ଲକ୍ଷ୍ନୌ: ମହାମାରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା ବଲିଉଡ ସିଙ୍ଗର ଏବେ ଅନ୍ୟମାନଙ୍କୁ ସହଯୋଗ କରିବାକୁ ଆଗେଇ ଆସିଛନ୍ତି। କରୋନା ରୋଗୀଙ୍କ ପାଇଁ ପ୍ଲାଜମା ଥେରାପି କାମ କରୁଥିବାରୁ କନିକା ନିଜର ପ୍ଲାଜମା ଦେବାକୁ ଘୋଷଣା କରିଛନ୍ତି।
ଏଥିପାଇଁ ସେ କିଙ୍ଗ ଜର୍ଜ ମେଡିକାଲ ବିଶ୍ୱବିଦ୍ୟାଳୟକୁ ମଧ୍ୟ ଜଣାଇ ଦେଇଛନ୍ତି। ଲଣ୍ଡନରୁ ଫେରିଥିବା କନିକା କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିବା ପରେ ତାଙ୍କୁ ଚିକିତ୍ସା ଯୋଗାଇ ଦିଆଯାଇଥିଲା। ଏପ୍ରିଲ ୬ରେ ସେ କରୋନା ରୋଗରୁ ମୁକ୍ତି ପାଇଥିଲେ।
ନିକଟରେ ଦିଲ୍ଲୀର କିଛି ରୋଗୀଙ୍କୁ ପ୍ଲାଜମା ଥେରାପି କରାଯାଇଥିଲା। ସେମାନେ ସୁସ୍ଥ ହେବାରୁ ଦେଶର ବିଭିନ୍ନ ରାଜ୍ୟ ପ୍ଲାଜମା ଥେରାପି କରିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି।
ଏଥିପାଇଁ ରାଜ୍ୟ ସରକାରମାନେ କରୋନାରୁ ଆରୋଗ୍ୟ ହୋଇଥିବା ଲୋକଙ୍କୁ ପ୍ଲାଜମା ଦାନ କରିବାକୁ ଆହ୍ୱାନ କରିଥିଲେ। ଏହିକ୍ରମରେ କନିକା ପ୍ଲାଜମା ଦାନ କରିବାକୁ ଆଗେଇ ଆସିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ବାୟୁ ପ୍ରଦୂଷଣ କରିପାରେ ଏହି ସବୁ ଜଟିଳ ରୋଗ
ପ୍ରଦୂଷିତ ବାୟୁ ଅଞ୍ଚଳରେ ରହିବା ଦ୍ୱାରା କେଉଁ କେଉଁ ସ୍ୱାସ୍ଥ୍ୟ ସମସ୍ୟା ହୁଏ, ଜାଣନ୍ତୁ...
Health
କେଉଁମାନେ ଚିଆ ସିଡ୍ସ ଖାଇବା ଅନୁଚିତ୍, ଜାଣନ୍ତୁ
ଶରୀରରେ କିଛି ସମସ୍ୟା ଥିଲେ ଚିଆ ସିଡ୍ସ ସେବନ ହାନିକାରକ ହୋଇପାରେ।
Health
ମଧୁମେହ ହେଲେ ଦେଖାଯାଏ ଏହି ସବୁ ପ୍ରାରମ୍ଭିକ ଲକ୍ଷଣ
ମଧୁମେହ ହେଲେ ଶରୀରରେ ପ୍ରଥମେ କେଉଁ ସବୁ ଲକ୍ଷଣ ଦେଖାଯାଏ, ଜାଣନ୍ତୁ...
Health
ଭାରତୀୟମାନେ ଦିନକୁ କେତେଥର ଖାଇବା ଉଚିତ?
ଆମ ଭାରତୀୟମାନଙ୍କ ପାଇଁ ଖାଇବା ହେଉଛି ଉପଭୋଗ କରିବାର ଏକ ସାମଗ୍ରୀ। ଯେତେବେଳେ ମନ ହୁଏ, ଆମେ ଖାଇନେଉ। ହେଲେ ଖାଦ୍ୟ ନିୟନ୍ତ୍ରଣ କରିବା ଆମ ପାଇଁ ଅତ୍ୟନ୍ତ କଷ୍ଟକର।
Health
ଅଧିକ ଲୁଣ ଖାଉଛନ୍ତି କି? ହୋଇପାରେ ପେଟ କ୍ୟାନ୍ସର୍
WHO ଅନୁଯାୟୀ, ଜଣେ ବୟସ୍କ ବ୍ୟକ୍ତି ପ୍ରତିଦିନ ୫ ଗ୍ରାମରୁ ଅଧିକ ଲୁଣ ଖାଇବା ଉଚିତ୍ ନୁହେଁ, ଏଥିରେ ୨ ଗ୍ରାମ ସୋଡିୟମ୍ ଏବଂ ୩.୫ ଗ୍ରାମ ପୋଟାସିୟମର ମିଶ୍ରଣ ରହିବା ଉଚିତ୍।