ପିଠି, ଗ୍ଲାସ୍‌, ଚାମଚରୁ ମ୍ୟୁଜିକ୍‌ ତିଆରି କରୁଥିବା ସଙ୍ଗୀତକାର

ପଞ୍ଚମ ଦା’ଙ୍କ ଗୀତ ଯେତେ ଶୁଣିଲେ ବି ଆହୁରି ଶୁଣିବାକୁ ଇଚ୍ଛା ହୁଏ। ପ୍ରକୃତ  ନାଁ ରାହୁଲ ଦେବ ବର୍ମନ (ଆର୍‌ ଡି ବର୍ମନ) ହୋଇଥିଲେ ହେଁ ପଞ୍ଚମ ଦା’ ନାଁରେ ସେ ବେଶ୍‌ ଜଣାଶୁଣା। ଆଜି ତାଙ୍କର ୭୯ତମ ଜନ୍ମ ଦିବସ।  ତାଙ୍କ ଜନ୍ମ ଦିନରେ ତାଙ୍କ ଜୀବନ ସହ ଚାଲନ୍ତୁ ଜାଣିବା କିଛି ଜଣାଅଜଣା କଥା। – ପଞ୍ଚମ ଦା ୧୯୩୯ମସିହା ଜୁନ୍‌୨୭ କଲିକତାରେ ଜନ୍ମ ଗ୍ରହଣ କରିଥିଲେ। – ତାଙ୍କ ବାପା ହେଉଛନ୍ତି […]

Barman

Barman

Rakesh Mallick
  • Published: Wednesday, 27 June 2018
  • Updated: 27 June 2018, 01:17 PM IST

Sports

Latest News

ପଞ୍ଚମ ଦା’ଙ୍କ ଗୀତ ଯେତେ ଶୁଣିଲେ ବି ଆହୁରି ଶୁଣିବାକୁ ଇଚ୍ଛା ହୁଏ। ପ୍ରକୃତ  ନାଁ ରାହୁଲ ଦେବ ବର୍ମନ (ଆର୍‌ ଡି ବର୍ମନ) ହୋଇଥିଲେ ହେଁ ପଞ୍ଚମ ଦା’ ନାଁରେ ସେ ବେଶ୍‌ ଜଣାଶୁଣା। ଆଜି ତାଙ୍କର ୭୯ତମ ଜନ୍ମ ଦିବସ।  ତାଙ୍କ ଜନ୍ମ ଦିନରେ ତାଙ୍କ ଜୀବନ ସହ ଚାଲନ୍ତୁ ଜାଣିବା କିଛି ଜଣାଅଜଣା କଥା।

- ପଞ୍ଚମ ଦା ୧୯୩୯ମସିହା ଜୁନ୍‌୨୭ କଲିକତାରେ ଜନ୍ମ ଗ୍ରହଣ କରିଥିଲେ।

- ତାଙ୍କ ବାପା ହେଉଛନ୍ତି ସଙ୍ଗୀତ କମ୍ପୋଜର ସଚିନ୍‌ ଦେବ ବର୍ମନ।

- ପଞ୍ଚମ ଦା ଓ କିଶୋର କୁମାରଙ୍କର ଖୁବ୍‌ ନିବିଡ଼ ସମ୍ପର୍କ ଥିଲା। ସେମାନେ ଏକାଠି ପାଖାପାଖି ୩୨ ଫିଲ୍ମରେ କାମ କରିଛନ୍ତି। କିଶୋର, ରାଜେଶ ଓ ପଞ୍ଚମଙ୍କ ଗୀତ ବଲିଉଡ୍‌ରେ ସବୁବେଳେ ପ୍ରିୟ।

- ଆର୍‌ଡିଙ୍କୁ ଅନେକ ଥର ଫିଲ୍ମଫେୟାର ଆୱାର୍ଡ ପାଇଁ ନୋମିନେଟ୍‌ କରାଯାଇଥିଲା। କିନ୍ତୁ ମାତ୍ର ୩ଥର ସେ ପୁରସ୍କାର ପାଇଥିଲେ।

