ପାକିସ୍ତାନୀ ଫ୍ୟାନ୍‌ଙ୍କ ଉପରେ କାହିଁକି ରାଗିଗଲେ ଅଦ୍‌ନାନ ସାମି

ମୁମ୍ବାଇ: ପାକିସ୍ତାନ ଗାୟକ ଅଦ୍‌ନାନ ସାମି କିଛି ଦିନ ପୂର୍ବରୁ ଏକ ଟ୍ୱିଟ୍‌କୁ ନେଇ ଖୁବ୍‌ ଚର୍ଚ୍ଚାରେ  ଥିଲେ।  ସେ ନିଜ ପାକିସ୍ତାନୀ ଫ୍ୟାନ୍‌ମାନଙ୍କୁ କହିଥିଲେ ଇଦ୍‌ କେବଳ ତମର ନୁହେଁ। ଏକଥା ଶୁଣିଲା ପରେ ସମସ୍ତରଙ୍କ ମନରେ ଗୋଟିଏ ପ୍ରଶ୍ନ ଆସୁଥିବ। ଅଦନାନ ଏମିତି କାହିଁକି କହିଲେ? ବାସ୍ତବ କଥା ହେଉଛି  ରବିବାର ଅଦ୍‌ନାନ ହିନ୍ଦୁ ଧାର୍ମିକ କାର୍ଯ୍ୟରେ ମନ ଲଗାଇବା ମୁଡ୍‌ରେ ଥିଲେ।  ସେଥିପାଇଁ ସେ ନିଜ ଫ୍ୟାନ ମାନଙ୍କୁ ଗୁଡ଼ି ପଡୱା ଓ […]

adnan-sami

adnan-sami

Rakesh Mallick
  • Published: Monday, 19 March 2018
  • Updated: 19 March 2018, 09:50 AM IST

ମୁମ୍ବାଇ: ପାକିସ୍ତାନ ଗାୟକ ଅଦ୍‌ନାନ ସାମି କିଛି ଦିନ ପୂର୍ବରୁ ଏକ ଟ୍ୱିଟ୍‌କୁ ନେଇ ଖୁବ୍‌ ଚର୍ଚ୍ଚାରେ  ଥିଲେ।  ସେ ନିଜ ପାକିସ୍ତାନୀ ଫ୍ୟାନ୍‌ମାନଙ୍କୁ କହିଥିଲେ ଇଦ୍‌ କେବଳ ତମର ନୁହେଁ। ଏକଥା ଶୁଣିଲା ପରେ ସମସ୍ତରଙ୍କ ମନରେ ଗୋଟିଏ ପ୍ରଶ୍ନ ଆସୁଥିବ। ଅଦନାନ ଏମିତି କାହିଁକି କହିଲେ?

ବାସ୍ତବ କଥା ହେଉଛି  ରବିବାର ଅଦ୍‌ନାନ ହିନ୍ଦୁ ଧାର୍ମିକ କାର୍ଯ୍ୟରେ ମନ ଲଗାଇବା ମୁଡ୍‌ରେ ଥିଲେ।  ସେଥିପାଇଁ ସେ ନିଜ ଫ୍ୟାନ ମାନଙ୍କୁ ଗୁଡ଼ି ପଡୱା ଓ ନବରାତ୍ରୀର  ଶୁଭ କାମନା ଜଣାଇଥିଲେ। ଏଥିରେ ଜଣେ ପାକିସ୍ତାନ ଫ୍ୟାନ୍‌ ତାଙ୍କୁ  ପ୍ରତି ଉତ୍ତରରେ ଲେଖିଥିଲେ ଯେ,‘‘ ମୁଁ ଆଶା କରୁଛି କି ଆପଣ ଆମକୁ ଇଦ୍‌ରେ ଶୁଭେଚ୍ଛା ଜଣେଇବାକୁ ଯେମିତି ନ ଭୁଲନ୍ତି’’। ଆମେ ବି ତ ଆପଣଙ୍କ ପାଇଁ ଦିୱାନା। ପାକିସ୍ତାନ ତରଫରୁ ଆପଣଙ୍କୁ ଅନେକ ଅନେକ ଭଲପାଇବା ରହିଛି’’।

ଏହି ଟ୍ୱିଟ୍‌ର ଜବାବରେ ଅଦ୍‌ନାନ କହିଥିଲେ,‘‘ହେ ମୋର ପ୍ରିୟ ଶୁଭେଚ୍ଛୁକ ଇଦ୍ କେବଳ ତମର ନୁହେଁ।  ଏହା ପୂରା ଦୁନିଆର ମୁସଲିମ୍‌ ସଂପ୍ରଦାୟର ଉତ୍ସବ।  ଦୟାକରି କୌଣସି ପର୍ବ ପର୍ବାଣୀକୁ ନେଇ ଭାରତ ଓ ପାକିସ୍ତାନ ପ୍ରସଙ୍ଗକୁ ଯୋଡ଼ନ୍ତୁ ନାହିଁ। ବଡ଼କଥା ହେଉଛି ଭାରତରେ ପାକିସ୍ତାନରୁ ବି ଅଧିକ ମୁସଲମାନ ଅଛନ୍ତି।’’

ସୂଚନାଯୋଗ୍ୟ ଯେ, ଅଦନାନ ସାମିଙ୍କୁ ୨୦୧୬ରେ ଭାରତର ନାଗରିକତ୍ୱ ଦିଆଯାଇଥିଲା।
 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos