ପ୍ରଶଂସକଙ୍କ ହାତ ମୋଡ଼ିଦେଲେ ସୋନୁ ନିଗମ୍‌! ଭିଡିଓ ଭାଇରାଲ୍‌

ମୁମ୍ବାଇ: ବଲିଉଡ୍‌ କଣ୍ଠଶିଳ୍ପୀ ସୋନୁ ନିଗମ ଆଜିକାଲି ସୋଶାଲ୍‌ ମିଡିଆରେ ଚର୍ଚ୍ଚାରେ ରହୁଛନ୍ତି। ପାକିସ୍ତାନ୍‌ କଳାକାରଙ୍କ ବିରୋଧରେ ମତ ଦେଇ କିଛି ଦିନ ତଳେ ହଇଚଇ ସୃଷ୍ଟି କରିଥିବା ସୋନୁ ଏବେ ଜଣେ ସେଲ୍‌ଫି ନେଉଥିବା ପ୍ରଶଂସକଙ୍କ ହାତକୁ ମୋଡ଼ି ଦେଉଥିବାର ଏକ ଭିଡିଓରେ ଦେଖିବାକୁ ମିଳିଛି। ଏହି ଭିଡିଓଟି ସୋଶାଲ୍‌ ମିଡିଆରେ ଖୁବ୍ ଭାଇରାଲ୍‌ ହେଉଛି। ଭିଡିଓରେ ଦେଖିବାକୁ ମିଳୁଛି ଯେ ଜଣେ ପ୍ରଶଂସକ ସୋନୁ ନିଗମଙ୍କ ପାଖକୁ ଆସି ସେଲ୍‌ଫି ନେବା ପାଇଁ ତାଙ୍କ […]

Sonu-Nigam

Biswobandita Swain
  • Published: Monday, 21 January 2019
  • , Updated: 21 January 2019, 05:57 PM IST

ମୁମ୍ବାଇ: ବଲିଉଡ୍‌ କଣ୍ଠଶିଳ୍ପୀ ସୋନୁ ନିଗମ ଆଜିକାଲି ସୋଶାଲ୍‌ ମିଡିଆରେ ଚର୍ଚ୍ଚାରେ ରହୁଛନ୍ତି। ପାକିସ୍ତାନ୍‌ କଳାକାରଙ୍କ ବିରୋଧରେ ମତ ଦେଇ କିଛି ଦିନ ତଳେ ହଇଚଇ ସୃଷ୍ଟି କରିଥିବା ସୋନୁ ଏବେ ଜଣେ ସେଲ୍‌ଫି ନେଉଥିବା ପ୍ରଶଂସକଙ୍କ ହାତକୁ ମୋଡ଼ି ଦେଉଥିବାର ଏକ ଭିଡିଓରେ ଦେଖିବାକୁ ମିଳିଛି। ଏହି ଭିଡିଓଟି ସୋଶାଲ୍‌ ମିଡିଆରେ ଖୁବ୍ ଭାଇରାଲ୍‌ ହେଉଛି।

ଭିଡିଓରେ ଦେଖିବାକୁ ମିଳୁଛି ଯେ ଜଣେ ପ୍ରଶଂସକ ସୋନୁ ନିଗମଙ୍କ ପାଖକୁ ଆସି ସେଲ୍‌ଫି ନେବା ପାଇଁ ତାଙ୍କ କାନ୍ଧରେ ହାତ ରଖି ଦେଇଛନ୍ତି। ଏଥିରେ ଉତ୍‌କ୍ଷିପ୍ତ ହୋଇ ସୋନୁ ସେହି ପ୍ରଶଂସକଙ୍କ ହାତ ମୋଡ଼ି ଦେଉଥିବା ନଜର ଆସିଛି।

ତେବେ ଅସଲ କଥା ହେଉଛି, ଭାଇରାଲ୍‌ ହେଉଥିବା ଭିଡିଓଟି ଏକ ଆର୍ଡ ଇଭେଣ୍ଟ୍‌ର। ଯେଉଁଠି ଜଣେ ପ୍ରଶଂସକ ସୋନୁଙ୍କ ପାଖରେ ସେଲ୍‌ଫି ନେବାକୁ ଯାଉଥିବା ବେଳ ସୋନୁ ଆଗକୁ ଚାଲିମ ଆସୁଛନ୍ତି ଏବଂ ଯେତେବେଳେ ଉକ୍ତ ପ୍ରଶଂସକ ଜଣଙ୍କ ତାଙ୍କ କାନ୍ଧରେ ହାତ ପକାଇବାକୁ ଚେଷ୍ଟା କରିଛନ୍ତି, ସେତେବେଳେ ସୋନୁ ତାଙ୍କ କାନ୍ଧରୁ ପ୍ରଶଂସକଙ୍କ ହାତ କାଢ଼ି ଦେବା ସହ ହାତକୁ ମୋଡ଼ି ଦେଉଥିବା ଦେଖିବାକୁ ମିଳିଛି। ଯାହାକୁ ଦେଖି ଉପସ୍ଥିତି ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିବା ବେଳେ ପରମୁହୂର୍ତ୍ତରେ ସୋନୁ ପ୍ରଶଂସକ ଜଣଙ୍କ କାନ୍ଧରେ ହାତ ପକାଇ ହସି ଫଟୋ ଉଠାଇବା ମଧ୍ୟ ଦେଖିବାକୁ ମିଳିଛି। ଏସବୁ ଦେଖି ସମସ୍ତେ ହସିବାରେ ଲାଗୁଛନ୍ତି। ପ୍ରଶଂସକ ଜଣଙ୍କ ମଧ୍ୟ ଏସବୁ ଦେଖି ଖୁସି ହୋଇ ଯାଉଛନ୍ତି।

ବାସ୍ତବିକ ସୋନୁ ନିଗମ କେବଳ ଜଣେ ଭଲ ସିଙ୍ଗର୍‌ ତା ନୁହଁନ୍ତି, ବରଂ ତାଙ୍କର ଭଲ ସେନ୍‌ସ୍‌ ଅଫ୍‌ ହ୍ୟୁମର ମଧ୍ୟ ରହିଛି।କରୁଥିଲେ।

ସୋନୁଙ୍କ ଏହି ଭିଡିଓ Voompla ନାମକ ଏକ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ଶେଆର୍‌ କରାଯାଇଥିଲା।

https://www.instagram.com/p/Bs3U9wHjAjc/?utm_source=ig_web_copy_link

 

Related story