- ଏଥିରେ କୌଣସି ଦ୍ୱନ୍ଦ୍ୱ ନାହିଁ ଯେ, ପଞ୍ଚମ ଦା ବଲିଉଡ୍‌ର ଅନ୍ୟତମ ଶ୍ରେଷ୍ଠ ତଥା ମହାନ୍‌ ସଙ୍ଗୀତକାର। କିନ୍ତୁ ୧୯୮୦ ପରେ ଫିଲ୍ମ ନିର୍ମାତାମାନେ ତାଙ୍କ ଉପରେ ସେତିକି ଭରସା କରିପାରି ନଥିଲେ। ଏହାର କାରଣ ହେଉଛି ସେ ସଙ୍ଗୀତ ଦେଇଥିବା ଫିଲ୍ମ ଗୁଡ଼ିକ ଫ୍ଲପ୍‌ ହୋଇଯାଉଥିଲା।

- ୧୯୮୮ରେ ଆସିଥିବା ଫିଲ୍ମ ‘ଇଜାଜତ’ର ‘ମେରା କୁଛ୍‌ ସାମାନ୍’ ଗୀତରେ ଆର୍‌ଡି ପୁଣି ବ୍ୟାକ୍‌ କରିଥିଲେ।  ସେହି ଗୀତରେ କଣ୍ଠଶିଳ୍ପୀ ଆଶା ଭୋସ୍‌ଲେ ଓ ଲେଖକ ଗୁଲଜାରଙ୍କୁ ଜାତୀୟ ପୁରସ୍କାର ମିଳିଥିଲା। ସେ ସମୟରେ ବି ସେ ସେହି ପୁରସ୍କାରରୁ ବଞ୍ଚିତ ହୋଇଥିଲେ।

-୧୯୮୮ରେ ପଞ୍ଚମ ଦାଙ୍କର ହୃଦ୍‌ଘାତ ହୋଇଥିଲା।  ଲଣ୍ଡନରେ ତାଙ୍କର ବାଇପାସ୍‌ ସର୍ଜରୀ ହୋଇଥିଲା। ଏହା ପରେ ସେ ଦୁର୍ବଳ ହୋଇଯାଇଥିଲେ। ତା’ପରେ ୧୯୮୯ରେ ସେ ‘ପରିନ୍ଦା’ରେ ବି ସଙ୍ଗୀତ ଦେଇଥିଲେ।  ୧୯୯୪ରେ ସେ  ନିଜ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

ପିଠିରୁ ବାହାର କରିଥିଲେ ଧୁନ୍‌

ଦେବାନନ୍ଦ ଓ ଜୀନତ ଆମାନ୍‌ଙ୍କ ଅଭିନୀତ ଫିଲ୍ମ ‘ଡାର୍ଲିଂଡାର୍ଲିଂ’ (୧୯୭୭) ପଞ୍ଚମ୍‌ ଦାଙ୍କର ଏକ ଗୀତ ଥିଲା ‘ରାତ୍‌ ଗଇ ବାତ୍‌ ଗଇ’।  ଏହି ଗୀତରେ ସେ ଅମୃତାରାଓ କାଟକର ନାମକ ଜଣେ ସଙ୍ଗୀତକାରଙ୍କ ପିଠିରେ ହାତରେ ଥାପୁଡାଇ ଧୁନ୍‌ ବାହାର କରିଥିଲେ। ଅମୃତାରାଓ ପଞ୍ଚମ ଦାଙ୍କ ଟିମ୍‌ରେ ଗିଟାର ବଜାଉଥିଲେ। ରେକର୍ଡ଼ିଂ ସମୟରେ ଯେତେବେଳେ ପଞ୍ଚମ ତାଙ୍କୁ ସାର୍ଟ ଖୋଲିବାକୁ କହିଥିଲେ ଅମୃତା ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ଓ ତାଙ୍କୁ ଲାଜ ବି ଲାଗିଥିଲା। କିନ୍ତୁ ତା’ପରେ ସେ ସାର୍ଟ ଖୋଲିଥିଲେ। ତାଙ୍କ ପିଠିରେ ଧୁନ୍‌ ବଜାଯାଇଥିଲା। ମାଇକ୍ରୋଫୋନ୍‌ ଜରିଆରେ ସେହି ଧୁନ୍‌କୁ ରେକର୍ଡ କରାଯାଇଥିଲା। ଗୋଟିଏ ଟେକ୍‌ରେ ଗୀତ  ରେକର୍ଡ଼ିଂ କରାଯାଇଥିଲା।

ଯଦି ଆଶାଙ୍କୁ ବାହା ହେବ ତେବେ ମୋ ଶବ ଉପରେ ହିଁ ହେବ, ଆର ଡି ବର୍ମନଙ୍କୁ ଏମିତି କାହିଁକି କହିଥିଲେ ତାଙ୍କ ମା’

