ମୁମ୍ବାଇ: ସୋହା ଅଲ୍ଲୀ ଖାନ୍ଙ୍କ ସଂପର୍କୀୟ ଓ ଫ୍ୟାନ୍ଙ୍କ ପାଇଁ ଖୁସି ଖବର। ସୈଫ ଅଲ୍ଲୀ ଖାନଙ୍କ ଭଉଣୀ ସୋହା ମାଆ ହେବାକୁ ଯାଉଛନ୍ତି। ସୋହାଙ୍କ ସ୍ୱାମୀ କୁନାଲ ଖେମୁ ଏକ ଏଣ୍ଟରଟେନ୍ମେଣ୍ଟ୍ ୱେବ୍ସାଇଟ୍ ସହ କଥାବାର୍ତ୍ତା ବେଳେ ଏହା ସ୍ପଷ୍ଟ କରିଛନ୍ତି।
ସେ କହିଛନ୍ତି,“ସୋହା ମାଆ ହେବାକୁ ଯାଉଛନ୍ତି। ମୁଁ ଓ ସୋହା ଏହା ଘୋଷଣା କରି ବହୁତ ଖୁସି ଅନୁଭବ କରୁଛୁ ଯେ ଆମେ ପ୍ରଥମ ଥର ପାଇଁ ବାପାମା’ ହେବାକୁ ଯାଉଛୁ। ମୁଁ ନିଜକୁ ଭାଗ୍ୟଶାଳୀ ଅନୁଭବ କରୁଛି। ଶୁଭେଚ୍ଛା ଜଣାଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ।” ’
ଖବର ଅନୁଯାୟୀ ଚଳିତ ବର୍ଷ ଡିସେମ୍ବରରେ ସୋହାଙ୍କ ଡେଲିଭରି ହୋଇପାରେ।
ସିନେ ପ୍ରେମୀମାନେ ଜାଣିଥିବେ ଯେ ଗତବର୍ଷ ଡିସେମ୍ବରରେ ସୋହାଙ୍କ ଭାଉଜ ତଥା ସୈଫଙ୍କ ପତ୍ନୀ କରିନା କପୁର ପୁଅ ତୈମୁରଙ୍କୁ ଜନ୍ମ କରିଥିଲେ। ଏବେ କରିନାଙ୍କଠାରୁ ଟିପ୍ସ ନେଉଛନ୍ତି ସୋହା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Bollywood
ହାସ୍ୟ ଅଭିନେତା ଟିକୁଙ୍କୁ ହୃଦ୍ଘାତ! ହସ୍ପିଟାଲରେ ଭର୍ତ୍ତି
ତାଙ୍କୁ ମୁମ୍ବାଇ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।
Bollywood
ଆଉ ନାହାନ୍ତି ଫିଲ୍ମ ନିର୍ମାତା ପ୍ରୀତିଶ ନନ୍ଦୀ
୭୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ବୁଧବାର ବିଳମ୍ବିତ ରାତିରେ ମୁମ୍ବାଇ ସ୍ଥିତ ବାସଭବନରେ ସେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
Bollywood
‘ଏମର୍ଜେନ୍ସି’ ଦେଖିବାକୁ ପ୍ରିୟଙ୍କାଙ୍କୁ ନିମନ୍ତ୍ରଣ କଲେ କଙ୍ଗନା, ଜବାବ କ’ଣ ଥିଲା ଜାଣନ୍ତୁ
ଏମର୍ଜେନ୍ସି ସିନେମାରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଭୂମିକାରେ ରହିଛନ୍ତି। ଏହା ଜାନୁଆରୀ ୧୭ରେ ରିଲିଜ ହେବାକୁ ଯାଉଛି।
Bollywood
ଅଭିନେତ୍ରୀ ପୁନମ ଢିଲୋଙ୍କ ଘରୁ ଚୋରି, ଯୁବକ ଗିରଫ
ଘର ରଙ୍ଗ ଦେବା ବାହାନାରେ ଆସି ଚୋରି କରିନେଲା ମୂଲ୍ୟବାନ ସାମଗ୍ରୀ।
Entertainment
ବର୍ଷିଲେ ଅନୁଭବ, କହିଲେ- ତୁମେ ମଞ୍ଚ ବାଛ, ବିତର୍କ ପାଇଁ ମୁଁ ପ୍ରସ୍ତୁତ
ବିବାହ ତଥା ଦାମ୍ପତ୍ୟ ଜୀବନ ପରି ସମ୍ପର୍କକୁ ଅତି ମିଛ ତଥା ମନଗଢ଼ା ଭାବେ ପରଦାରେ ଦେଖାଉଥିବା ଅଭିଯୋଗ ଆଣି ବର୍ଷାଙ୍କ ଉପରେ ବର୍ଷିଛନ୍ତି ଅନୁଭବ। ଏପରିକି ବର୍ଷାଙ୍କ ସହ ଖୋଲାଖୋଲି ବିତର୍କ କରିବାକୁ ପ୍ରସ୍ତୁତ ବୋଲି ବି କହିଛନ୍ତି।