିଡାଇନ ଡ୍ରେସରେ ରୂପା ନେକଲେସ ପିନ୍ଧିଥିଲେ ସୋମନ। ରୂପା ନେକଲେସ ତାଙ୍କ ସୈନ୍ଦର୍ଯ୍ୟରେ ଚାରଚାନ୍ଦ ଲଗାଇ ଦେଇଥିଲା।

ରବୀନା ଟଣ୍ଡନ: ଅନାବିଲା ଶାଢୀରେ ରୂପା ଝୁମକାର ବେସ୍। ତାକୁ ପିନ୍ଧିଛନ୍ତି ଧକ୍କ ଧକ୍କ ଗାର୍ଲ ରବୀନା ଟଣ୍ଡନ। ଭାବନ୍ତୁ ତ ସେ ଦୃଶ୍ୟ କେମିତି ହୋଇଥିବ। ଯିଏ ଆଖିରେ ଦେଖିଥିବ ଭାବିଥିବ ସ୍ୱର୍ଗରୁ ପରି ଯେମିତି ଏ ଧରକୁ ଓହ୍ଲାଇ ଆସିଛନ୍ତି। ରୂପା ଅଳଙ୍କାରରେ ଏପରି କମାଲ କେବଳ ରବୀନାଙ୍କ ଠାରୁ ହିଁ ଦେଖିବାକୁ ମିଳିପାରିବ।

ରାକୁଲ ପ୍ରିତ: ତରୁଣ ତହିଲିଆନିଙ୍କ ଧଳା ଶାଢି ଯେତେବେଳେ ରାକୁଲ ପିନ୍ଧିଥିଲେ। ଏଥିରେ ମ୍ୟାଚ୍‌ କରିବାକୁ କେଉଁ ଗହଣା ପିନ୍ଦବି ଭାବି ହେଉଥିଲେ। ଶେଷରେ ରୂପାର ନେକଲେସ ପିନ୍ଧି ଥିଲେ। ସେଦିନ ଏହି ସୌନ୍ଦର୍ଯ୍ୟକୁ ଯିଏ ଦେଖିଛନ୍ତି ଜୀବନ ସାରା ଏହାକୁ ଭୁଲିବେ ନାହିଁ ବୋଲି ଆମେ ଗ୍ୟାରେଣ୍ଟି ଦେଉଛୁ।

ମଲାଇକା: ସତ୍ୟାପାଲଙ୍କ ପ୍ରିଣ୍ଟେଡ ଶାଢିରେ ଝୁମର ଷ୍ଟାଇଲର ସିଲିଭର ଓ କାନଫୁଲ ପିନ୍ଧି ମଲାଇକା ବେସ୍ ଷ୍ଟାଇଲିସ ଲାଗୁଛନ୍ତି।

ବିଦ୍ୟାବାଲାନ: ସବୁବେଳେ ଟ୍ରାଡିଶନାଲ ଗେଟଅପ୍‌କୁ ନେଇ ଚର୍ଚ୍ଚାରେ ରହୁଥିବା ବିଦ୍ୟାବାଲାନ ମଧ୍ୟ ଆପଣେଇଛନ୍ତି ସିଲଭର ଫ୍ୟାସନ। ଲାଲରଙ୍କ ଡ୍ରେସ ଉପରେ ସେ ୩ ଲାଇନର ସିଲଭର ନେକଲେସ ପିନ୍ଧିଛନ୍ତି।

ତମନ୍ନା: ଗ୍ରେ କଲରର ଡ୍ରେସକୁ ତମନ୍ନା ପିନ୍ଧିଥିବା ସିଲଭର ନେକଲେସରେ ସେ ସୌନ୍ଦର୍ଯ୍ୟର ରାଣୀଙ୍କ ପରି ଦିଶୁଛନ୍ତି।

ସ୍ୱରା ଭାଶ୍କର: ରେଡ ମେକସିରେ ସିଲଭର ପେଣ୍ଡେଣ୍ଟ ଓ ସିଲଭର ବ୍ରେସଲେଟରେ ସ୍ୱରା ମସ୍ତ ଲାଗୁଛନ୍ତି।

Related story