ରାହୁଲ ଦେବ ବର୍ମନ ଓରଫ୍‌ ପଞ୍ଚମ ଦାଙ୍କ  କଥା ମନେ ପଡ଼ିଲେ ତାଙ୍କ ପତ୍ନୀ ଆଶା ଭୋସ୍‌ଲେଙ୍କ ଆଖିରେ ଲୁହ ଆସିଯାଏ।  ବଲିଉଡର ଚର୍ଚ୍ଚିତ ଗାୟିକା ଆଶା ଭୋସ୍‌ଲେଙ୍କୁ  ପତ୍ନୀ ରୂପରେ ପାଇ ଆରଡି ବର୍ମନଙ୍କୁ  ଅନେକ କଷ୍ଟ ସହିବାକୁ ପଡ଼ିଥିଲା।  ଆଶାଙ୍କୁ ବିବାହ କରିବା ଲାଗି ଯେତେବେଳେ ସେ ତାଙ୍କ ମା’ଙ୍କୁ  ଅନୁମତି ମାଗିଥିଲେ ସେ ଏଥିରେ ରାଜି ହୋଇ ନ ଥିଲେ। ସେହି ସମୟରେ  ତାଙ୍କ ମା’ ତାଙ୍କ ଉପରେ ଖୁବ୍‌ ରାଗି ଯାଇଥିଲେ ଓ କହିଥିଲେ, ‘‘ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ତୁମେ ଅଶାଙ୍କୁ ବିବାହ କରିପାରିବ ନାହିଁ। ଯଦି ବିବାହ କରିବ ମୋ ଶବ ଉପରେ ବିବାହ କରିବ।୨’

ମା’ଙ୍କ କଥା ଶୁଣି ନିରାଶ ହୋଇ ଫେରି ଆସିଥିଲେ ଆରଡି ବର୍ମନ। ପରେ ଏକ  ଲମ୍ବା ସମୟ ଅପେକ୍ଷା ପରେ ଆର୍‌ ଡି ବର୍ମନ ଓ ଆଶାଙ୍କ ବିବାହ ସମ୍ଭବ ହୋଇପାରିଲା।   ସେତେବେଳକୁ ବର୍ମନଙ୍କ ମା ବଞ୍ଚିଥିଲେ  ମଧ୍ୟ କାହାକୁ ଚିହ୍ନିବା ଅବସ୍ଥାରେ ନଥିଲେ।

ଆର ଡି ବର୍ମନ ପ୍ରଥମେ ୧୯୬୬ରେ ରୀତା ପଟେଲ୍‌ଙ୍କୁ ବିବାହ କରିଥିଲେ।  ମାତ୍ର ୫ ବର୍ଷ ପରେ ସେମାନଙ୍କ ବିବାହ ବିଚ୍ଛେଦ ହୋଇଯାଇଥିଲା।  ବୋଧ ହୁଏ ଏହି କାରଣରୁ ତାଙ୍କ ଦ୍ୱିତୀୟ ବିବାହ ଚାହୁଁ ନଥିଲେ ତାଙ୍କ ମା’। ସେଇଥିପାଇଁ ତାଙ୍କୁ ବାରଣ କରୁଥିଲେ। ତଥାପି ୧୯୮୦ରେ ଅଶାଙ୍କୁ ସେ ଦ୍ୱିତୀୟ ବିବାହ କରିଥିଲେ।

ଆର୍‌ଡି ୧୯୫୬ରେ ୨୩ ବର୍ଷର ଆଶା ଭୋସ୍‌ଲେଙ୍କୁ ପ୍ରଥମ ଥର ଲାଗି ଦେଖିଥିଲେ। ‘ତିସ୍‌ରି ମଞ୍ଜିଲ୍‌’ରେ ପ୍ରଥମେ ଏକାଠି କାମ କରିଥିଲେ ଦୁହେଁ ।  ଆରଡି ବର୍ମନଙ୍କ ସଂଗୀତ ଓ ଆଶାଙ୍କ ସ୍ୱର ଫିଲ୍ମ ଦୁନିଆର ସଙ୍ଗୀତରେ ବହୁତ କିଛି ବଦଳାଇ ଦେଇଥିଲା।

ଆଶା ଲଗାତାର ଭାବେ ଆର୍‌ ଡି ବର୍ମନଙ୍କ  ଗୀତ ଗାଇବାକୁ ଲାଗିଲେ। ଏହି ସଂଗୀତ ହିଁ ଦୁହିଁଙ୍କୁ  ଏକାଠି କରି ଦେଇଥିଲା। ଧୀରେ ଧୀରେ ଏମାନଙ୍କ ଭିତରେ ସମ୍ପର୍କ ନିବିଡ଼ ହେବାକୁ ବସିଲା।

ଗୀତ ଛଡା ଭଲ ରୋଷେଇ କରିବାରେ ମାହିର ଥିଲେ ଆର୍‌ଡି ବର୍ମନ ଓ ଆଶା।  ବେଳେବେଳେ ଦୁହିଁଙ୍କ ମଧ୍ୟରେ କିଏ ଭଲ ଅଧିକ ରୋଷେଇ କରିପାରେ ତାକୁ ବାଜି ଲାଗୁଥିଲା। ପରେ ବର୍ମନଙ୍କ ଆର୍ଥିକ ଅବସ୍ଥା ବିଗିଡ଼ି ଯିବାକୁ ବସିଲା।  ଆର୍ଥିକ ସଙ୍କଟ ସମୟରେ  ଆରଡି ବର୍ମନ ସବୁବେଳେ ବିଚଳିତ ଅବସ୍ଥାରେ ରହୁଥିଲେ।  ମାନସିକ ଅଶାନ୍ତି ଲାଗି ରହିବା ସହ  ୫୪ ବର୍ଷ ବୟସରେ  ୧୯୯୪ରେ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିଲା।

 ଗ୍ଲାସ୍‌ ଓ ଚାମଚରୁ ମ୍ୟୁଜିକ୍‌

ପଞ୍ଚମ ଦା ଏମିତି ଜଣେ ମହାନ୍‌ ହସ୍ତୀ  ଯିଏ କି ବର୍ଷା ବୁନ୍ଦାରେ ଗୀତର ସୃଷ୍ଟି କରିପାରନ୍ତି । ତାଙ୍କୁ ଗୀତରେ ଏକ୍ସପେରିମେଣ୍ଟ କରିବା ଖୁବ୍‌ ଭଲ ଲାଗୁଥିଲା।ଆପଣଙ୍କୁ ହୁଏତ ଜଣା ନଥିବ ‘ଚୁରାଲିଆ ହୈ ତୁମ୍‌ନେ’ ଗୀତକୁ  ପଞ୍ଚମ୍‌ ଦା ଗ୍ଲାସ ଓ ଚାମଚ ବଜାଇ ସଙ୍ଗୀତ ବାହାର କରିଥିଲେ।  ତାପରେ ସେହି ଗୀତ ପୂରା ସୁପର ଡୁପର ହିଟ୍‌ ହୋଇଥିଲା।

ହାତରେ ବଜାଇ ଗାଡ଼ି ଡ୍ୟାମେଜ୍‌ କରିଦେଇଥିଲେ

ପଞ୍ଚମ ଦା ୯ ବର୍ଷରେ ତାଙ୍କର ପ୍ରଥମ ଗୀତ କମ୍ପୋଜ କରିଥିଲେ। କିନ୍ତୁ ସଙ୍ଗୀତ ନିର୍ଦ୍ଦେଶକ ହିସାବରେ ତାଙ୍କୁ ‘ଛୋଟେ ନବାବ’ରୁ ବ୍ରେକ୍‌ ମିଳିଥିଲା।  ମହମୁଦ୍‌ ତାଙ୍କୁ ପ୍ରଥମ ବ୍ରେକ୍‌ ଦେଇଥିଲେ। ସେ ତାଙ୍କୁ ବ୍ରେକ୍‌ ଦେବା ପଛରେ ଏକ କାରଣ ଥିଲା। ପଞ୍ଚମ୍‌ ତାଙ୍କ କାର୍‌କୁ ନିଜ ହାତରେ ଡ୍ରମ ଭଳି ବଜାଇ ପୂରା ଡ୍ୟାମେଜ୍‌  କରି ଦେଇଥିଲେ। ତାଙ୍କ ଗାଡ଼ି ଆହୁରି ଖରାପ୍‌ ହୋଇ ନଯାଉ ସେହି ଡରରେ ସେ ପଞ୍ଚମକୁ ସଙ୍ଗୀତ ନିର୍ଦ୍ଦେଶକ ଭାବେ ସୁଯୋଗ ଦେଇଥିଲେ।

 

 

 

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos